Advertisment

Extradition of Terror Mastermind: ଭାରତ ଫେରିଲା କୁଖ୍ୟାତ ତହବୁର ରାଣା, ଏହି ଜେଲରେ ରହିପାରେ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ

ଭାରତ ଫେରିଛି  ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ତହବୁର ରାଣା। ଆମେରିକାରୁ ତାକୁ ପ୍ରତ୍ୟର୍ପଣ କରାଯାଇ ସ୍ୱତନ୍ତ୍ର ବିମାନରେ ଅଣାଯାଇଛି। ତହବୁରକୁ ସାଙ୍ଗରେ ନେଇ ଭାରତ ଆସିଛନ୍ତି NIA ଓ RAWର ଏକ ମିଳିତ ଟିମ୍।

author-image
Saroj Kumar Jena
ଅଦ୍ୟତନ ହୋଇଛି
tahabur rana

tahabur rana

ଭାରତ ଫେରିଛି  ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ତହବୁର ରାଣା। ଆମେରିକାରୁ ତାକୁ ପ୍ରତ୍ୟର୍ପଣ କରାଯାଇ ସ୍ୱତନ୍ତ୍ର ବିମାନରେ ଅଣାଯାଇଛି। ତହବୁରକୁ ସାଙ୍ଗରେ ନେଇ ଭାରତ ଆସିଛନ୍ତି NIA ଓ RAWର ଏକ ମିଳିତ ଟିମ୍। ତିହାର ଜେଲରେ କଡ଼ା ସୁରକ୍ଷା ମଧ୍ୟରେ ତହବୁରକୁ ରଖାଯିବାର ସମ୍ଭାବନା ରହିଛି।

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କୁଟନୈତିକ କ୍ଷେତ୍ରରେ ଭାରତକୁ ମିଳିଛି ବଡ଼ ସଫଳତା । ଆମେରିକା ସୁପ୍ରିମକୋର୍ଟ ମୁମ୍ବାଇ ଆକ୍ରମଣର ଦୋଷୀ ଆତଙ୍କୀ ତହବୁର ରାଣାକୁ ଭାରତ ପଠାଇବା ପାଇଁ ମଞ୍ଜୁରୀ ଦେଇଥିଲେ। ତହବୁର ପକ୍ଷରୁ କରାଯାଇଥିବା ଆବେଦନକୁ ଆମେରିକା ସୁପ୍ରିମକୋର୍ଟ ଖାରଜ କରିବା ଫଳରେ ପାକିସ୍ତାନର ମୂଳବାସିନ୍ଦା ତହବୁର ରାଣା ଭାରତ ଫେରିବାର ବାଟ ପରିଷ୍କାର ହୋଇଥିଲା। ପୂର୍ବତନ ପାକିସ୍ତାନୀ ସାମରିକ ଡାକ୍ତର ତହବୁର ରାଣା କାନାଡାରେ ବ୍ୟବସାୟ କରୁଥିଲା । ୨୦୦୮ରେ ଭାରତର ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେ ପ୍ରମୁଖ ଭୂମିକା ନିଭାଇଥିଲା । ତେଣୁ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ଏହି ପାକିସ୍ତାନ ଆତଙ୍କବାଦୀ ।

ଅଧିକ ପଢ଼ନ୍ତୁ: ଭାରତ ଆସିବ ୨୬/୧୧ ମାଷ୍ଟର ମାଇଣ୍ଡ; ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଡୋଭାଲ

Advertisment

ଆମେରିକା କୋର୍ଟଙ୍କ ପ୍ରସ୍ତାବ ଅନୁସାରେ, ଦିଲ୍ଲୀ ଓ ମୁମ୍ବାଇର ଦୁଇଟି ଜେଲରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭାରତ ପହଞ୍ଚିବା ପରେ ତହବୁରକୁ ଦିଲ୍ଲୀର NIA କୋର୍ଟରେ ହାଜର କରାଯିବ। ଏହାପରେ ତାକୁ ନିଜ କଷ୍ଟୋଡିକୁ ନେଇପାରେ ଜାତୀୟ ତଦନ୍ତକାରୀ ସଂସ୍ଥା। ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ତହବୁର ରାଣା କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ। ଆମେରିକାର ଲସ୍ଆଞ୍ଜେଲସ୍‌ ଜେଲରେ ରହୁଥିବା ତହବୁରକୁ ଫେରାଇବା ପାଇଁ ପୂର୍ବରୁ ଦାବି କରି ଆସୁଥିଲା ଭାରତ । ଆମେରିକା ସୁପ୍ରିମକୋର୍ଟରେ ମୁମ୍ବାଇ ଆକ୍ରମଣ ମାମଲାର ସମୀକ୍ଷା କରିବା ପାଇଁ ନଭେମ୍ବର ୧୩ ତାରିଖରେ ଆବେଦନ କରିଥିଲା ତହବୁର । ହେଲେ କୋର୍ଟ ମାମଲାକୁ ଖାରଜ କରିଦେଇଛନ୍ତି ।

ତହବୁର ହୁସେନ ରାଣା ଜଣେ ପୂର୍ବତନ ପାକିସ୍ତାନୀ ସାମରିକ ଡାକ୍ତର । ସେ ୧୯୬୧ ମସିହା ଜାନୁଆରୀ ୧୨ ତାରିଖରେ ପାକିସ୍ତାନର ପଞ୍ଜାବର ଚିଚାୱଟନିରେ ଜନ୍ମଗ୍ରହଣ କରିଥିଲା । ସେ ପରେ କାନାଡ଼ାର ନାଗରିକତ୍ବ ଗ୍ରହଣ କରିବା ସହ ସେଠାରେ ବ୍ୟବସାୟ କରିଥିଲା । ୨୦୦୮ ମୁମ୍ବାଇ ଆକ୍ରମଣ ସମେତ ଅନ୍ତର୍ଜାତୀୟ ଆତଙ୍କବାଦ କାର୍ଯ୍ୟକଳାପରେ ତାର ଭୂମିକା ରହିଛି । ଏହି ଆତଙ୍କବାଦୀ ପାକିସ୍ତାନର ପ୍ରତିଷ୍ଠିତ ଆବାସିକ ସାମରିକ ଅନୁଷ୍ଠାନ କ୍ୟାଡେଟ୍ କଲେଜରେ ପାଠ ପଢିବା ସମୟରେ ଡେଭିଡ୍ ହେଡଲି (ଦାଉଦ ଗିଲାନି) ସହ ବନ୍ଧୁତା କରିଥିଲା । ସେ ୧୯୯୭ ମସିହାରେ ନିଜ ପତ୍ନୀ ସହ କାନାଡ଼ା ଚାଲିଯାଇଥିଲା । ଏହାପରେ ୨୦୦୧ ମସିହା ଜୁନ୍ ମାସରେ ତାକୁ କାନାଡାର ନାଗରିକତା ମିଳିଥିଲା ।

ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି:
ତହବୁର ରାଣା ଏବଂ ତାର ପିଲା ଦିନର ବନ୍ଧୁ ଡେଭିଡ୍ ହେଡଲିକୁ ୨୦୦୯ ମସିହାରେ ଡେନମାର୍କର ଖବରକାଗଜ ଉପରେ ଆକ୍ରମଣ ଷଡଯନ୍ତ୍ର ମାମଲାରେ ଗିରଫ କରାଯାଇଥିଲା । ହେଲେ ୨୦୧୧ରେ ଚାଲିଥିବା ମକଦ୍ଦମା ସମୟରେ ଆମେରିକାର ଓକିଲମାନେ ତାଙ୍କୁ ଆତଙ୍କବାଦୀ ପ୍ରମାଣ କରିବାରେ ବିଫଳ ହୋଇଥିଲେ । ପରେ ୨୦୧୧ ମସିହାରେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଇ-ତୋଇବାକୁ ସହାୟତା ଯୋଗାଇ ଦେଇଥିବାରୁ ଏବଂ ଡେନମାର୍କର ଖବରକାଗଜ ଉପରେ ଆକ୍ରମଣ ଷଡଯନ୍ତ୍ର କରିଥିବାରୁ ରାଣାକୁ ଚିକାଗୋରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରିଥିବାରୁ ରାଣାକୁ ୧୪ ବର୍ଷ କାରାଦଣ୍ଡ ହୋଇଥିଲା । ଏହି ଆତଙ୍କବାଦୀ ଗୋଷ୍ଠୀ ଭାରତରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ ।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତି ଥିବାରୁ ଭାରତ ବହୁ ଦିନ ଧରି ତାକୁ ଭାରତକୁ ଫେରାଇଦେବା ପାଇଁ ଦାବି କରିଆସୁଥିଲା । ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ଆମେରିକାର ସୁପ୍ରିମକୋର୍ଟ ଏହାକୁ ମଞ୍ଜୁର କରିଛନ୍ତି । ରାଣା ବର୍ତ୍ତମାନ ଲସ୍ଆଞ୍ଜେଲସ୍‌ ଜେଲରେ କଏଦୀ ଭାବେ କାରାବାସ କରୁଛି ।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ମେଟ୍ରୋ ଭିତରେ ମଦ ପିଇଲେ ଯାତ୍ରୀ, ଜାଣନ୍ତୁ ଭାଇରାଲ ଭିଡିଓ ପଛର ସତ୍ୟତା

Terrorists 26/11 Mumbai Attacks
Advertisment
Advertisment