• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ଅପରାଧ ସହ ଜଡିତ ଖବର ନିତି ପ୍ରତିଦିନ ଶୁଣିବା ପାଇଁ ମିଳେ । ଦୁନିଆର କୋଣ ଅନୁକୋଣରେ କେଉଁଠି ନା କେହଁଠି ଅତ୍ୟାଚାର ଏବଂ ଅପରାଧ ହେତୁ ଅନେକ ଯନ୍ତ୍ରଣାଦାୟକ କାହାଣୀ ଏପର୍ଯ୍ୟନ୍ତ ପୋତି ହୋଇ ରହିଛି । କେତେବେଳେ ଲୋକଲଜ୍ଜାରେ ତ କେତେବଳେ ସମାଜ ଭୟରେ ନାରୀମାନେ ଚୁପଚାପ୍‌ ନିର୍ଯାତନା ସିହଯାଆନ୍ତି । ଆଉ ସେଇଥି ପାଇଁ ବୋଧହୁଏ ମହିଳାଙ୍କୁ ଅପମାନିତ କରିବା ଏବଂ ସେମାନଙ୍କ ଉପରେ ହାତ ଉଠାଇବା ପୁରୁଷଙ୍କ ପାଇଁ ଅତି ସାଧାରଣ ମନେ ହୁଏ । ବର୍ତ୍ତମାନ ଇଣ୍ଟରନେଟରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବିବାହ ରୀତିନୀତି ଚାଲିଥିବା ବେଳେ ମଞ୍ଚ ଉପରେ ସର୍ବସାଧାରଣରେ କନ୍ୟାକୁ ଚାପୁଡ଼ା ମାରିଛି ବର ।

ଭାଇରାଲ୍ ଭିଡିଓ ଟି ଉଜବେକିସ୍ତାନର ବୋଲି କୁହାଯାଉଛି । ବାହାବେଦୀ ଉପରେ ସର୍ବସାଧାରଣରେ କନ୍ୟାକୁ ଚାପୁଡ଼ା ମାରୁଛି ବର । ଆଉ ଏଥିରେ କନ୍ୟା ଜଣକ ପୁରା ସ୍ତବ୍ଧ ହୋଇଯାଉଛନ୍ତି । କାରଣ ଯାହାର ହାତ ଧରି ସେ ଜନ୍ମଜନ୍ମାନ୍ତର ଜୀବନ ବିତାଇବା ପାଇଁ ଚାହୁଁଥିଲେ, ସେ ହିଁ ମାନ ରଖିଲାନି । ତେବେ ବରର ଏତାଦୃଶ କାମରେ କନ୍ୟାକୁ ଛାଡ଼ି ଅନ୍ୟମାନେ ଜୋରରେ ହସିବା ଆରମ୍ଭ କରିଥିଲେ।

ଅଧିକ ପଢ଼ନ୍ତୁ: ନିଶାରେ ବେଦୀ ଉପରେ ଶୋଇପଡ଼ିଲା ବର, କନ୍ୟା ଦେଖି ଛାନିଆ..! ଦେଖନ୍ତୁ ଭିଡିଓ

ସୂଚନା ଅନୁସାରେ, ବିବାହ ରୀତିନୀତି ଅନୁସାରେ ମଞ୍ଚ ଉପରେ ବରକନ୍ୟା ମଧ୍ୟରେ ଏକ ଖେଳ ଚାଲିଥିଲା । ଆଉ ବର ବାବୁ ଖେଳରେ ହାରିଯିବା ପରେ ହିତାହିତ ଜ୍ଞାନ ହରାଇ ବସିଥିଲେ । ଆଉ ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଚାପୁଡ଼ା ମାରି ରାଗ ଶୁଝାଇବାକୁ ଚେଷ୍ଟା କରିଥିଲେ ।

ଆଶ୍ଚର୍ଯ୍ୟର କଥା ଏଥିରେ କନ୍ୟା ଘର ଲୋକ ମଧ୍ୟ କିଛି କହିନଥିଲେ । କନ୍ୟା ବି ବିବାହ ବଞ୍ଚାଇବା ପାଇଁ ଚୁପ୍‌ ରହିଥିଲେ । ନିଜର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିପାରିନଥିଲେ ।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ @l_seiitbek ନାମକ ଆଇଡିରୁ ସେୟାର କରାଯାଇଛି । ମାତ୍ର ୩୦ ସେକେଣ୍ଡର ଏହି ଭିଡିଓ ଏପର୍ଯ୍ୟନ୍ତ ୧.୭ ମିଲିୟନ୍ ଥର ଦେଖାଯାଇଥିବାବେଳେ ୭୭,୦୦୦ ରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ୍‌ କରିଛନ୍ତି । ତେବେ ଏହି ଭିଡିଓ ନୂଆ ନୁହେଁ ଏକ ପୁରୁଣା ଭିଡିଓ । ଗତ ବର୍ଷ ଜୁନ୍ ୧୩ରେ ଏହି ଭିଡିଓକୁ ସେୟାର କରାଯାଇଥିଲା । ତେବେ ବର୍ତ୍ତମାନ ଏହି ଭିଡିଓ ପୁଣି ଥରେ ଭାଇରାଲ୍ ହେଉଛି।

ଅନ୍ୟପକ୍ଷରେ ଭିଡିଓ ଦେଖିବା ପରେ ଅନେକ ୟୁଜର ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ବାହାବେଦୀରେ ହିଂସା ଘଟାଇଥିବା ବର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଜଣେ ୟୁଜର ଲେଖିଛନ୍ତି, ଯଦି ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଏପରି ଘଟଣାରୁ ଆରମ୍ଭ ହୁଏ ତେବେ ବାକି ଜୀବନ କିପରି ଯିବ ? ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, 'କନ୍ୟା ତୁରନ୍ତ ଏହି ବିବାହ ଭାଙ୍ଗିଦେବା ଉଚିତ୍।'