/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681714228.jpg)
school closed
ଭୀଷଣ ଖରାରେ ସନ୍ତୁଳି ହେଉଛନ୍ତି ଦେଶବାସୀ । ପାରଦ ଉପରମୁହାଁ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହ ପଶ୍ଚିମବଙ୍ଗର ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଏହି ଘୋଷଣା କରିଛନ୍ତି । ଗତ କିଛି ଦିନ ହେବ ଖରାର ପ୍ରକୋପ ପାଇଁ ପିଲାମାନେ ସ୍କୁଲରୁ ଫେରିବା ପରେ ମୁଣ୍ଡବ୍ୟଥା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ହେଉଥିବା ଅଭିଯୋଗ ହେଉଛି । ଯାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ଖୁବ ଶୀଘ୍ର ଏକ ସରକାରୀ ବିଜ୍ଞପ୍ତି ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି ମଧ୍ୟାହ୍ନ ୧୨ ଟାରୁ ୪ ଟା ପର୍ଯ୍ୟନ୍ତ ପଦାକୁ ନବାହାରିବାକୁ ଅନୁରୋଧ କରାଯାଇଛି ।
ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଘରୋଇ ସ୍କୁଲ ଓ କଲେଜ ଗୁଡ଼ିକୁ ମଧ୍ୟ ବନ୍ଦ ରଖିବା ପାଇଁ ସେ ଅନୁରୋଧ କରିଛନ୍ତି । ଏହାପୂର୍ବରୁ ପଶ୍ଚିମବଙ୍ଗ ସରକାର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ଖରାକୁ ଦୃଷ୍ଟିରେ ରଖି ପାହାଡ଼ିଆ ଅଞ୍ଚଳକୁ ଛାଡ଼ି ମେ ୨ ରୁ ସ୍କୁଲ ବନ୍ଦ କରିବା ପାଇଁ ଘୋଷଣା କରାଯାଇଥିଲା ।
ବର୍ତ୍ତମାନ ପଶ୍ଚିମବଙ୍ଗର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି । ଏହା ଆଗାମୀ ସମୟରେ ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଏପ୍ରିଲ ୧୯ ପର୍ଯ୍ୟନ୍ତ ତାତିର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଭଳି ସ୍ଥିତିରେ ଲୋକଙ୍କୁ ସଚେତନ ରହିବା ପାଇଁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)