• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମଣିଷ ନୁହେଁ ରାକ୍ଷାସ ! ନିଷ୍ଠୁରତାର ଶେଷ ସୀମା । ଏମିତି ଘଟଣା ଆପଣ ବି ଶୁଣିଲେ ଆପଣଙ୍କ ଛାତି ଧରି ଉଠିବ । ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କଲେ, ପୁଣି ନିଆଁ ଲଗାଇ ଜାଲିଦେଲେ । ଜଣେ କି ଦୁଇ ଜଣ ନୁହେଁ ତିନି ଜଣ ମିଶିକି କରିଛନ୍ତି ଦୁଷ୍କର୍ମ । ଦରପୋଡା ଅବସ୍ଥାରେ ମେଡ଼ିକାଲରେ ଜୀବନ ଓ ମରଣ ସହ ସଂଗ୍ରାମ କରୁଛନ୍ତି ମହିଳା ।

ମଧ୍ୟପ୍ରଦେଶର ଜଣେ ୩୪ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କୁ ତିନିଜଣ ପୁରୁଷ ଦୁଷ୍କର୍ମ କରିବା ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି । ପୀଡିତା ଜଣକ ଡାକ୍ତରଖାନାରେ ଜୀବନ ଓ ମରଣ ପାଇଁ ସଂଗ୍ରାମ କରୁଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁୟୀ ଯା୮୦ ପ୍ରତିଶତ ଜଳିଥିବା ପୀଡିତା ଗ୍ୱାଲିଅରରେ ଚିକିତ୍ସିତ ହେଉଛନ୍ତି ।

ମଧ୍ୟପ୍ରଦେଶର ଅମ୍ବା ସହରଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ଚାନ୍ଦ କା ପୁର ଗ୍ରାମରେ ଏହି ଘଟଣା ଘଟିଛି । ଅମ୍ବା ପୋଲିସ୍ ଇନ୍ସପେକ୍ଟର ଆଲୋକ ପରୀହରଙ୍କ କହିବା ଅନୁଯାୟୀ ପୀଡିତା ଜଣଙ୍କ ସେହି ଗାଁର ଜଣେ ମହିଳାଙ୍କ ପାଖକୁ ଯାଇଥିଲେ କିଛି ଘଟଣାକୁ ନେଇ ସମାଧାନ ପାଇଁ । ସେହି ମହିଳାଙ୍କ ସ୍ବାମୀ ଓ ସେଠାରେ ଥିବା ଉପସ୍ଥିତି ଲୋକ ପୀଡ଼ିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । 

ଅଧିକାରୀ ଜଣକ କହିଛନ୍ତି ଯେ, ‘ଆମ୍ବୁଲାନ୍ସରେ ପୀଡିତା ତାଙ୍କ ସ୍ୱାମୀଙ୍କୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ ଚାନ୍ଦ କା ପୁର ଗାଁର ତିନିଜଣ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିଲେ । ସେ କହିଛନ୍ତି ଯେ ଯେତେବେଳେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ, ତାଙ୍କ ସହିତ ଥିବା ମହିଳା ଓ ଅନ୍ୟ ଲୋକମାନେ ତାଙ୍କ ଉପରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ । ସେ କହିବା ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।’ 

ପୋଲିସ୍ ଇନ୍ସପେକ୍ଟର ଆଲୋକ ପରୀହର କହିଛନ୍ତି ଯେ, ‘ପୀଡିତାଙ୍କ ସ୍ୱାମୀ ଭିଡିଓକୁ ପୋଲିସକୁ ଦେଇଛନ୍ତି । ସେ କହିଛନ୍ତି ଯେ ପୀଡିତା ମାଜିଷ୍ଟ୍ରେଟଙ୍କ ନିକଟରେ ତାଙ୍କ ବିବୃତ୍ତି ରେକର୍ଡ ହୋଇଛି, କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ତାଙ୍କ ବିବୃତ୍ତି ରେକର୍ଡ କରି ନାହିଁ । ଏହି ଘଟଣାରେ ତଦନ୍ତ ଜାରି ରହିଛି ।’