Advertisment

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର; ୩ୟ ପର୍ଯ୍ୟାୟରେ ମିଳିବ ‘ସୁଭଦ୍ରା’ ଟଙ୍କା...

ଖୁବ୍ ଶୀଘ୍ର ଘୋଷଣା ହେବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’। ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

author-image
Sujit kumar Swain
Subhadra Yojana

Subhadra Yojana

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଘୋଷଣା ହେବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’। ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଛନ୍ତି, ବାଦ୍ ପଡ଼ିଥିବା ସବୁ ଅଙ୍ଗନବାଡ଼ି କର୍ମୀଙ୍କୁ ତୃତୀୟ ପର୍ଯ୍ୟାୟରେ ମିଳିବ ସୁଭଦ୍ରାର ପ୍ରଥମ କିସ୍ତି। କୌଣସି ଯୋଗ୍ୟ ହିତାଧିକାରୀ ଯେଭଳି ବାଦ ପଡିବେନି ସେନେଇ ସରକାର ଯତ୍ନବାନ ରହିଛନ୍ତି ।

Advertisment

ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ରି-ଚେକ୍  ହେବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । ଏଥିପାଇଁ ୧ ତାରିଖରେ ନୋଡ଼ାଲ ଏଜେନ୍ସି ନିଯୁକ୍ତ ହେବେ ବୋଲି ସେ କହିଛନ୍ତି । 

ବର୍ଷକୁ ଦୁଇଟି କିସ୍ତିରେ ମିଳିବ ୧୦ ହଜାର ଟଙ୍କା । ୫ ବର୍ଷରେ ଆକାଉଣ୍ଟକୁ ଆସିବ ମୋଟ ୫୦ ହଜାର ନଗଦ ରାଶି । ଚଳିତ ଆର୍ଥିକ ବର୍ଷରୁ ଲାଗୁ ହୋଇଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା । ୨୦୨୪ ନିର୍ବାଚନରେ ବିଜେପି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଓଡ଼ିଶାରେ ମହିଳା ସଶକ୍ତିକରଣ ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସୁଭଦ୍ରା ଯୋଜନା । 

Advertisment

ସୁଭଦ୍ରା ଯୋଜନା: କେଉଁ ମାନେ କରିପାରିବେ ଆବେଦନ ?

  • ଓଡ଼ିଶାର ଯୋଗ୍ୟ ମହିଳା ଯାହାଙ୍କ ବୟସ ୨୧ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବ ।
  • ପରିବାରରେ ଏକାଧିକ ଯୋଗ୍ୟ ମହିଳା ଥିଲେ ବି ମିଳିବ ସୁଭଦ୍ରା ଟଙ୍କା ।
  • ବିଧବା ଭତ୍ତା ପାଉଥିବା ମହିଳା ତଥା ଛାତ୍ର ବୃତ୍ତି ପାଉଥିବା କଲେଜ ଛାତ୍ରୀଙ୍କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।
  • ଅଙ୍ଗନୱାଡି କର୍ମୀ/ସହାୟିକା, ଆଶାକର୍ମୀ ମଧ୍ୟ କରିପାରିବେ ଆବେଦନ ।
  • ସିଆରପି କରିପାରିବେ ଆବେଦନ ।
  • ଏମ୍‌ବିକେ, ଆଉଟ୍ ସୋର୍ସିଂ ସଂସ୍ଥାର ମହିଳା ମାନେ ମଧ୍ୟ ସୁଭଦ୍ରା ଯୋଜନାର ଲାଭ ଉଠାଇ ପାରିବେ ।

ସୁଭଦ୍ରା ଯୋଜନାରେ କେମିତି କରିବେ ଆବେଦନ ? 

  • ସୁଭଦ୍ରା ଯୋଜନାର ଅନଲାଇନ୍‌ ମାଧ୍ୟମରେ ଆବେଦନର ପ୍ରକ୍ରିୟା ବହୁତ ସରଳ ରହିଛି । ଓଡ଼ିଶା ସରକାରଙ୍କ ଅଫିସିଆଲ୍ ୱେବସାଇଟ ମାଧ୍ୟମରେ ଆପଣ ଏହି ଯୋଜନାରେ ଆବେଦନ କରି ପାରିବେ। 
  • ଆବେଦନକରି ଏକ ମୁଦ୍ରିତ ଫର୍ମ ପୁରଣକରି ଅଫଲାଇନ୍ ତଥା ସୁଭଦ୍ରା ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ଆବେଦନ କରି ପାରିବେ ।
  • ବିଭିନ୍ନ ସ୍ଥାନ ଓ କାର୍ଯ୍ୟାଳୟ ଯଥା- ଅଙ୍ଗନୱାଡି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ ତଥା ULB କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ପର୍ଯ୍ୟାପ୍ତ ମୁଦ୍ରିତ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ରହିଛି । ଯାହା ଆପଣ ବିନା ଖର୍ଚ୍ଚରେ ପାଇ ପାରିବେ ।
  • ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର  କିମ୍ବା ସାଧାରଣ ସେବା କେନ୍ଦ୍ର (CSC)ରେ ଦାଖଲ କରିବେ । ଏବଂ ସେହି କେନ୍ଦ୍ରରେ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ।
  • ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଫର୍ମ ଏବଂ ଆଧାରରେ କୌଣସି ଅସଙ୍ଗତି ଥିଲେ, ଆଧାରରେ ଥିବା ସୂଚନାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ।
Anganwadi Workers
Advertisment
Advertisment