Advertisment

ନିର୍ବାଚନ ପୂର୍ବରୁ ଆପ୍‌କୁ ଆଶ୍ୱସ୍ତି, ୬ ମାସ ପରେ ସଞ୍ଜୟ ସିଂଙ୍କୁ ମିଳିଲା ଜାମିନ

ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ୬ ମାସ ଜେଲ୍‌ରେ ରହିବା ପରେ ଶେଷରେ ଆପ୍‌ ସାଂସଦ ସଞ୍ଜୟ ସିଂଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Sanjay Singh

Sanjay Singh

ଆମ୍‌ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କୁ ମିଳିଲା ଆଶ୍ୱସ୍ତି। ୬ ମାସ ଜେଲ୍‌ରେ ରହିବା ପରେ ମିଳିଲା ଜାମିନ। ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ୬ ମାସ ଜେଲ୍‌ରେ ରହିବା ପରେ ଶେଷରେ ଆପ୍‌ ସାଂସଦ ସଞ୍ଜୟ ସିଂଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ସଞ୍ଜୟ ସିଂଙ୍କ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୌଣସି ବିରୋଧ ନ କରବାରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି।

Advertisment

ସଞ୍ଜୟ ସିଂଙ୍କୁ ଇଡି ୪ ଅକ୍ଟୋବର ୨୦୨୩ରେ ଗିରଫ କରିଥିଲା। ୩ ମାସ ଜେଲରେ ରହିବା ପରେ ହାଇକୋର୍ଟରେ ଆପ୍ ସାଂସଦ ଜାମିନ ଆବେଦନ କରିଥିଲେ । କିନ୍ତୁ ଇଡି ଏହାକୁ ବିରୋଧ କରିଥିଲା । ହାଇକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ସଞ୍ଜୟ ସିଂ। ତେବେ ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ବେଳେ ଇଡି ବିରୋଧ ନ କରିବାରୁ ଏବେ ସଞ୍ଜୟ ସିଂହଙ୍କୁ ଜାମିନ୍ ପ୍ରଦାନ କରାଯାଇଛି ।

ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ବେଞ୍ଚ କହିଛନ୍ତି ଯେ AAP ନେତା ସଞ୍ଜୟ ସିଂ ତାଙ୍କ ରାଜନୈତିକ କାର୍ଯ୍ୟକଳାପ ଜାରି ରଖିପାରିବେ, କିନ୍ତୁ ଏହି ମାମଲା ବାବଦରେ କୌଣସି ବିବୃତ୍ତି ଦେଇପାରିବେ ନାହିଁ । ତେବେ ସଞ୍ଜୟ ସିଂଙ୍କୁ ଦିଆଯାଇଥିବା ଜାମିନକୁ 'ଉଦାହରଣ' ଭାବେ ଗ୍ରହଣ କରାଯିବ ନାହିଁ ବୋଲି ବେଞ୍ଚ ସ୍ପଷ୍ଟ କରିଛି । ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସଞ୍ଜୟ ସିଂଙ୍କ ଜାମିନ ସର୍ତ୍ତକୁ ସ୍ୱତନ୍ତ୍ର କୋର୍ଟ ସ୍ଥିର କରିବେ ।

Advertisment

ସଞ୍ଜୟ ସିଂଙ୍କୁ ଜାମିନ ମିଳିବା ପରେ ଆମ୍ ଆଦମୀ ପାର୍ଟି ପାଇଁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କାହିଁକି ନା ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ମାମଲାରେ ଇଡି ହେପାଜତରେ ଅଛନ୍ତି। ସେ ଏପ୍ରିଲ ୧୫ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ। ଏହା ବ୍ୟତୀତ ଆପର ବରିଷ୍ଠ ନେତା ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ମଧ୍ୟ ଜେଲରେ ଅଛନ୍ତି ।

Supreme Court Sanjay Singh AAP
Advertisment
Advertisment