• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଜମ୍ମୁ-କାଶ୍ମୀରରେ କାଠୁଆରେ ବଡ଼ ଧରଣର ଏନକାଉଣ୍ଟର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ଟଳିଛନ୍ତି ୩ ଆତଙ୍କବାଦୀ । ତେବେ ଆତଙ୍କୀଙ୍କ ପାଲଟା ଆକ୍ରମଣରେ ୩ ଜଣ ପୋଲିସ ସହିଦ ହୋଇଛନ୍ତି । ଏଥିସହ ଜଣେ ଡିଏସପିଙ୍କ ସମେତ ୨ ପୋଲିସ ଓ ଜଣେ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ଜମ୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ସ୍ଥାନୀୟ ଅଞ୍ଚଳରେ ଆହୁରି କିଛି ଆତଙ୍କୀ ଲୁଚିଥିବା ସନ୍ଦେହରେ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇ ଜାରି ରହିଛି ସର୍ଚ୍ଚ ଅପରେସନ୍ । 

ଅଧିକ ପଢ଼ନ୍ତୁ: ହେଲମେଟ ପିନ୍ଧିନଥିବାରୁ ୧୦ଲକ୍ଷ ୫୦୦ ଟଙ୍କାର ଚାଲାଣ କାଟିଲା ପୋଲିସ୍

କାଠୁଆ ଜିଲ୍ଲାର ଜୁଥାନା ଅଞ୍ଚଳର ଜଖୋଲ ଗ୍ରାମ ନିକଟରେ ୪ରୁ ୫ ଜଣ ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଏହାପରେ ଜମ୍ମୁର ସ୍ପେଶାଲ ଅପରେସନ ଗ୍ରୁପ (SOG), ସେନା, ବିଏସଏଫ ଓ ସିଆରପିଏଫ ଯବାନ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଯବାନ ଓ ପୋଲିସର ମିଳିତ ଟିମ୍ ଉପରେ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ ହୋଇଥିଲେ । ଦୀର୍ଘ ସମୟ ଧରି ଦୁଇ ପକ୍ଷ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଚାଲିଥିଲା । 

ଏନେଇ ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି, ଏହି ଆତଙ୍କବାଦୀମାନେ ଗତ ରବିବାର ହୀରାନଗର ଏନକାଉଣ୍ଟରରେ ଖସିଯାଇଥିବା ଆତଙ୍କ ଗୋଷ୍ଠୀ ସହ ଜଡିତ ବୋଲି ସନ୍ଦେହ କରାଯାଉଛି । ଗୁଇନ୍ଦା ସୂଚନା ଆଧାରରେ ଗତ ରବିବାର ସନ୍ଧ୍ୟାରେ ଏସ୍‌ଓଜି ପକ୍ଷରୁ ହୀରାନଗର ଅଞ୍ଚଳରେ ଅପରେସନ କରାଯାଇଥିଲା । ୩୦ ମିନିଟ୍‌ରୁ ଅଧିକ ସମୟ ଧରି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ ହେଁ ଆତଙ୍କବାଦୀମାନେ ଖସି ପଳାଇଯିବାରେ ସକ୍ଷମ ହୋଇଥିଲେ ।  

ଅଧିକ ପଢ଼ନ୍ତୁ: ନିଜେ କରିଥିବା ଭୁଲ୍ ପାଇଁ ପସ୍ତେଇଲେ ମହମ୍ମଦ ୟୁନୁସ : ସାହାଯ୍ୟ ପାଇଁ ଭାରତ ପାଖରେ ପତେଇଲେ ହାତ