Advertisment

ଦେଶକୁ ଘାରିଲା ଅପକ୍ୱ ଶିଶୁ ଚିନ୍ତା :ବିଶ୍ୱର ଟପ୍-ଫାଇଭ୍ ଦେଶ ଭିତରେ ଭାରତ

ଚିନ୍ତା ବଢ଼ାଇଲା ଜାତିସଂଘର ରିପୋର୍ଟ

author-image
Prangyan Parimita
ଅଦ୍ୟତନ ହୋଇଛି
Premature Birth Rate In India

preterm births

ପ୍ରି-ଟର୍ମ ବାର୍ଥ, ପ୍ରିମାଚ୍ୟୋର ଡେଲିଭରି ବା ଅପକ୍ୱ ଶିଶୁ(Premature Birth) । ଗର୍ଭଧାରଣର ୩୭ ସପ୍ତାହ ପୂର୍ବରୁ ଜନ୍ମ ନେଉଥିବା ଶିଶୁଙ୍କୁ ନେଇ ଜାତିସଂଘ ପକ୍ଷରୁ ପ୍ରକାଶ ପାଇଛି ଉଦବେଗଜନକ ରିପୋର୍ଟ । ଏଥିରେ ଦର୍ଶାଯାଇଛି ଯେ, ୨୦୨୦ରେ ସାରା ବିଶ୍ୱରେ ୧ କୋଟି ୩୪ ଲକ୍ଷ ଅପକ୍ବ ଶିଶୁ ଜନ୍ମ ନେଇଥିଲେ । ସେଥିରୁ ୪୫ ପ୍ରତିଶତ କେବଳ ୫ଟି ଦେଶର । ସର୍ବାଧିକ ପ୍ରି-ଟର୍ମ ଡେଲିଭରି ହୋଇଥିବା ୫ଟି ଦେଶ ଭିତରେ ଅଛି ଭାରତ ।

Advertisment

ରିପୋର୍ଟ ଅନୁସାରେ, ୨୦୨୦ରେ ଏଭଳି ୪୫ ପ୍ରତିଶତ ଶିଶୁ ଅର୍ଥାତ୍ ବିଶ୍ୱର ପ୍ରାୟ ଅଧା ଅପକ୍ୱ ଶିଶୁ ଭାରତ, ପାକିସ୍ତାନ, ନାଇଜେରିଆ, ଚୀନ୍ ଓ ଇଥିଓପିଆରେ ଜନ୍ମ ନେଇଛନ୍ତି । ଅପକ୍ୱ ଶିଶୁ ଜନ୍ମ ହାରକୁ ତୁଳନା କଲେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଥିବା ବାଂଲାଦେଶରେ ଏହା ୧୬.୨ ପ୍ରତିଶତ, ଦ୍ୱିତୀୟରେ ଆଫ୍ରିକୀୟ ଦେଶ ମାଲାୱି ୧୪.୫ ପ୍ରତିଶତ, ତୃତୀୟରେ ପାକିସ୍ତାନ ୧୪.୪ ପ୍ରତିଶତ, ଚତୁର୍ଥରେ ଭାରତ ୧୩ ପ୍ରତିଶତ ଏବଂ ପଞ୍ଚମରେ ରହିଛି ଦକ୍ଷିଣ ଆଫ୍ରିକା- ୧୩ ପ୍ରତିଶତ ।

ଅର୍ଥାତ୍ ଭାରତରେ ପ୍ରତି ଶହେ ଶିଶୁରେ ୧୩ଟି ଶିଶୁ ପ୍ରିମାଚ୍ୟୋର ବା ଅପକ୍ୱ ଭାବେ ଜନ୍ମ ନେଇଛନ୍ତି । ତେବେ କେବଳ ପଛୁଆ କିମ୍ବା ବିକାଶଶୀଳ ନୁହେଁ, ଆମେରିକା ଓ ଗ୍ରୀସ୍ ଭଳି ଧନୀଦେଶର ତଥ୍ୟ ବି ଚିନ୍ତାଜନକ। ଗ୍ରୀସରେ ଏହି ହାର ୧୧.୬ ପ୍ରତିଶତ ଥିବା ବେଳେ ଆମେରିକାରେ ଏହା ୧୦ ପ୍ରତିଶତ ।...

Advertisment

ପ୍ରି-ଟର୍ମ ବାର୍ଥ୍ ହେଉଛି ସାଇଲେଣ୍ଟ ଏମରଜେନ୍ସି ବା ନିରବ ବିପଦ । ବିଗତ ଦଶନ୍ଧି ତୁଳନାରେ ବର୍ତ୍ତମାନର ସ୍ଥିତି ଆହୁରି ସଂଗୀନ । ଏଥିଯୋଗୁଁ ବର୍ଷକ ଭିତରେ ଯାଇ ୧୦ ଲକ୍ଷ ନବଜାତଙ୍କ ଜୀବନ ଯାଇଛି । ସଦ୍ୟ ପ୍ରକାଶିତ 'ବର୍ନ୍ ଠୁ ସୁନ୍: ଡିକେଡ୍ ଅଫ୍ ଆକ୍ସନ ଅନ୍ ପ୍ରିଟର୍ମ ବାର୍ଥ' ରିପୋର୍ଟରେ ଏହା ଉଲ୍ଲେଖ କରିଛି ଜାତିସଂଘ । ୬ଟି ଦେଶରେ ୧୪୦ ଜଣ ଏହି ସର୍ବେକ୍ଷଣ କରିଥିଲେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍ଓ ଏବଂ ୟୁନିସେଫ ଏବଂ PMNCH ପକ୍ଷରୁ ଏହି ସର୍ଭେ ହୋଇଥିଲା । ଏହି ରିପୋର୍ଟ ଅନୁସାରେ, ୨୦୧୦ ଅପେକ୍ଷା ୨୦୨୦ରେ ଅପକ୍ୱ ଶିଶୁ ଜନ୍ମହାରରେ ବୃଦ୍ଧି ଘଟିଛି । ୨୦୧୦ରେ ଏହା ୯.୮ ପ୍ରତିଶତ ଥିବା ବେଳେ, ୨୦୨୦ରେ ଏହା ୯.୯କୁ ବଢ଼ିଛି । ୨୦୨୦ରେ ବିଶ୍ୱରେ ୧ କୋଟି ୩୪ ଲକ୍ଷ ଅପକ୍ୱ ଶିଶୁ ଜନ୍ମ ନେଇଥିବା ବେଳେ, ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ଲକ୍ଷ ପ୍ରାଣ ହରାଇଛନ୍ତି । ଅର୍ଥାତ୍ ପ୍ରତି ୧୦ ଜଣ ଅପକ୍ବ ନବଜାତଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଗୋଟିଏ ଦଶନ୍ଧି ଭିତରେ ପ୍ରି-ଟର୍ମ ବାର୍ଥ ହାରରେ କୌଣସି ଅଞ୍ଚଳରେ ବି ସୁଧାର ଆସିନି ।

ପ୍ରତିବର୍ଷ ପ୍ରାୟ ୬୦ ଲକ୍ଷ ଅପକ୍ବ ଶିଶୁ ଜନ୍ମ ହେବା ପଛରେ ବାୟୁ ପ୍ରଦୂଷଣକୁ ଦାୟୀ କରାଯାଇଛି । ଏହାପଛରେ ଜଳବାୟୁ ପରିବର୍ତ୍ତନର ମଧ୍ୟ ହାତ ଥିବା ଆଶଙ୍କା କରାଯାଉଛି । ପ୍ରତି ୧୦ଟିରୁ ଗୋଟିଏ ଅପକ୍ୱ ଶିଶୁ ଏଭଳି ୧୦ଟି ଦେଶରେ ଜନ୍ମ ହୋଇଛି, ଯେଉଁଠି ଯୁଦ୍ଧ କିମ୍ବା କୋଭିଡ୍ ଭଳି ମାନବୀୟ ସଂକଟ ସ୍ଥିତି ଦେଖାଦେଇଛି । ଏଭଳି ୧୦ଟି ଦେଶରେ ପ୍ରାୟ ୧୨ ଲକ୍ଷ ପ୍ରିଟର୍ମ ଡେଲିଭରି ହୋଇଛି ।

Advertisment
Advertisment