/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730290560.jpg)
Ration Cards: ନଭେମ୍ବରରୁ ମିଳିବ ନୂଆ ରାସନ କାର୍ଡ
ନଭେମ୍ବରରୁ ମିଳିବ ନୂଆ ରାସନକାର୍ଡ। ଆଜି ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ନୂଆ ରାସନ୍ କାର୍ଡ ପାଇଁ ଆବେଦନ କରିଥିବା ୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯିବ।
ତେଣୁ ଏବେ ଏନେଇ ଚାଲିଛି ଇ-KYC ପ୍ରକ୍ରିୟା। ଇ- କେୱାଇସି ପ୍ରକ୍ରିୟା ସରିବା ପରେ ଜଣାପଡ଼ିବ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ବୋଲି ମନ୍ତ୍ରୀ ଦୋହରାଇଛନ୍ତି ।
ଏପଟେ ଡିଲର ପଏଣ୍ଟରେ ଚାଲିଛି ରାସନକାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍ । ନାଁ ଓ ଆଧାର ନମ୍ବର ଯାଂଚ୍ ପରେ ନିଆଯାଉଛି ହିତାଧିକାରୀଙ୍କ ଦସ୍ତଖତ ଓ ଟିପ ଚିହ୍ନ । ପରିବାରର ସବୁ ସଦସ୍ୟ, ଯାହା ଯାହା ନାଁରେ ରାସନ ମିଳୁଛି, ସମସ୍ତଙ୍କ ହେଉଛି ଯାଂଚ୍ । ପରେ ଇ-କେୱାଇସି ଜରିଆରେ ଅପଡେଟ୍ କରୁଛନ୍ତି ଡିଲର।
ନାଁ ନଥାଇ କିଏ ରାସନ୍ ନେଉଛି ତ କିଏ ମରିବାର ବର୍ଷ ବର୍ଷ ବିତିଥିଲେ ବି ରାସନକାର୍ଡରୁ ନାଁ କଟିନି । ହଜାର ହଜାର ବଡ଼ ବଡିଆ ବି ଉଠାଉଛନ୍ତି ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ । ରାଜ୍ୟରେ ପାଖାପାଖି ୨୫ ଲକ୍ଷ ଭୂତ ହିତାଧିକାରୀ ରହିଥିବା ପୂର୍ବରୁ ବିଧାନସଭାରେ କହିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)