• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ହେଉଛି କୂଟନୈତିକ ବିବାଦ । ପାକିସ୍ତାନକୁ ଏଥର ଉଚିତ୍‌ ଜବାବ୍ ଦେବାକୁ ସିନ୍ଧୁ ଜଳଚୁକ୍ତି ରବ୍ଦ, ଭିସା ବାତିଲ, ସୀମା ବନ୍ଦ ଭଳି କଠୋର କାର୍ଯ୍ୟାନୁଷ୍ଠାନ ସହିତ ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାକୁ ଜାରି ରହିଛି ଜୋରଦାର୍ ଅପରେସନ । ଘନ ଘନ ହାଇଲେବୁଲ ବୈଠକ, ତା'ସାଙ୍ଗକୁ ଭାରତର ସମରସଜ୍ଜା । ଏହି କ୍ରମରେ ଆଜି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପାକିସ୍ତାନ ନାଗରିକଙ୍କୁ ଚିହ୍ନଟ କରି ବିତାଡ଼ିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ । ପାକ୍ ନାଗରିକଙ୍କ ଭିସା ରଦ୍ଦ କରି ତୁରନ୍ତ ସେମାନଙ୍କୁ ନିଜ ନିଜ ରାଜ୍ୟରୁ ବାହାର କର ବୋଲି ନିର୍ଦ୍ଦେଶ ଦିଆଯାଇଛି । 

ଅଧିକ ପଢ଼ନ୍ତୁ: ସେନା ଗୁଳିରେ ଟପ୍‌ ଆତଙ୍କୀ କମାଣ୍ଡର ଅଲତାଫ୍‌ ନିହତ

ଏସବୁ ମଧ୍ୟରେ ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହିଥିବା ଜଣାପଡିଛି । ଦୀର୍ଘକାଳୀନ ଭିସାରେ ଏହି ପାକିସ୍ତାନୀମାନେ ଓଡ଼ିଶାରେ ଅଛନ୍ତି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ସେମାନଙ୍କୁ ଭାରତ ଛାଡ଼ିବାକୁ ନୋଟିସ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ପହଲଗାମ୍ ଆତଙ୍କୀ ହମ୍‌ଲା ପରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ ପୂର୍ବକ ଭିସା ବାତିଲ ସହ ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟାରେ ଭାରତ ଛାଡ଼ିବାକୁ ମହଲତ୍ ଦିଆଯାଇଥିଲା । ମେଡିକାଲ ଭିସାରେ ଥିବା ନାଗରିକଙ୍କୁ ଏପ୍ରିଲ ୨୯ ସୁଦ୍ଧା ଭାରତ ଛାଡିବାକୁ କୁହାଯାଇଥିଲା ।

ଅଧିକ ପଢ଼ନ୍ତୁ: ଯୁଦ୍ଧ ହେଲେ କିଏ ଜିତିବ, ଜାଣନ୍ତୁ କାହାର କେତେ ସୈନ୍ୟବଳ...

ଏହି ଭିସା ବାତିଲ ପରେ ଭାରତ ଛାଡୁଛନ୍ତି ପାକିସ୍ତାନୀ । ଭାରତ ଦେଇଥିବା ୪୮ ଘଣ୍ଟାର ମହଲତ ଆଜି ପୂରୁଥିବାରୁ ପଞ୍ଜାବ ଅମୃତସର ନିକଟ ଅଟାରୀ ଚେକପୋଷ୍ଟ ନିକଟରେ ଲାଗିଛି ଭିଡ଼ । ଅନେକ ପାକିସ୍ତାନୀ ନାଗରିକ ଭାରତ ଛାଡ଼ି ସ୍ବଦେଶ ଫେରୁଛନ୍ତି । ଭାରତ ଛାଡ଼ି ଯାଉଥିବାରୁ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ପହଲଗାମ ଆକ୍ରମଣରେ ପାକିସ୍ତାନର ସଂପୃକ୍ତି ନେଇ ପଚାରିବାରୁ କେହି ପାକିସ୍ତାନୀ ଏହି ଘଟଣାକୁ ନିନ୍ଦା କରୁଥିବାବେଳେ ଆଉ କେହି କୌଣସି ଉତ୍ତର ଦେଉନାହାନ୍ତି ।