Advertisment

UP ପୋଲିସର ବଡ଼ ଟାର୍ଗେଟ୍‌ ‘ସାଇସ୍ତା’ ! ଜାଣନ୍ତୁ ସେ କିଏ ? ଗ୍ୟାଙ୍ଗ୍‌ଷ୍ଟର ଅତିକ୍ ସହ ତା’ର କ’ଣ ଥିଲା ସମ୍ପର୍କ..?

ଆପଣଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ଆସୁଥିବ, ଏହି ସାଇସ୍ତା କିଏ ? କାହିଁକି ତାଙ୍କ ମୁଣ୍ଡରେ ସରକାର ଏତେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । କାହିଁକି ସେ ମୋଷ୍ଟ ୱାଣ୍ଟେଡ୍ ? ସେ କେଉଁ ଅପରାଧ ସହ ଜଡ଼ିତ ? କାହିଁକି ସେ ଫେରାର ଅଛନ୍ତି ?

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Atiq Ahamed Wife Saista Parween Is Now Most Wanted Criminal In UP

Atiq Ahamed Wife Saista Parween Is Now Most Wanted Criminal In UP

ସାଇସ୍ତା ପରୱିନ୍‌ । ଏହି ନାଁ ଆପଣମାନେ ବୋଧ ହୁଏ କେବେ ଶୁଣିନଥିବେ । କାରଣ ଏହି ନାଁ ସେତେ ଲୋକପ୍ରିୟ ନୁହେଁ । କିମ୍ବା ଏହି ଚରିତ୍ରଟି ମଧ୍ୟ ସେତେ ଜଣାଶୁଣା ନୁହେଁ । ଅଣ୍ଡରୱାର୍ଲ୍ଡରେ ବି ଏହି ନାଁକୁ ପ୍ରାୟ ସମସ୍ତେ ଜାଣନ୍ତି ନାହିଁ । ସାଇସ୍ତା ପରୱିନ୍‌ (Shaista Parveen), ଏହି ନାଁର ପ୍ରଥମ ଶବ୍ଦର ଅର୍ଥ ହେଉଛି ସୁନ୍ଦର । କିନ୍ତୁ ବାସ୍ତବରେ ନାଁ ଆଉ ଚରିତ୍ର ମଧ୍ୟରେ ଟିକେ ବି ସମାନତା ନାହିଁ । ନାଁ ସିନା ସୁନ୍ଦର ହେଲେ କାରନାମା ଖୁବ୍‌ ଭୟଙ୍କର । ଏବେ ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ୍‌ କ୍ରିମିନାଲ ହେଉଛନ୍ତି ସାଇସ୍ତା । ଏମିତିକି ସରକାର ବି ତାଙ୍କ ମୁଣ୍ଡରେ ପୁରସ୍କାର ରାଶି ରଖିଛନ୍ତି । ଯିଏ ସାଇସ୍ତାଙ୍କ ବିଷୟରେ ତଥ୍ୟ ଦେବ, ତାକୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି ସରକାର ।

Advertisment

ଏବେ ଆପଣଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ଆସୁଥିବ, ଏହି ସାଇସ୍ତା କିଏ ? କାହିଁକି ତାଙ୍କ ମୁଣ୍ଡରେ ସରକାର ଏତେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । କାହିଁକି ସେ ମୋଷ୍ଟ ୱାଣ୍ଟେଡ୍ ? ସେ କେଉଁ ଅପରାଧ ସହ ଜଡ଼ିତ ? କାହିଁକି ସେ ଫେରାର ଅଛନ୍ତି ? ତେବେ ଏହି ତମାମ ପ୍ରଶ୍ନର ଗୋଟିଏ ଉତ୍ତର ହେଲା, ଆଇସ୍ତା ହେଉଛନ୍ତି ଗ୍ୟାଙ୍ଗଷ୍ଟର (Gangster) ଅତିକ୍‌ ଅହମ୍ମଦ (Atiq Ahmed)ର ପତ୍ନୀ । ଯିଏ କି ନିକଟରେ ମାତ୍ର ଦୁଇ ଦିନ ବ୍ୟବଧାନରେ ପ୍ରଥମେ ନିଜ ପୁଅ ଓ ତାପରେ ସ୍ୱାମୀକୁ ହରାଇଛନ୍ତି ।

ଅଧିକ ପଢ଼ନ୍ତୁ: ଗୁଡ୍ଡୁ ମୁସଲିମ୍ କିଏ ? ମୃତ୍ୟୁର ଠିକ୍‌ ପୂର୍ବରୁ ଯାହାର ନାମ ନେଇଥିଲା ଅତିକ୍

Advertisment

ସାଇସ୍ତାଙ୍କ ପୁଅକୁ ଉତ୍ତର ପ୍ରଦେଶ (Uttar Pradesh) ପୋଲିସ ଗୋଡ଼ାଇ ଗୋଡ଼ାଇ ବିଲ ମଝିରେ ଏନ୍‌କାଉଣ୍ଟର କରିଥିବା ବେଳେ ଅତିକ୍‌ ପୋଲିସ ହେଫାଜତ୍‌ରେ ଥିବା ବେଳେ ତାକୁ ୩ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ନିଜ ପରିବାରକୁ ହରାଇ ସାଇସ୍ତା ଏବେ ଭାଙ୍ଗି ପଡ଼ିଥିବା ନେଇ କିଛି ଲୋକ କହୁଥିବା ବେଳେ ଆଉ କିଛି କହୁଛନ୍ତି ଯେ, ସାଇସ୍ତା ବଦ୍‌ଲା ନେବା କଥା ବି ଚିନ୍ତା କରୁଛନ୍ତି । ସେଥିପାଇଁ ସେ ଏବେ ନିଜକୁ ଲୁଚାଇ ରଖିଛନ୍ତି ।

ପୋଲିସର ଝିଅ, ଅଣ୍ଡରୱାର୍ଲ୍ଡ ଡନ୍‌ର ପତ୍ନୀ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସାଇସ୍ତା ଜଣେ ପୋଲିସ ଅଧିକାରୀଙ୍କ ଝିଅ । ସେ ଅତିକ୍‌ (Atiq)ଙ୍କୁ ବିବାହ କରିବା ପରେ ଜଣେ ଡନ୍‌ (Don)ର ପତ୍ନୀ ବୋଲି ପରିଚୟ ପାଇଥିଲେ । ସାଇସ୍ତା ଜଣେ ଶିକ୍ଷିତ ଓ ସଧାରଣ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସେ ଏବେ ମୋଷ୍ଟ ୱାଣ୍ଟେଡ୍‌ କ୍ରିମିନାଲ (Most Wanted Criminal) । ସାଇସ୍ତା ବିବାହ ପୂର୍ବରୁ ଯେମିତି ଥିଲେ ଏବେ ତା’ର ସମ୍ପୂର୍ଣ୍ଣ ବିପରିତ । ତାଙ୍କ ବାପ ଘର ହେଉଛି  ପ୍ରୟାଗରାଜର ଦାମପୁର ଗାଁରେ । ସେ ଚାରି ଭଉଣୀଙ୍କ ମଧ୍ୟରେ ବଡ଼ । ତାଙ୍କର ଦୁଇଟି ଭାଇ ମଧ୍ୟ ରହିଛନ୍ତି । ତାଙ୍କ ବାପା ଜଣେ ରିଟାୟାର୍ଡ ପୋଲିସ କନ୍‌ଷ୍ଟେବଳ । ଦୁଇ ଭାଇଙ୍କ ମଧ୍ୟରୁ ଜଣେ ମଦ୍ରାସା ସ୍କୁଲର ପ୍ରିନ୍‌ସପାଲ ଭାବେ କାମ କରନ୍ତି ।

ବିବାହ ପରେ ବଦଳିଗଲା ଦୁନିଆ

ସାଇସ୍ତା ଆରମ୍ଭରୁ ବିବାଦଠାରୁ ଦୂରେଇ ରହିବାକୁ ଚେଷ୍ଟା କରି ଆସିଛନ୍ତି । ସେ କେବେ ବି ଲୋକଲୋଚନକୁ ଆସିବାକୁ ଚାହିଁନାହାନ୍ତି । ପରିବାରିକ ବିବାଦଠାରୁ ମଧ୍ୟ ସେ ଦୂରରେ ରହିବାକୁ ଚେଷ୍ଟା କରି ଆସିଛନ୍ତି । ତେଣୁ ସେ ନିଜ ବାପାଙ୍କ ସହ ଏକ ପୋଲିସ କ୍ୱାର୍ଟରରେ ରହି ଆସୁଥିଲେ । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ଅତିକ ମହମ୍ମଦ ପାଠ କମ୍‌ ପଢ଼ିଥିବା ବେଳେ ସାଇସ୍ତା ପରୱିନ୍‌ କଲେଜ ପଢ଼ା ସାରିଛନ୍ତି । ଯେତେବେଳେ ସେ ୧୯୯୬ରେ ଅତିକଙ୍କୁ ବିବାହ କଲେ, ସେତେବେଳେ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଲା । ସେ ମୋଟ ୫ଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ଯେ, ଦିନେ ତାଙ୍କୁ ଅଣ୍ଡରୱାର୍ଲ୍ଡ (Under World) ସହ ଯୋଡ଼ି ହେବାକୁ ପଡ଼ିବ ।

ରାଜନୀତି ପ୍ରତି ଆଗ୍ରହ ଥିଲା

ସାଇସ୍ତାଙ୍କ ରାଜନୀତି ପ୍ରତି ଆଗ୍ରହ ରହିଥିଲା । ସେ ୨୦୨୧ରେ ଆଶାଉଦ୍ଦିନ୍‌ ଓୱାସିଙ୍କ AIMMରେ ଯୋଗଦେଇଥିଲେ । ଏହାପରେ ଚଳିତ ବର୍ଷ ଜାନୁଆରୀରେ ମାୟାବତୀଙ୍କ BSPରେ ଯୋଗଦେଇଥିଲେ । ପ୍ରୟାଗ୍‌ରାଜରୁ ମେୟର ନିର୍ବାଚନରେ ଲଢ଼ିବା ପାଇଁ ସେ ଟିକଟ ଆଶାୟୀ ରହିଥିଲେ । ହେଲେ ତାଙ୍କ ନାଁରେ ହତ୍ୟା ମାମଲା ଥିବାରୁ ତାଙ୍କୁ BSP ଟିକଟ ଦେଇନଥିଲା । ମାୟାବତୀ ନିଜେ ସାଇସ୍ତାଙ୍କୁ ଟିକଟ ଦିଆଯିବନି ବୋଲି ଘୋଷଣା କରିଥିଲେ ।

ସାଇସ୍ତାଙ୍କ ନାଁରେ ଏକାଧିକ ଅପରାଧିକ ମାମଲା

ଅତିକ୍‌ଙ୍କ ନାଁରେ ୧୦୦ରୁ ଅଧିକ ଅପରାଧିକ ମାମଲା ରହିଥିବା ବେଳେ ସାଇସ୍ତାଙ୍କ ନାଁରେ ମଧ୍ୟ ଥାନାରେ ଅପରାଧିକ ମାମଲା ରହିଥିଲା । ପରିବାରରେ ପ୍ରଥମ ମହିଳା ଭାବେ ସାଇସ୍ତାଙ୍କ ନାଁରେ ଥାନାରେ ମାମଲା ରହିଛି । ତାହା ପୁଣି ହତ୍ୟା ମାମଲା । ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡରେ ତାଙ୍କ ନାଁ ରହିଛି । ସେଥିପାଇଁ ତାଙ୍କୁ ପୋଲିସ ଖୋଜୁଛି । ସେ ପୋଲିସକୁ ଚକ୍‌ମା ଦେଇ ଫେରାର ଅଛନ୍ତି । ଏବେ ବି ସେହି ମାମଲାର ତଦନ୍ତ ଚାଲୁ ରହିଛି ।

ପୋଲିସର କହିବାନୁଯାୟୀ, ଉମେଶ ପାଲ ହତ୍ୟାକାଣ୍ଡରେ ସାଇସ୍ତାଙ୍କ ସମ୍ପୃକ୍ତି ରହିଛି । ଏହାସହ ଫେବ୍ରୁଆରୀ ୨୪ ତାରିଖରେ ପ୍ରୟାଗରାଜରେ ଦୁଇ କନେଷ୍ଟବଳଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ମଧ୍ୟ ସାଇସ୍ତାଙ୍କ ହାତ ରହିଛି । ଉମେଶ ପାଲ ହତ୍ୟା ପରେ, ସାଇସ୍ତା ନିଜ ପୁଅ ଅସଦ୍ ଏବଂ ସୁଟର ଗୁଲାମ୍‌ଙ୍କୁ ପ୍ରୟାଗରାଜ ଛାଡ଼ି ଚାଲିଯିବା ସହ ଫେରାର ହୋଇଯିବା ପାଇଁ କହିଥିଲେ । ଏବେ ସୁଦ୍ଧା ସାଇସ୍ତାଙ୍କ ନାଁରେ ୪ଟି ମାମଲା ରହିଛି ।

ପୁଅମାନଙ୍କ ନାଁରେ ବି ମାଳ ମାଳ କେସ୍

କେବଳ ଯେ ବାପା ଅତିକ୍‌ ଆଉ ମାଆ ସାଇସ୍ତାଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି ତାହା ନୁହେଁ ,ଏମାନଙ୍କ ଔରସରୁ ଜନ୍ମ ନେଇଥିବା ପିଲାମାନେ ମଧ୍ୟ ଅପରାଧ ଜଗତ ସହ ଓତପ୍ରୋତ ଭାବେ ଜଡ଼ିତ । ଦୁଇ ପୁଅଙ୍କ ନାଁରେ ରହିଛି ଏକାଧିକ ମାମଲା । ହତ୍ୟା, ହତ୍ୟା ଉଦ୍ୟମ, ମାରପିଟ୍‌, କିଡ୍‌ନାପିଂ, ବଟି ଆଦାୟ ଭଳି ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିବାରୁ ବଡ଼ ପୁଅ ଉମର ଏବେ ଲକ୍ଷ୍ନୌ ଜେଲ୍‌ରେ ଦିନ କାଟୁଛି । ସେ ଲକ୍ଷ୍ନୌର ଜଣେ ବ୍ୟବସାୟୀ ମୋହିତ ଜୈସ୍ୱାଲଙ୍କୁ ୨୦୧୮ ମସିହାରେ କିଡ୍‌ନାପ କରିବା ସହ ଜୋରଜବରଦସ୍ତ ଟଙ୍କା ମାଗିଥିଲା । ସେବେଠୁ ପୋଲିସ ତାକୁ ଗିରଫ କରିଛି । ସାନ ପୁଅ ପ୍ରୟାଗରାଜ୍‌ର ନୈନୀ ଜେଲ୍‌ରେ ହତ୍ୟା ଏବଂ ବଟି ଆଦାୟ କେସ୍‌ରେ ବନ୍ଦୀ ରହିଛି ।

ତାଙ୍କର ଦୁଇ ନାବାଳକ ଆଇଜାନ୍‌ ଅହମ୍ମଦ ଏବଂ ଅବାନ୍‌ ଅହମ୍ମଦଙ୍କୁ ବାଳସୁଧାର ଗୃହରେ ରଖାଯାଇଛି । ଦ୍ୱିତୀୟ ପୁଅ ଅସଦ୍‌, ଯିଏ କି ଉମେଶ ପାଲ ମର୍ଡର କେସ୍‌ରେ ସମ୍ପୃକ୍ତ ଥିବା କୁହାଯାଉଛି, ଗତ ଏପ୍ରିଲ ୧୩ ତାରିଖରେ ତାକୁ ପୋଲିସ ଏନ୍‌କାଉଣ୍ଟର କରି ମାରିଦେଇଛି ।

ସରେଣ୍ଡର ଗୁଜବ

ଯେତେବେଳେ ଅସଦ୍‌କୁ ପୋଲିସ ଏନ୍‌କାଉଣ୍ଟର କଲା, ସେତେବେଳେ ଏକ ଗୁଜବ ସୃଷ୍ଟି ହେଲା ଯେ ସାଇସ୍ତା ପୋଲିସ ନିକଟରେ ସରେଣ୍ଡର କରିବେ । କିନ୍ତୁ ତାହା ମିଛ ଥିଲା । ସାଇସ୍ତା ନିଜ ପୁଅର ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଆସିଲେ ନାହିଁ । ଖାଲି ସେତିକି ନୁହେଁ ଅତିକ ଏବଂ ଭାଇ ଅଶ୍ରଫ୍‌ (Ashraf)ଙ୍କ ପୋଲିସ ହେଫାଜତ୍‌ରେ ହତ୍ୟା ପରେ, ସାଇସ୍ତା ସରେଣ୍ଡର କରିବେ ବୋଲି ଗୁଜବ ସୃଷ୍ଟି ହୋଇଥିଲା । ହେଲେ ତାହା ମଧ୍ୟ ମିଛ ରହିଥିଲା । ଅତିକ ମରିବାର ୩ ଦିନ ବିତିଯାଇଥିଲେ ମଧ୍ୟ ସାଇସ୍ତା ଏବେ ବି ଫେରାର ରହିଛନ୍ତି । ଏବେ ଅପେକ୍ଷା ସାଇସ୍ତା କେବେ ଧରାପଡ଼ୁଛନ୍ତି ? ଆଉ ପୋଲିସ ତାଙ୍କୁ କେବେ ପଚରାଉଚରା କରୁଛି ?

Uttar Pradesh UP Police Firing
Advertisment
Advertisment