• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ପୁଣି ଥରେ POKକୁ କବଜା କରିପାରେ ଭାରତ । ସୀମା ପାର୍‌ ଆତଙ୍କବାଦ ଉପରେ ଲାଗିବ ରୋକ୍‌ । ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ଭାରତକୁ ଦେଇଛି ସୁବର୍ଣ୍ଣ ସୁଯୋଗ । ପାକିସ୍ତାନ ହଟାଇ ସାରିଛି ସିମଲା ଚୁକ୍ତି । ଏବେ ଭାରତ ମଧ୍ୟ ଦେଖାଇବ ଦମ୍‌ । ୧୯୭୨ ମସିହାର ଭାରତ-ପାକିସ୍ତାନ ମଧ୍ୟରେ ଐତିହାସିକ ସିମଲା ଚୁକ୍ତିନାମା ହୋଇଥିଲା ।

ଭାରତ ଏବଂ ପାକିସ୍ତାନ ଜୁଲାଇ ୨ ତାରିଖରେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ । ବାଂଲାଦେଶ ଗଠନ ପାଇଁ ହୋଇଥିବା ଏହି ଯୁଦ୍ଧରେ ପାକିସ୍ତାନର ଶୋଚନୀୟ ପରାଜୟ ପରେ ସିମଲା ଚୁକ୍ତି କରିଥିଲେ ଦୁଇ ଦେଶ । ସର୍ତ୍ତ ଥିଲା, ଭାରତ-ପାକ୍‌ ମଧ୍ୟରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ । ଆଉ ଉଭୟ ଦେଶ ପରସ୍ପରର LOC ଅତିକ୍ରମ ନକରି ବିବାଦରୁ ଦୂରେଇ ରହିବା । ହେଲେ ଏହି ଚୁକ୍ତିକୁ ଏବେ ପାକିସ୍ତାନ ଭଙ୍ଗ କରିସାରିଛି ।

 

ତେବେ ଆସନ୍ତୁ ଜାଣିବା ଏ ସିମଲା ଚୁକ୍ତି କ’ଣ ?

. ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ସ୍ବାକ୍ଷରିତ ହୋଇଥିଲା ଏହି ଶାନ୍ତିପୂର୍ଣ୍ଣ ଚୁକ୍ତି ।

. କାଶ୍ମୀର ବିବାଦର ସମାଧନ ପାଇଁ ଦୁଇ ଦେଶ ଚର୍ଚ୍ଚା କରିବାରେ ସହମତ ହୋଇଥିଲେ ।

. କୌଣସି ପରିସ୍ଥିତିରେ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ ବୋଲି କୁହାଯାଇଥିଲା ।

. ଉଭୟ ଦେଶର ସରକାର ପରସ୍ପରର ରାଜନୈତିକ ସ୍ବାଧୀନତା ଉପରେ ହସ୍ତକ୍ଷେପ କରିବେ ନାହିଁ ।

. ଭାରତ ଓ ପାକିସ୍ତାନ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢ଼ାଇବାକୁ ସିମ୍‌ଲା ଚୁକ୍ତିରେ କୁହାଯାଇଥିଲା ।

. ଯାହାଫଳରେ ଦୁଇ ଦେଶ ମଧ୍ୟରେ ଗମନାଗମନ, ବାଣିଜ୍ୟ ଏବଂ ଅର୍ଥନୈତିକ କାରବାର ହୋଇପାରିବ ।

. ନିଜର ଦେଶର ସ୍ବାର୍ଥ ଓ ବିବାଦର ସମାଧାନ ପାଇଁ ଇନ୍ଦିରା ଗାନ୍ଧୀ ଏବଂ ଭୁଟ୍ଟୋ ଏ ନିଷ୍ପତ୍ତି ନେଇଥିଲେ ।

. ଦେଶ ଶାନ୍ତି ପାଇଁ ଉଭୟ ସରକାର ସିମଲା ଚୁକ୍ତିକୁ ନେଇ ସହମତି ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଆତଙ୍କବାଦୀ ପାତାଳରେ ଥିଲେ ବି ଖୋଜି ଖୋଜି ମାରିବୁ । ଆଉ ରାତିରେ ଆତଙ୍କବାଦୀଙ୍କ ଘରକୁ ବୋମାରେ ଉଡାଇଦେଇଛନ୍ତି ସୁରକ୍ଷାବାହିନୀ । ଜମ୍ମୁ-କାଶ୍ମରୀ ପହଲଗାମ୍ ଆକ୍ରମଣରେ ସାମିଲ ୨ ଜଣ ଆତଙ୍କବାଦୀଙ୍କ ଘର ମାଟିରେ ମିଶାଇ ଦିଆଯାଇଛି ।

ଗୁରୁବାର ରାତିରେ ସୁରକ୍ଷାବଳ ଆତଙ୍କବାଦୀ ଆସିଫ୍ ଶେଖର ଘରକୁ ବୋମାରେ ଉଡାଇ ଦେଇଛନ୍ତି । ଆସିଫ୍ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବର ସ୍ଥାନୀୟ କମାଣ୍ଡର ଏବଂ ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ତା'ର ଘର ଥିଲା । ସେହିପରି ଆଉ ଜଣେ ସ୍ଥାନୀୟ ଆତଙ୍କବାଦୀ ଆଦିଲ ଗୁରୀର ଅନନ୍ତନାଗ ସ୍ଥିତ ଘରେ ବୁଲଡୋଜର ଚଢାଇ ଦିଆଯାଇଥିବା ସୂଚନା ମିଳିଛି ।

ଅପରପକ୍ଷେ ପହଲଗାମ ଆତଙ୍କୀ ଆକ୍ରମଣ ପରେ LOCରେ ଉତ୍ତେଜନା ଦେଖାଦେଇଛି । LOCରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ । ପ୍ରଥମେ ପାକିସ୍ତାନ ସେନା ପକ୍ଷରୁ ଫାୟାରିଂ ହୋଇଛି । ପାକ୍ ସେନାକୁ କଡ଼ା ଜବାବ ଦେଇଛି ଭାରତୀୟ ସେନା । ରାତିସାରା ଚାଲିଛି ଗୁଳି ବିନିମୟ ।

ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳି ନଥିବାବେଳେ ଏବେ ବି ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିବା ଜଣାପଡ଼ିଛି । ପହଲଗାମ୍ ଆତଙ୍କବାଦୀ ହମ୍‌ଲା ପରେ ଭାରତର ଆକ୍ସନରେ ଛାନିଆ ହୋଇପଡ଼ିଛି ପାକିସ୍ତାନ । ସାରା ରାତି ପାକ୍‌ ସେନା ଫାୟାରିଂ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଏଲଓସିରେ ରାତିସାରା ଫାୟାରିଂ, ପାକିସ୍ତାନର ମୁହଁତୋଡ଼ ଜବାବ ଦେଲା ଭାରତ