Advertisment

ରେଳ ଟ୍ରାକରେ ପଡ଼ିଛି ୪ ମୃତଦେହ, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ରେଲୱେ ଟ୍ରାକରେ ପଡିଥିବା ମୃତଦେହ ମଧ୍ୟରେ ଗୋଟିଏ ଆଠ ମାସର ଶିଶୁ ଓ ଗୋଟିଏ ଅଢେଇ ବର୍ଷ ଝିଅର ମୃତଦେହ ଅଛି ।

author-image
Santosh Kumar Sahoo
4 Dead Bodies Found on Train Track

4 Dead Bodies Found on Train Track

ରେଳଟ୍ରାକରୁ ଏକାସାଙ୍ଗରେ ମିଳିଲା ୪ ଜଣଙ୍କ ମୃତଦେହ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବିମଳାଗଡ଼-କିରିବୁରୁ ରେଳ ଟ୍ରାକ୍ ପାଖରେ ପଡ଼ିଛି ୪ଟି ବୀଭତ୍ସ ମୃତଦେହ। ୨ଟି ମୃତଦେହକୁ ଅଖା ଭିତରେ ସିଲ୍ କରାଯାଇଥିବା ବେଳେ ଆଉ ୨ଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିରହିଛି । ତେବେ ରେଳ ଟ୍ରାକରେ ପଡ଼ି ରହିଥିବା ୪ ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି।

Advertisment

ରେଲୱେ ଟ୍ରାକରେ ପଡିଥିବା ମୃତଦେହ ମଧ୍ୟରେ ଗୋଟିଏ ଆଠ ମାସର ଶିଶୁ ଓ ଗୋଟିଏ ଅଢେଇ ବର୍ଷ ଝିଅର ମୃତଦେହ ଅଛି । ୧୫ ମିଟର ଦୂରରେ ଜଣେ ମହିଳାଙ୍କ ମୃତଦେହ ଏବଂ ଜଣେ ଯୁବକଙ୍କର ଶବ ମଧ୍ୟ ପଡ଼ିଛି। ତେଣୁ ୪ ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଟ୍ରାକରେ ମୃତଦେହ ଠାବ ହେବା ପରେ ଡିଏସପି ରାକେଶ ମିଞ୍ଜ, ଜିଆରପି ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଘଟଣାର ଅନୁସନ୍ଧାନ ପାଇଁ ଘଟଣାସ୍ଥଳକୁ ଫୋରନସିକ୍ ଟିମକୁ ଡକାଯାଇଛି।

Railway Railway Track Dead Bodies
Advertisment
Advertisment