/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681903825.jpg)
Mohammad Siraj
ପୁଣି ସାମ୍ନାକୁ ଆସିଲା ମ୍ୟାଚ୍ ଫିକ୍ସିଙ୍ଗ ମାମଲା । ଟିମ୍ର ଭିତିରି କଥା ପଚାରିବା ପାଇଁ ଭାରତୀୟ ଦ୍ରୁତ ବୋଲର୍ଙ୍କୁ ଆସିଥିଲା ବୁକିଙ୍କ କଲ୍ । ଟିମ୍ ଇଣ୍ତିଆର ଦ୍ରୁତ ବୋଲର୍ ମହମ୍ମଦ ସିରାଜ ବିସିସିଆଇର ACU ବିଭାଗ ପାଖରେ ଏହି ତଥ୍ୟ ରଖିଛନ୍ତି । ତାଙ୍କ କହିବାନୁଯାୟୀ ଫେବ୍ରୁଆରୀରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଜଣେ ଅଜଣା ବ୍ୟକ୍ତି ତାଙ୍କ ସମ୍ପର୍କରେ ଆସିଥିଲେ ଏବଂ ଟିମ୍ର କିଛି ତଥ୍ୟ ନେବା ପାଇଁ ତାଙ୍କୁ ଟଙ୍କା ମଧ୍ୟ ଅଫର୍ କରିଥିଲେ ।
ଅଧିକ ପଢ଼ନ୍ତୁ: କାହିଁକି ଓ କେବେଠୁ କୋହଲି-ଗାଙ୍ଗୁଲି ସଂପର୍କରେ ଫାଟ ? ଜାଣନ୍ତୁ..
ସିରାଜ BCCIକୁ ଦେଇଥିବା ସୂଚନାନୁଯାୟୀ ଜଣେ ବ୍ୟକ୍ତି ତାଙ୍କୁ ହ୍ୱାଟ୍ସଆପ୍ରେ ମେସେଜ୍ କରି ଟିମ୍ର ଭିତିରି କଥା ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ । ଏହା ବଦଳରେ ସିରାଜଙ୍କୁ ସେ ମୋଟା ଅଙ୍କର ଟଙ୍କା ମଧ୍ୟ ଅଫର୍ କରିଥିଲେ । ଏ ବିଷୟରେ ସିରାଜ BCCIର ଦୁର୍ନୀତି ନିରୋଧ ବିଭାଗ(ACU)କୁ ଜଣାଇଥିଲେ । ଫେବ୍ରୁଆରୀରେ ଟିମ ଇଣ୍ତିଆ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ଟେଷ୍ଟ ଓ ୩ଟି ୱାନ୍ଡେ ମ୍ୟାଚ୍ ଖେଳିଥିଲା । ସମସ୍ତ ସିରିଜ୍ ଭାରତରେ ଖେଳାଯାଇଥିଲା ।
ଏହି ସୂଚନା ପାଇବା ପରେ ବିସିସିଆଇର ଏକ ୟୁନିଟ୍ ଏହି ମାମଲା ଉପରେ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛନ୍ତି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ‘ସିରାଜଙ୍କୁ ଟଙ୍କା ପ୍ରଲୋଭନ ଦେଇଥିବା ବ୍ୟକ୍ତି କୌଣସି ବୁକି ନୁହେଁ ବରଂ ହାଇଦ୍ରାବାଦର ଜଣେ ଡ୍ରାଇଭର୍ । ଯିଏକି ମ୍ୟାଚ୍ରେ ସଟ୍ଟା ଲଗାନ୍ତି । ସେ ମ୍ୟାଚ୍ରେ ଜୁଆ ଖେଳି ହଜାର ହଜାର ଟଙ୍କା କ୍ଷତି ସହିବା ପରେ ସିରାଜଙ୍କୁ କଲ୍ କରି ଟିମ୍ର ଭିତିରି କଥା ପଚାରିଥିଲେ । ସିରାଜ୍ଙ୍କ ତଥ୍ୟ ପରେ ତାଙ୍କୁ ଗିରଫ କରାଯାଇଛି’ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)