/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745573954.jpg)
ଛୁଆ ଆଗରେ ବାପା-ମା’ଙ୍କ ମୃତ୍ୟୁ
ଛଳନାରେ ଖୁଆଇଦେଲେ ବିଷ ଲଡ଼ୁ
ଭାଇ-ଭାଇ ଭିତରେ ସମ୍ପତ୍ତି ବିବାଦର ଅନ୍ତ ଯେ ଏଭଳି ହେବ ଏକଥା ବିଶ୍ବାସ କରିହେଉନି। ସମ୍ପତ୍ତି ହାଇଜାକ୍ ପାଇଁ ନିଜ ଭାଇ ଓ ଭାଉଜଙ୍କୁ ବିଷ ଲଡ଼ୁ ଖୁଆଇ ଦିଆଗଲା। ଛଳନା କରି ଏମିତି ଲଡ଼ୁ ଖୁଆଇଦେଲେ ପରିବାର ଲୋକେ। ଲଡ଼ୁ ଖାଇ ଭାଇ-ଭାଉଜ ସବୁଦିନ ପାଇଁ ଆଖି ବୁଜିଦେଲେ। ୨୦ ଦିନର ଶିଶୁ ସାମନାରେ ବାପା-ମାଙ୍କୁ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ଘଟଣା ଥିଲା ହୃଦୟ ବିଦାରକ। ଉତ୍ତରପ୍ରଦେଶ ଆଗ୍ରାରେ ଏଭଳି କାଣ୍ଡ ଘଟିଛି। ଦମ୍ପତି ମୃତ୍ୟୁ ପୂର୍ବରୁ ପଠାଇଥିବା ଏକ ଭଏସ୍ ମ୍ୟାସେଜ ହିଁ ପୁରା ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକୁ ସାମନାକୁ ଆଣିଛି।
ଆମକୁ ସେମାନେ ମାରିଦେଲେ…
ଉତ୍ତର ପ୍ରଦେଶର ଆଗ୍ରାର ଶାହଗଞ୍ଜ ଥାନା ଅଞ୍ଚଳ। ଏପ୍ରିଲ ୧୭ ତାରିଖ। ମୃତକ ହେଉଛନ୍ତି ବିନୟ। ଏବଂ ତାଙ୍କ ପତ୍ନୀ ଡଲି। ବିନୟଙ୍କର ପାଉଁଜି ତିଆରି ବ୍ୟବସାୟ ଥିଲା। ବିଷାକ୍ତ ଲଡୁ ଖୁଆଇ ଉଭୟଙ୍କୁ ହତ୍ୟା କରାଯାଇଛି। ମୃତ୍ୟୁ ପୂର୍ବରୁ ବିନୟ ତାଙ୍କ ଶଳା ଅର୍ଥାତ ଡଲିଙ୍କ ଭାଇ ସନ୍ଦୀପଙ୍କୁ ଏକ ଭଏସ୍ ମେସେଜ୍ ମୋବାଇଲରେ ପଠାଇଥିଲେ। ଏଥିରେ ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଛଳନା କରି ବିଷାକ୍ତ ଲଡୁ ଖୁଆଇଥିଲେ। ଏହି ଲଡ଼ୁ ଖାଇ କିଛି ସମୟ ଭିତରେ ମୃତ୍ୟୁ ହେବା ନେଇ କହିଥିଲେ। ଏହି ଅଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ମୃତ୍ୟୁ ପୂର୍ବରୁ ଏହି ଜମାନବନ୍ଦୀ ପୁଲିସ ପାଇଁ ବଡ଼ ପ୍ରମାଣ ପାଟଲିଛି।
ଭଉଣୀର ସିନ୍ଦୁର ବଞ୍ଚାଇପାରିଲାନି ଭାଇ
ଏପ୍ରିଲ ୧୭ ତାରିଖ। ଦିନ ୧୧ଟା ୧୫। ସନ୍ଦୀପ ଆଇଟିଆଇ ପରୀକ୍ଷା ଦେବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଭିଣୋଇଙ୍କ ଭଏସ୍ ଏସଏମଏସ ଦେଖିଲେ। ଏହାକୁ ଖୋଲି ଶୁଣିବା ପରେ ତାଙ୍କୁ ଚାରିଆଡ଼ ଅନ୍ଧାର ଦେଖାଗଲା। ଆଉ କିଛି ସମୟ ପରେ ଯେ ଭଉଣୀ-ଭିଣୋଇ ମରିବାକୁ ଯାଉଛନ୍ତି ଏକଥା ସେ ବିଶ୍ବାସ କରିପାରୁନଥିଲେ। ସେମାନଙ୍କୁ ତୁରନ୍ତ ବଞ୍ଚାଇବାକୁ ସିଧା ତାଙ୍କ ବାଇକରେ ଆଜମପଡାରେ ଥିବା ଭଉଣୀଙ୍କ ଘର ଆଡ଼କୁ ବାହାରିଥିଲେ। ତୁରନ୍ତ ଶାଶୁ ଘରେ ପହଞ୍ଚିଲା ବେଳକୁ ସବୁ କିଛି ସରିଯାଇଥିଲା। ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଭିଣୋଇ ଓ ଭଉଣୀ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ବିଷାକ୍ତ ଲଡ଼ୁ ଖାଇ ଛଟପଟ ହୋଇ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା।
୨୦ ଦିନର ଶିଶୁ ଦେଖିଲା ବାପା ମାଙ୍କ ମୃତ୍ୟୁ
ସନ୍ଦିପ ଯେତେବେଳେ ଭଉଣୀର ଶାଶୁ ଘରେ ପହଞ୍ଚିଲେ ସେତେବେଳେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଘର ଭିତରେ ପଡ଼ିରହିଥିଲା। ସେହି ଘର ଭିତରେ ଶୋଇଥାଏ ଗୋଟିଏ ୨୦ ଦିନର କୁନି ଶିଶୁ କନ୍ୟା। ଏହି ଝିଅଟି ଥିଲା ମୃତା ଡଲିଙ୍କର। ବିଚାରୀ ଝିଅଟି ମାକୁ ନପାଇ କାନ୍ଦୁଥିଲା। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟର ସନ୍ଦିପ ପାଲଟିଲେ ମୁକସାକ୍ଷୀ। ସତେଯେମିତି ସେ ନିଜେ ମୁକ ପାଲଟିଯାଇଥିଲେ। ସେ ଶ୍ବାସରୁଦ୍ଧ ଅନୁଭବ କରୁଥିଲେ। ସନ୍ଦିପ ପୁଲିସକୁ ପୁରା ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତାଙ୍କ ବୟାନ ଆଧାରରେ ପୁଲିସ ମୃତ ବିନୟଙ୍କ ମା ଭଗବାନ ଦେବୀ, ଦେଢ଼ଶୂର ଟିଟୁ, ଯା ନୀଲମ ଏବଂ ଦିଅର ରାମଙ୍କୁ ହେପାଜତକୁ ନେଇଛି।
ଜମି ବିବାଦରୁ ହତ୍ୟାକାଣ୍ଡର ମଞ୍ଜି ବୁଣାଯାଇଥିଲା
ଏହି ହତ୍ୟାକାଣ୍ଡ ପରେ ଶଳା ସନ୍ଦିପ ତାଜଗଞ୍ଜ ଶ୍ମଶାନରେ ତାଙ୍କ ଭିଣୋଇ ଏବଂ ଭଉଣୀଙ୍କ ଶବକୁ ଦାହ କରିଥିଲେ। ଭଉଣୀ ଏବଂ ଭାଇଭଉଣୀଙ୍କ ମଧ୍ୟରେ କେବେ କୌଣସି ଘଟଣାକୁ ନେଇ ଝଗଡା ହୋଇନାହିଁ। ପରସ୍ପରକୁ ବହୁତ ଭଲ ପାଉଥିଲେ। ତାଙ୍କ ଭିଣୋଇଙ୍କ ଦୁଇ ଭାଇ ତାଙ୍କ ଉପରେ ଅନେକ ସମୟରେ ରାଗ ରଖୁଥିଲେ। ଘର ସମ୍ପତ୍ତିର ଏକ ଅଂଶ ବାରମ୍ବାର ମାଗୁଥିଲେ। ଏଭଳି ଘଟଣାକୁ ମୃତକ ବିରୋଧ କରିଆସୁଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡର ମଞ୍ଜି ବୁଣାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)