• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତା ୨୦୨୩ ସେପଟେମ୍ବରରେ ନୂଆଦିଲ୍ଲୀରେ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ ।  ତେବେ ଏହା ପୂର୍ବରୁ ସମ୍ମିଳନୀକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଉନ୍ମୋଚିତ ସମ୍ମିଳନୀର ଚିହ୍ନରେ ପଦ୍ମ ଫୁଲର ଚିତ୍ର ରହିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ   ।

ବର୍ତ୍ତମାନ ଜି-୨୦ ଲୋଗୋକୁ ନେଇ ରାଜନୀତି ଘନେଇଛି । ଲୋଗୋରେ ପଦ୍ମ ଚିହ୍ନକୁ ନେଇ ତୁତୁ ମେମେ ଆରମ୍ଭ ହୋଇଯାଇଛି । ସମ୍ମିଳନୀକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ ଓ ରାଜନୀତି । ବିବାଦର ମୂଳରେ ରହିଛି ସମ୍ମିଳନୀର ଏଇ ଲୋଗୋ । ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ଜି-୨୦ ସମ୍ମିଳନୀର ଲୋଗୋ । ଯେଉଁଥିରେ ସ୍ଥାନ ପାଇଛି ପଦ୍ମ ଫୁଲର ଚିତ୍ର ।

ତେବେ ଏହା ବିଜେପିର ନିର୍ବାଚନୀ ଚିହ୍ନ ହୋଇଥିବାରୁ, ଏଭଳି ଜାଣିଶୁଣି କରାଯାଇଛି ବୋଲି ଆପତ୍ତି ଉଠାଇଛି କଂଗ୍ରେସ । G-20 ଭଳି ଅନ୍ତର୍ଜାତୀୟ ସଂସ୍ଥାରେ ଦଳୀୟ ପ୍ରତୀକକୁ ବ୍ୟବହାର କରି ବିଜେପି । ଏହାର ରାଜନୀତିକରଣ କରିଛି ବୋଲି ଦଳ କହିଛି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବି ବିଜେପି ଓ କେନ୍ଦ୍ର ସରକାରକୁ ଘେରିଛନ୍ତି ।

ବିଜେପି କହିଛି ଦେଶର ଜାତୀୟ ଫୁଲ ହେଉଛି ପଦ୍ମ । ତେଣୁ ଦେଶରେ ଆୟୋଜିତ ହେବାକୁ ଥିବା ଏହି ବିଶ୍ୱସ୍ତରୀୟ ସଂଗଠନର ସମ୍ମିଳନୀରେ ପଦ୍ମ ଫୁଲକୁ ସ୍ଥାନ ଦିଆଯାଇଛି । ବିରୋଧୀଙ୍କୁ ପାଲଟା ଆକ୍ରମଣ ସହ ବିଜେପି ମନେ ପକାଇଦେଇଛି କଂଗ୍ରେସର ପୁରୁଣା ଗାଇ-ବାଛୁରୀ ଚିହ୍ନକୁ ।

ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ସମ୍ମିଳନୀର ଲୋଗୋ, ଥିମ୍ ଏବଂ ୱେବସାଇଟ୍ ଉନ୍ମୋଚନ କରିଥିଲେ । ଏହି ଅବସରରେ ମୋଦି କହିଥିଲେ, ଜି-୨୦ର ଲୋଗୋ କେବଳ ଏକ ଲୋଗୋ ନୁହେଁ, ଏହା ଏକ ଅନୁଭବ । ସାରା ବିଶ୍ୱ ୨ ବର୍ଷ ଧରି ମହାମାରୀ କୋଭିଡ ସହ ଜୁଝିଥିବା ବେଳେ ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି । ଏଭଳି ସମୟରେ ଜି-୨୦ ଲୋଗରେ ଥିବା ପଦ୍ମ ଫୁଲ ଆଶା ଓ ସମ୍ଭାବନାର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଜି-୨୦ର ଲୋଗୋ ପାଇଁ ହୋଇଥିଲା ୨ହଜାର ୪ଶହ ପ୍ରକାର ଡିଜାଇନର ଆବେଦନ ହୋଇଥିଲା । ସେ ଭିତରୁ ସବୁଠୁ ଉତ୍କୃଷ୍ଟ ଲୋଗୋକୁ ବାଛି ଉନ୍ମୋଚନ କରିଛନ୍ତି ମୋଦି । ଯେଉଁଥିରେ ଭାରତର ଦକ୍ଷତା, ବିଶେଷତ୍ୱ, ବିଜ୍ଞାନ ଓ କଳା ସଂସ୍କୃତିକୁ ଦର୍ଶାଯାଇଛି । ଚଳିତ ବର୍ଷ ଭାରତ ଜି-୨୦ର ନେତୃତ୍ୱ ନେବାକୁ ଯାଉଛି ।

ଜି-୨୦ ବା ଗ୍ରୁପ୍ ୨୦ ବିଶ୍ୱର ୨୦ଟି ସବୁଠୁ ଶକ୍ତିଶାଳୀ ଦେଶକୁ ନେଇ ଗଠିତ । ଏହି ରାଷ୍ଟ୍ର ସମୂହ ସାରା ବିଶ୍ୱରେ ୨୦୦ରୁ ଅଧିକ ଦେଶ ଥିବା ବେଳେ, ଏହି ୨୦ଟି ଦେଶର ଜିଡିପି ମୋଟ ବିଶ୍ୱ ଜିଡିପିର ୮୫ ପ୍ରତିଶତ । ବିଶ୍ୱରେ ୭୫ ପ୍ରତିଶତ ବାଣିଜ୍ୟ କାରବାର ଏହି ଦେଶମାନଙ୍କ ଜରିଆରେ ହୋଇଥାଏ । ଏଥିରୁ ଅନୁମାନ କରିହେଉଛି ଯେ, ଜି-୨୦ ରାଷ୍ଟ୍ରର କ୍ଷମତା ଓ ଗୁରୁତ୍ୱ କେତେ ଗ୍ରୁପରେ ରହିଛନ୍ତି ଉଭୟ ବିକଶିତ ଏବଂ ବିକାଶଶୀଳ ଦେଶ, ଯେଉଁମାନେ ଉଭୟ ସାମରିକ ଏବଂ ଆର୍ଥିକ ଭାବେ ସୁଦୃଢ । ଜି-୨୦ର ବର୍ତ୍ତମାନର ମୁଖ୍ୟ ହେଉଛି ଇଣ୍ଡୋନେସିଆ । ତେବେ ଡିସେମ୍ବର ୧ ତାରିଖରେ ଭାରତ ଏହି ସଂଗଠନର ନେତୃତ୍ୱ ନେବ । ନଭେମ୍ବର ୨୦୨୩ ଯାଏଁ ଜି-୨୦ ମୁଖ୍ୟ ପଦରେ ରହିବ ଭାରତ ।

୨୦୨୩ ସେପ୍ଟେମ୍ବର ୯ ଓ ୧୦ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀରେ ଆୟୋଜିତ ହେବ ଜି-୨୦ ସମ୍ମିଟ୍ । ସାରା ବିଶ୍ୱକୁ ଏକାଠି କରିବ ଭାରତ । ବିଶ୍ୱ ଦରବାରରେ ପ୍ରତିନିଧିତ୍ୱ ସହ ଦମ୍ ଦେଖାଇବାକୁ ଭାରତ ପ୍ରସ୍ତୁତ । ଏଥିପାଇଁ ପ୍ରସ୍ତୁତ ହୋଇସାରିଛି ଲୋଗୋ ଓ ଥିମ୍ । ଜି-୨୦ ଲୋଗୋ ପାଇଁ ୨୪୦୦ଟି ଆବେଦନ କରାଯାଇଥିଲା । ସ୍ଥିର ହୋଇଥିବା ଲୋଗୋରେ ପୃଥିବୀ ଓ ପଦ୍ମ ଫୁଲ ସହ ଦେବନାଗରୀ ଲିପିରେ ଭାରତ ଏବଂ ବସୁଧୈବ କୁଟୁମ୍ବକମ୍ ଲେଖାଯାଇଛି । ତ୍ରିରଙ୍ଗାର ତିନିଟି ରଙ୍ଗରେ ରଙ୍ଗାଯାଇଛି ଲୋଗୋକୁ ଜି-୨୦ର ଏହି ଲୋଗୋ ବିଶ୍ୱରେ ଭାରତର ଦକ୍ଷତା ଓ ଗୁରୁତ୍ୱକୁ ସୂଚାଉଛି ବୋଲି କୁହାଯାଇଛି ।