Advertisment

Vastu Tips: ଘରର ଉତ୍ତର-ପୂର୍ବ ଦିଗରେ ଶୌଚାଳୟ ଅଛି କି? ଆସିପାରେ ଏପରି ବିପଦ…

ସ୍ୱାସ୍ଥ୍ୟଦୃଷ୍ଟିରୁ ଗୃହର ଉତ୍ତର-ପୂର୍ବ ଭାଗ ଅତ୍ୟନ୍ତ ମୂଖ୍ୟ ହୋଇଥାଏ। ଏହି କୋଣରେ ଯଦି ଅଳିଆ ଆବର୍ଜନା ପଡିଥାଏ, ଶୌଚାଳୟ, ସେପ୍ଟିକ୍‌ ଟ୍ୟାଙ୍କ୍‌ ନିର୍ମାଣ କରାଯାଇଥାଏ ତେବେ ଘରକୁ ଆଣିଥାଏ ସାଂଘାତିକ ବିପଦ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips  For Home

What effect does the wrong Vastu on human health

ବାସ୍ତୁଶାସ୍ତ୍ର ଓ ଜୀବ ବିଜ୍ଞାନର ସମ୍ପର୍କ ଅତି ନିବିଡ଼। ପୃଥିବୀର ଚୁମ୍ବକୀୟ ଶକ୍ତି ଓ ସୂର୍ଯ୍ୟଙ୍କର ସୌରଶକ୍ତି ଏବଂ ବ୍ରହ୍ମାଣ୍ଡର ବ୍ରହ୍ମାଣ୍ଡୀୟ ଶକ୍ତି ବା କସ୍‌ମିକ୍ ଶକ୍ତି ମନୁଷ୍ୟ ଉପରେ ସବୁବେଳେ ପ୍ରଭାବ ପକାଇଥାଏ କିନ୍ତୁ ଏହି ପ୍ରଭାବ ମନୁଷ୍ୟର ନିଜ ପ୍ରକୃତି ଏବଂ ରହୁଥିବା ସ୍ଥାନକୁ ନେଇ ଭିନ୍ନ ରୂପରେ ମନୁଷ୍ୟ ଉପରେ ପଡ଼ିଥାଏ।

Advertisment

ଏହି ପ୍ରଭାବ ସକାରାତ୍ମକ ଭାବରେ ପଡିଲେ ସ୍ୱାସ୍ଥ୍ୟପ୍ରତି ଶୁଭ ହୋଇଥାଏ ଏବଂ ନକାରାତ୍ମକ ଭାବରେ ପଡିଲେ ସ୍ୱାସ୍ଥ୍ୟ ପ୍ରତି ଅହିତକର ହୋଇଥାଏ। ତେବେ ଏବେ ଜାଣିବା ବାସ୍ତୁର କେଉଁ ଦିଗରେ କ’ଣ ତ୍ରୁଟିଥିଲେ ସ୍ୱାସ୍ଥ୍ୟପ୍ରତି କି ବିପଦ ଥାଏ।

ସ୍ୱାସ୍ଥ୍ୟଦୃଷ୍ଟିରୁ ଗୃହର ଉତ୍ତର-ପୂର୍ବ ଭାଗ ବା ଐଶାନ୍ୟ କୋଣ ଅତ୍ୟନ୍ତ ମୂଖ୍ୟ ହୋଇଥାଏ। ଯଦି ଏହି କୋଣ ସକରାତ୍ମକ ଶକ୍ତି ଉତ୍ପନ୍ନ କରୁଥାଏ ତେବେ ଏହି ଶକ୍ତି ଗୃହବାସୀଙ୍କ ଉପରେ ଶୁଭ ଫଳ ଦେଇଥାଏ, ଫଳରେ ଗୃହବାସୀ ସ୍ୱାସ୍ଥ୍ୟବାନ ରୁହନ୍ତି।

Advertisment

ଅଧିକ ପଢ଼ନ୍ତୁ: ଗୃହରେ ବାସ୍ତୁଦୋଷ ଥିଲେ ହୋଇପାରେ ଅସାଧ୍ୟ ରୋଗ; ଜାଣନ୍ତୁ ପ୍ରତିକାର

ଏହି କୋଣରେ ଯଦି ଅଳିଆ ଆବର୍ଜନା ପଡିଥାଏ, ଶୌଚାଳୟ, ସେପ୍ଟିକ୍‌ ଟ୍ୟାଙ୍କ୍‌ ନିର୍ମାଣ କରାଯାଇଥାଏ, କିମ୍ବା ଏହି ସ୍ଥାନ ଅନ୍ୟସ୍ଥାନ ଅପେକ୍ଷା ଉଚ୍ଚା କରାଯାଇଥାଏ ତେବେ ଏହି ସ୍ଥାନ ନକାରାତ୍ମକ ଶକ୍ତି ବା ନେଗେଟିଭ୍ ଏନର୍ଜି ସୃଷ୍ଟିକରି ଗୃହବାସୀଙ୍କ ଉପରେ ପଡିଥାଏ ଯାହା ସ୍ୱାସ୍ଥ୍ୟ ପ୍ରତି ବିପଦ ଆଣିଥାଏ। ବିଶେଷକରି ଉଚ୍ଚ ରକ୍ତଚାପ, ଚେଷ୍ଟ୍ କ୍ୟାନ୍‌ସର୍, ମସ୍ତିଷ୍କ ସମ୍ପର୍କୀତ ବିଭିନ୍ନ ମାରାତ୍ମକ ରୋଗ ସୃଷ୍ଟି କରିଥାଏ।

ଯଦି ପୂର୍ବଦିଗରେ ବାସ୍ତୁତ୍ରୁଟି ଥାଏ ତେବେ ଏହି ଦୋଷରୁ ଗୃହବାସୀଙ୍କ ବାମ କାନ୍ଧରେ ଯନ୍ତ୍ରଣା, ରିଉମାଟିଜମ୍ ପରି ରୋଗରେ ପିଡିତ କରାଇଥାଏ ।

ଗୃହରେ ପଶ୍ଚିମ ଦିଗରେ ବାସ୍ତୁଦୋଷ ଥିଲେ, ଗୃହବାସୀ ମୂତ୍ରାଶୟ ରୋଗ, ବହୁମୁତ୍ର ବା ଡାଏବେଟିସ୍, ଜରାୟ କ୍ୟାନସର୍, ପେଟରୋଗ ପରି ମାରାତ୍ମକ ରୋଗରେ ପିଡିତ ହେବାର ଦେଖାଯାଇଥାଏ।

ଯଦି ଗୃହର ଦକ୍ଷିଣ-ପୂର୍ବ କୋଣରେ ସେପ୍ଟିକ୍ ଟାଙ୍କି, ପାଇଖାନା, ନଳକୂପ, କିମ୍ବା ଜଳଭଣ୍ଡାର ଥାଏ ତେବେ ବିଶେଷ ଭାବରେ ମହିଳାମାନଙ୍କ ଉପରେ କୁପ୍ରଭାବ ପକାଇଥାଏ। ଯଥା ହାଡଜନିତ ସମସ୍ୟା ଦେଖାଯାଏ।

ଯଦି ଗୃହର ଦକ୍ଷିଣ ଦିଗରେ ଦୋଷ ତ୍ରୁଟି ଥାଏ ତେବେ ଏହି ଦୋଷ ଅଣ୍ଟା-ଆଣ୍ଠୁ ଯନ୍ତ୍ରଣା, ବାମପାର୍ଶ୍ୱ ଗୋଡ଼ରେ ଯନ୍ତ୍ରଣା, ପକ୍ଷାଘାତ ପରି ରୋଗରେ ପିଡ଼ିତ କରାଇଥାଏ।

ଯଦି ଗୃହର ବ୍ରହ୍ମସ୍ଥାନ ବା କେନ୍ଦ୍ରସ୍ଥଳରେ ପିଲର୍ ରହିଯାଏ କିମ୍ବା ବ୍ରହ୍ମସ୍ଥାନରେ ଦୋଷତ୍ରୁଟି ଥାଏ ଗୃହବାସୀଙ୍କୁ ହୃଦୟଜନିତ ରୋଗରେ ପିଡିତ ହେବାର ଦେଖାଯାଏ। ଏହି ସ୍ଥାନ ସବୁବେଳେ ବାସ୍ତୁଦୋଷରୁ ମୁକ୍ତ ରଖିବା ନିତ୍ୟାନ୍ତ ଆବଶ୍ୟକ। ଏହି ସ୍ଥାନ ସମସ୍ତ ଗୃହରେ ବ୍ରହ୍ମଶକ୍ତି ସଞ୍ଚାରିତ କରିଥାଏ।

ଗୃହର ଉତ୍ତର-ପଶ୍ଚିମ କୋଣରେ ବାସ୍ତୁଦୋଷ ଥିଲେ ବିଶେଷକରି ବାୟୁଜନିତ ସମସ୍ୟା ବା ଗ୍ୟାସ୍‌ଜନିତ ରୋଗରେ ପିଡ଼ିତ କରାଇଥାଏ।

ଏଣୁ ଯଦି ଆପଣମାନେ କୌଣସି ରୋଗରେ ପିଡ଼ିତ ଅଛନ୍ତି ତେବେ ସେହି ରୋଗ ସମ୍ପର୍କିତ ବାସ୍ତୁଦୋଷକୁ ଦୂର କରିପାରିଲେ ସେହି ରୋଗର ନିରାକରଣ ପାଇଁ ବାଟ ମିଳିଯାଏ। ଔଷଧ ଯଦି ଠିକ୍ ଭାବରେ କାମ ନ କରୁଥାଏ ତାହା ଠିକ୍ ଭାବରେ କାମ କରିବାକୁ ଲାଗେ। ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ଏଣୁ ଗୃହକୁ ସଦାସର୍ବଦା ବାସ୍ତୁଦୋଷରୁ ମୁକ୍ତ ରଖନ୍ତୁ ଏବଂ ନିରୋଗ ଜୀବନ ଯାପନ କରନ୍ତୁ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips In Odia Vastu Tips
Advertisment
Advertisment