/odishatv-khabar/media/post_attachments/uploadimage/library/16_9/16_9_0/heat_wave__1681710427.jpg)
heat wave
ସକାଳୁ ସକାଳୁ ପୁଣି ତାତିର ପ୍ରକୋପ । ଆଜି ରାଜଧାନୀରେ ସକାଳ ସାଢେ ୮ଟାରେ ପ୍ରବଳ ତାତି ଅନୁଭୂତ ହୋଇଛି । ସକାଳୁ ଭୁବନେଶ୍ବର ତାପମାତ୍ରା ୩୦ ଡିଗ୍ରୀ ଟପିଛି । ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱର ୩୧.୬ ଡିଗ୍ରୀ ରେକର୍ଡ ହୋଇଛି । ସାରା ଦିନ ଥିବାରୁ ଆଜି ମଧ୍ୟ ୪୦ ଡିଗ୍ରୀ ପାର କରିବା ଅନୁମାନ କରାଯାଉଛି ।
ଅନ୍ୟପଟେ ଅସହ୍ୟ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ତେବେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଆଜିଠୁ ୪ ଦିନ ଧରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହୋଇପାରେ ବର୍ଷା । ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।
#ସକାଳୁ_ଭୁବନେଶ୍ବର_୩୧.୬
ସକାଳୁ ଭୁବନେଶ୍ବର ତାପମାତ୍ରା ୩୦ ଡିଗ୍ରୀ ଟପିଲା । ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ବର ୩୧.୬ ଡିଗ୍ରୀ#Weather#HeatWave#OTVpic.twitter.com/urmkg00KG8— ଓଟିଭି (@otvkhabar) April 17, 2023
ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଂଜାମ ଓ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ପୁରୀ, ଖୋର୍ଦ୍ଧା,ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)