Advertisment

ପୁଣି ଫେରିପାରେ କୋରିଆ ଇସ୍ପାତ କମ୍ପାନି ‘ପୋସ୍କୋ’ !

ଦକ୍ଷିଣ କୋରିଆର ଇସ୍ପାତ କଂପାନୀ ‘ପୋସ୍କୋ’ ଓଡ଼ିଶା ଫେରିବା ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ। JSW ହେଉ କି ପୋସ୍କୋ, ଅବା JSW-ପୋସ୍କୋ ଜଏଣ୍ଟ ଭେଞ୍ଚର୍ ଯେକୌଣସି ଅନ୍ତଃରାଷ୍ଟ୍ରୀୟ କମ୍ପାନୀ, ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମେ ସମସ୍ତଙ୍କୁ ସ୍ବାଗତ କରିବୁ।

author-image
Sujit kumar Swain
ଅଦ୍ୟତନ ହୋଇଛି
POSCO

POSCO

ପୁଣି ଫେରିବ କୋରିଆନ ଇସ୍ପାତ କମ୍ପାନି ‘ପୋସ୍କୋ’। ଏଥର ଆଉ ନିଜେ ନୁହେଁ ବରଂ ଜେଏସ୍ ଡବ୍ଲୁ ହାତଧରି ଫେରିବାକୁ ଯୋଜନା କରିଛି । ୫୨ ହଜାର କୋଟି ଟଙ୍କା ନିବେଶ କରି ଜଗତସିଂହପୁର ଜିଲ୍ଲାରେ ଏକ ବିଶାଳ ଇସ୍ପାତ କାରଖାନା ବସାଇବାକୁ ୨୦୦୫ ମସିହାରେ ତତ୍କାଳୀନ ବିଜେଡି ସରକାର ସହ ଏମଓୟୁ କରିଥିଲା କଂପାନୀ। ହେଲେ ଜମି ଅଧିଗ୍ରହଣ ବିବାଦ ସହ ଅନ୍ୟ କେତେକ କାରଣରୁ କାରଖାନା ସ୍ଥାପନ କରିବାରେ ବିଫଳ ହୋଇ ଓଡ଼ିଶା ଛାଡ଼ି ଚାଲିଯାଇଥିଲା ଦକ୍ଷିଣ କୋରିଆର ଏହି ଇସ୍ପାତ କମ୍ପାନି। 

Advertisment

ଏବେ ପୁଣି ଥରେ ‘ପୋସ୍କୋ’ ଫେରିବା ଆଶା ଉଜ୍ଜୀବିତ ହୋଇଛି। କମ୍ପାନି ପକ୍ଷରୁ ସଜ୍ଜନ ଜିନ୍ଦଲଙ୍କ ସଂସ୍ଥା ଜେଏସଡବ୍ଲୁ ଷ୍ଟିଲ୍ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯିବା ପରେ ପୋସ୍କୋ ଫେରିବା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ଏହି ବୁଝାମଣା ହୋଇଥିବା ଜଣାପଡିଛି। 

ତେବେ କେଉଁ ସ୍ଥାନରେ ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ହେବ ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଜେଏସଡବ୍ଲୁର ଓଡ଼ିଶା ପ୍ରକଳ୍ପ ସମ୍ପର୍କିତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଜେଏସ୍ ଡବ୍ଲୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଓ ପୋସ୍କୋର ଅଧ୍ୟକ୍ଷ ଚାଙ୍ଗ-ଇନ୍‌ହ୍ବାଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ବୁଝାମଣାପତ୍ରରେ ଏକ ପାଞ୍ଚ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ ଲାଗି ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ହୋଇଛନ୍ତି। ଓଡ଼ିଶାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ବସାଇବାକୁ ୨୦୦୫ରେ ପୋସ୍କୋ ଏମଓୟୁ କରିଥିଲା ଓ ୨୦୧୭ ମାର୍ଚ୍ଚରେ ଓହରିଯାଇଥିଲା। 

Advertisment

ଏପଟେ ଦକ୍ଷିଣ କୋରିଆର ଇସ୍ପାତ କଂପାନୀ ‘ପୋସ୍କୋ’ ଓଡ଼ିଶା ଫେରିବା ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ। JSW ହେଉ କି ପୋସ୍କୋ, ଅବା JSW-ପୋସ୍କୋ ଜଏଣ୍ଟ ଭେଞ୍ଚର୍ ଯେକୌଣସି ଅନ୍ତଃରାଷ୍ଟ୍ରୀୟ କମ୍ପାନୀ, ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମେ ସମସ୍ତଙ୍କୁ ସ୍ବାଗତ କରିବୁ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ନିବେଶ ପାଇଁ JSW ଆଗ୍ରହ ଦେଖାଇଛି। ତେବେ ପୋସ୍କୋ ସହ JSWର ଜଏଣ୍ଟ ଭେଞ୍ଚର୍ ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାର। ଯେତେବେଳେ ଏହା ସ୍ପଷ୍ଟ ହେବ, ସମସ୍ତେ ଜାଣିବେ। JSW ଜଗତସିଂହପୁରରେ ଯେଉଁ ପ୍ରକଳ୍ପ କରୁଛି, ତାହା JSW ଉତ୍କଳ କରୁଛି ଏବଂ  ତାହା JSWର ନିଜସ୍ବ ପ୍ରକଳ୍ପ। ତେବେ ଶିଳ୍ପମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ବହୁ ଶିଳ୍ପ ଏଠାରେ ନିବେଶ ପାଇଁ ମନ ବଳାଇଛନ୍ତି।

Posco
Advertisment
Advertisment