• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମୃତ୍ୟୁ ଏମିତି ଏକ ସତ୍ୟ ଯାହାକୁ କେହିବି ଟାଳିପାରବେନି । ଜନ୍ମ ଅଛି ତ ଦିନେନା ଦିନେ ମୃତ୍ୟୁ ସୁନିଶ୍ଚିତ । କେତେବେଳେ ଚୁପିଚୁପି ଆସି ମୃତ୍ୟୁ ମଣିଷକୁ ନେଇ ଚାଲିଯାଏ କେହିବି ଜାଣିପାରନ୍ତିନି । ଆକାଳରେ ଝଡ଼ିପଡ଼େ ଜୀବନ । ହେଲେ କେହି ମୃତ୍ୟୁକୁ କ’ଣ ଅତି ନିକଟରୁ ଦେଖିଛନ୍ତି ? ମୃତ୍ୟୁ କେମିତିକା କ’ଣ ଜୀବନ୍ତଥିବା ଜଣେ ମଣିଷ କେବେ କ’ଣ ଜାଣିପାରିବେ ? ହଁ ଆଜ୍ଞା ଏମିତି ହୋଇଛି । ଜଣେ ଯୁବକ ମୃତ୍ୟୁକୁ ଆତି ନିକଟରୁ ଦେଖିଛନ୍ତି । ଆଉ ନିଜର ଅନୁଭୂତିକୁ ଗୋଟି ଗୋଟିକରି ବଖାଣିଛନ୍ତି । ବ୍ୟକ୍ତି ଜଣକ ତାଙ୍କର ମୃତ୍ୟୁ ପରେ ସେ ସ୍ୱର୍ଗରୁ ଫେରିଥିବା ଦାବି କରିଛନ୍ତି ।

ଡେଲି ଷ୍ଟାରର ରିପୋର୍ଟ ଅନୁସାରେ ଜଣେ ୫୭ ବର୍ଷୀୟ ବ୍ୟକ୍ତି ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି । ସେ କହିଛନ୍ତି କି, ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସ୍ୱର୍ଗ କିମ୍ୱା କେଉଁ ଅଲଗା ଦୁନିଆକୁ ସେ ଚାଲିଯାଇଥିଲେ । ବ୍ୟକ୍ତିଙ୍କ ନାଁ ହେଉଛି ଡେବିଡ ହେଞ୍ଜେଲ । ଡେବିଡ ତାଙ୍କ ପ୍ରତିକ୍ରିୟାରେ ମୃତ୍ୟୁକୁ ନେଇ ଏମିତି ଏକ ରୋଚକ କଥା ବଖାଣିଛନ୍ତି ।

ସେ ଆହୁରି କହିଛନ୍ତି କି, ପୃଥିବୀ ଠାରୁ ଅଧିକ ସୁନ୍ଦର ସ୍ଥାନକୁ ସେ ଚାଲିଯାଇଥିଲେ । ସେଠାରେ କିଛି ଦୂତ ଥିବା ଦେଖିବାକୁ ପାଇଥିଲେ । ଡେବିଡଙ୍କ କହିବା ଅନୁସାରେ ସେ ଯେତେବେଳେ ଏକ ଅନ୍ୟ ଦୁନିଆରେ ପହଞ୍ଚିଲେ, ସେତେବେଳେ ସେ ମୋତି ଦ୍ୱାରା ସଜା ହୋଇଥିବା ଏକ ସୁନ୍ଦର ଗେଟ୍‌ ଦେଇ ଭିତରକୁ ପ୍ରବେଶ କରିଥିଲେ ।

ଉତ୍ତର କାରୋଲିନାର ବାସିନ୍ଦା ଡେବିଡ ହେଞ୍ଜେଲ ଅହୁରି ଦାବି କରିଛନ୍ତି ଯେ, ସେଠାରେ ସେ ଏକ ଭିନ୍ନ ପ୍ରକାରର ଶାନ୍ତି ଅନୁଭବ କରିଥିଲେ । କାରଣ ସେଠାରେ ଏକ ରଙ୍ଗୀନ ସ୍ଥାନ ଦେଖିବାକୁ ମିଳିଥିଲା । ସେଠାରେ ଦୁଇଜଣ ଦୂତ ଥିଲେ । ଯେଉଁମାନେ ତାଙ୍କର ଯତ୍ନ ନେଉଥିଲେ ।

ପ୍ରକୃତ ଘଟଣା ହେଉଛି, ଡେବିଡ ହେଞ୍ଜେଲ ଯେତେବେଳେ ସେପ୍ସିସ୍‌ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସେତେବେଳେ ତାଙ୍କୁ ଅପରେସନ୍‌ ପାଇଁ ନିଆଯାଇଥିଲା । ତାଙ୍କର ଫୁସଫୁସ୍‌ ୭୦ ପ୍ରତିଶତ ସଂକ୍ରମିତ ହୋଇଥିଲା । ପରେ ପରେ ସେ ଅଧିକ ଗୁରୁତର ହୋଇ ଧୀରେ ଧୀରେ କୋମାକୁ ଚାଲିଯାଇଥିଲେ । ୨ମାସ କୋମାରେ ରହିବା ପରେ ସେ ସୁସ୍ଥ ହୋଇଥିଲେ । ସୁସ୍ଥ ହେବା ପରେ ଏମିତି ସବୁ କଥା ବଖାଣିବା ସହ ଯେଉଁମାନେ ତାଙ୍କ ସହ ଅନ୍ୟାୟ କରିଥିଲେ ସେମାନଙ୍କୁ ସେ କ୍ଷମା କରିଦେଇଛନ୍ତି ବୋଲି କହିଛନ୍ତି । 

OTV is now on Whatsapp

Join and get latest news update delivered to you via whatsapp

Join Now