/odishatv-khabar/media/post_attachments/uploadimage/library/16_9/16_9_0/Blast_1708166480.jpg)
Blast
ତାମିଲନାଡ଼ୁ ବିରୁଧୁନଗର ଜିଲ୍ଲା ଭେମ୍ବାକୋଟାଇ ଥାନା ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ। କାରଖାନାର ରାସାୟନିକ ମିଶ୍ରଣ ସ୍ଥାନରେ ପ୍ରଥମେ ବିସ୍ଫୋରଣ ଘଟିଥିଲା। ଏହାପରେ ଚାରିଆଡକୁ ନିଆଁ ବ୍ୟାପି ଯାଇଥିଲା। ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ବିସ୍ଫୋରଣ ଘଟିଥିବା ବାଣ କାରଖାନା ବିଜୟ ନାମ ଜଣେ ବ୍ୟକ୍ତିଙ୍କ ନାମରେ ରହିଛି। ବିସ୍ଫୋରଣର ସୂଚନା ମିଳିବା ପରେ ପୋଲିସ୍, ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏହି କାରଖାନାଟି ଲାଇସେନ୍ସ ପ୍ରାପ୍ତ କି ନୁହେଁ ସେନେଇ ତଦନ୍ତ ଚାଲିଥିବା ପୋଲିସ୍ ପକ୍ଷରୁ କୁହାଯାଇଛି।
ବିସ୍ଫୋରଣ ପରେ ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ିଛି କି ବିସ୍ଫୋରଣ ଫ୍ୟାକ୍ଟ୍ରିରେ କେମିକାଲ ମିଶ୍ରଣ ରୁମ୍ରେ ହୋଇଛି। ଏହି ବିସ୍ଫୋରଣରେ କାରଖାନା ନିକଟରେ ଥିବା ୪ଟି ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଯେଉଁ ଘରେ ବାଣ ତିଆରି ହେଉଥିଲା ତାହା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା। ତେବେ ପୋଲିସ୍ କହିଛି କି ବିସ୍ଫୋରଣ ପରେ ଧ୍ୱଂସାବିଶେଷ ତଳେ ଏବେ ବି କିଛି ଲୋକ ଫସି ରହିଥାଇପାରନ୍ତି। ସେପଟେ ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ୯ ଜଣଙ୍କ ମଧ୍ୟରୁ ୫ ଜଣ ମହିଳା ରହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)