• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜୀବନରେ ଶାନ୍ତି କିଏ ବା ନଚାହେଁ । ହେଲେ ସମସ୍ତଙ୍କ ଭାଗ୍ୟରେ ତାହା ନଥାଏ । କୁହାଯାଏ ମଣିଷ ଜୀବନଟା ସୁଖ ଆଉ ଦୁଃଖର ଚକ୍ର । ଆଜି ସୁଖ ତ କାଲି ଦୁଃଖ । ଇଏତ ଥିଲା ବ୍ୟକ୍ତିଗତ ଜୀବନର କଥା । ହେଲେ ଆପଣ ଜାଣନ୍ତି କି ଆମ ଭାରତରେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ଲୋକେ ଭାରି ଖୁସିରେ ରୁହନ୍ତି । ସେହି ସ୍ଥାନକୁ ଦେଶର ସବୁଠାରୁ ଖୁସିର ରାଜ୍ୟ ବୋଲି କୁହାଯାଏ । ସେହି ରାଜ୍ୟଟି ହେଲା, ମିଜୋରାମ । ନିକଟରେ ମିଜୋରାମକୁ ଦେଶର ସବୁଠାରୁ ଖୁସିର ରାଜ୍ୟ ବୋଲି ବିବେଚନା କରାଯାଇଛି । ମ୍ୟାନେଜମେଣ୍ଟ ଡେଭ୍‌ଲପ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ଗୁରୁଗ୍ରାମ୍‌ର ପ୍ରଫେସର ରାଜେଶ ପିଲାନିଆଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁଯାୟୀ, ଦେଶର ଏହା ହେଉଛି ଦ୍ୱିତୀୟ ରାଜ୍ୟ ଯେଉଁଠି ଶତ ପ୍ରତିଶତ ସାକ୍ଷରତା ରହିଛି । ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାକୁ ଅନେକ ସୁଯୋଗ ଦିଆଯାଉଛି । ପ୍ରତିକୂଳ ପରିସ୍ଥିତିରେ ବି ସେମାନେ କିଭଳି ସଂଘର୍ଷ କରି ଆଗକୁ ବଢ଼ିବେ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି ।

ଅଧିକ ପଢ଼ନ୍ତୁ: ଭାରତରେ ଅଛି ଏମିତି ୬ ଜାଗା ଯାହା ଆପଣଙ୍କ ଦିନକୁ କରିଦେବ ପ୍ରେମମୟ

‘ମିଜୋରାମ୍‌’କୁ ଖୁସିର ରାଜ୍ୟ (India's Happiest State) ବୋଲି ମାନ୍ୟତା ଦେବା ପୂର୍ବରୁ ୬ଟି ବର୍ଗରେ ଏହାର ସର୍ଭେ କରାଯାଇଥିଲା । ସେଗୁଡ଼ିକ ହେଲା ପାରିବାରିକ ସମ୍ପର୍କ, ଚାକିରି ସମ୍ବନ୍ଧୀୟ ସମସ୍ୟା, ସାମାଜିକ ସମସ୍ୟା, ଜାତିଭେଦ, କୋଭିଡ୍‌ ୧୯ ପରର ଖୁସି, ଶାରୀରିକ ଏବଂ ମାନସିକ ସ୍ଥିତି । ଏହି ସବୁ ବର୍ଗରେ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା । ଯେଉଁଥିରେ ମିଜୋରାମ ଏକ ନମ୍ବର ସ୍ଥାନରେ ରହିଛି । ଆଉ ଦେଶର ସବୁଠାରୁ ଖୁସିର ରାଜ୍ୟ ବୋଲି ମାନ୍ୟତା ପାଇଛି ।

ମିଜୋରାମ, ଆଇଜଲ୍‌ରେ ଥିବା ସରକାରୀ ମିଜୋ ହାଇସ୍କୁଲ (GMHS)ର ଜଣେ ଛାତ୍ର, ବାପା ମୃତ୍ୟୁବରଣ କରିବା ପରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ହେଲେ ସେ କେବେ ବି ହାର ମାନି ନଥିଲେ । ସବୁ ଦୁଃଖ କଷ୍ଟକୁ ପାଣି କରି ସେ ଆଗକୁ ବଢ଼ିବାର ଆଶା ରଖିଛନ୍ତି । ସେ ପାଠ ପଢ଼ି ଭବିଷ୍ୟତରେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାର ସ୍ୱପ୍ନ ଦେଖୁଛନ୍ତି । ଯଦି ଏହି ପ୍ରଥମ ସ୍ୱପ୍ନ ପୁରଣ ନହେଲା, ତେବେ ସେ ସିଭିଲ ସର୍ଭିସ୍‌ ପାଇଁ ମଧ୍ୟ ପ୍ରସ୍ତୁତ ହେବେ ବୋଲି ଯୋଜନା କରିଛନ୍ତି ।

ସେହିଭଳି ଆଉ ଜଣେ ସେହି  GMHS ସ୍କୁଲର ଦଶମ ଶ୍ରେଣୀର ଛାତ୍ର NDA ପାଇଁ ଆଶା ରଖିଛନ୍ତି । ତାଙ୍କ ବାପା କ୍ଷୀର ଫ୍ୟାକ୍‌ଟ୍ରିରେ କାମ କରୁଥିବା ଜଣେ ସାଧାରଣ କର୍ମଚାରୀ । ଆଉ ମାଆ ଜଣେ ହାଉସ୍‌ ୱାଇଫ୍‌ । ଉଭୟ ତାଙ୍କ ପୁଅ ପାଇଁ ଖୁବ୍ ଆଶାବାଦୀ ରହିଛନ୍ତି । କାରଣ ହେଲା ସ୍କୁଲ । ଏହି ସ୍କୁଲ୍‌ରେ ଭଲ ପାଠ ପଢ଼ାଯିବା ସହ ପିଲାଙ୍କ ଭବିଷ୍ୟତ କିଭଳି ଉଜ୍ଜଳ ସେଥିପ୍ରତି ଖୁବ୍‌ ଗୁରୁତ୍ୱ ଦିଆଯାଉଛି ।

ଜଣେ ଛାତ୍ର କହିଲେ, ‘ଶିକ୍ଷକମାନେ ଆମର ସାଙ୍ଗ ଭଳି । ଆମେ ତାଙ୍କୁ କିଛି କହିବା ପାଇଁ ବା ପଚାରିବା ପାଇଁ ଭୟ କରୁ ନାହୁଁ । ଶିକ୍ଷକ ଶିକ୍ଷୟତ୍ରୀମାନେ ସବୁବେଳେ ନିଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଗୁରତ୍ୱ ଦେବା ସହ ନିୟମିତ ଭାବେ ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ଭେଟିଥାନ୍ତି । ଏହି ଭେଟ୍‌ଘାଟ୍‌ରେ ପିଲାର ପାଠ ପଢ଼ାଠାରୁ ଆରମ୍ଭ କରି ଚାଲିଚଳନ ଏମିତିକି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥାନ୍ତି ।

ମିଜୋରାମ୍‌ର ସାମାଜିକ ଢାଞ୍ଚା ମଧ୍ୟ ଲୋକଙ୍କୁ ଖୁସି ରହିବା ପାଇଁ ବାତାବରଣ ତିଆରି କରିଥାଏ । ଏଠାରେ ଜାତିକୁ ନେଇ ଲୋକଙ୍କ ମଧ୍ୟରେ ତାରତମ୍ୟ ନାହିଁ କହିଲେ ଚଳେ । ବାପା ମାଆଙ୍କ ପକ୍ଷରୁ ପିଲାଙ୍କ ଉପରେ ପାଠ ପଢ଼ାର ଚାପ ମଧ୍ୟ ବିଶେଷ ରହିନଥାଏ । ଏନେଇ ଜଣେ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ସୂଚନା ଦେଇଛନ୍ତି ।

ଏହି ସର୍ଭେ ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ପ୍ରତ୍ୟେକ ପିଲା ମିଜୋ କମ୍ୟୁନିଟି ଅଧିନରେ । ଏଠାରେ ଲିଙ୍ଗଗତ ତାରତମ୍ୟ ମଧ୍ୟ ନାହିଁ । ପିଲାମାନେ ଅଳ୍ପ ବୟସରୁ ରୋଜଗାର କରିବା ଆରମ୍ଭ କରନ୍ତି । ଏଠାରେ କୌଣସି କାମକୁ ଛୋଟ ବୋଲି ଲୋକମାନେ ଭାବିନଥାନ୍ତି । ମାତ୍ର ୧୬ - ୧୭ ବର୍ଷ ବୟସରୁ ପିଲାମାନେ ରୋଜଗାର କରିବା ଆରମ୍ଭ କରନ୍ତି । ଉଭୟ ପୁଅ ଏବଂ ଝିଅ ଏଠାରେ ରୋଜଗାର ଅଳ୍ପ ବୟସରୁ ରୋଜଗାର କରିଥାନ୍ତି । 

ମିଜୋରାମରେ ଅଧିକାଂଶ ପରିବାରରେ ଫାଳ ଫାଳ । ଏହାର ସବୁଠାରୁ ବଡ଼ କାରଣ ହେଲା, ପରିବାର ପ୍ରତ୍ୟେକ ସଦସ୍ୟ ରୋଜଗାର କରିଥାନ୍ତି । ସେମାନେ ନିଜ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସମର୍ଥ । ତେଣୁ ସେ କାହିଁକି କାହା ଉପରେ ଜୀବନ ସାରା ନିର୍ଭର କରନ୍ତେ । ଯଦି ମନ ମିଶୁନି ତେବେ ସ୍ୱାମୀ-ସ୍ତ୍ରୀ ଅଲଗା ହେବା ଖୁବ୍‌ ଭଲ ବୋଲି ଏଠାକାର ଜଣେ ସ୍ଥାନୀୟ ବାସିନ୍ଦା ମତ ରଖିଛନ୍ତି ।