• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗାତରୁ ମିଳିଲା ମୂଷା ନେଇଯାଇଥିବା ସୁନା ଅଳଙ୍କାର । ବ୍ୟାଗରେ ଥିଲା ୫ଲକ୍ଷ ଟଙ୍କା ମୂଲ୍ୟର ଗହଣା । ଆଉ ବହୁ ଖୋଜାଖୋଜି ପରେ ଶେଷରେ ନାଳ ନିକଟସ୍ଥ ଗାତରୁ ଉଦ୍ଧାର ହୋଇଛି ସୁନା ଅଳଙ୍କାର । ତେବେ ସମସ୍ତେ ଏ ଖବର ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ।  

ମୁମ୍ବାଇର ଗୋରେଗା ଅଂଚଳରେ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ମହିଳା ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିଲେ । ଆଉ ସାଙ୍ଗରେ ନେଉଥିଲେ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ରାସ୍ତାରେ ଦୁଇ ଜଣ ଶିଶୁ ଖାଇବା ପାଇଁ କିଛି ମାଗିବାରୁ ସେ ସେମାନଙ୍କୁ ବଡାପାଓ ଥିବା ବ୍ୟାଗଟି ବଢାଇ ଦେଇଥିଲେ । ଏହାପରେ ସେ ବ୍ୟାଙ୍କକୁ ଯାଇଥିଲେ । ସେଠାରେ କିନ୍ତୁ ସେ ଯାହା ଦେଖିଲେ ସେଥିରେ ତାଙ୍କ ବୁଦ୍ଧି ବଣା ହୋଇଯାଇଥିଲା ।

ବଡାପାଓ ବ୍ୟାଗ୍ ସହ ୫ଲକ୍ଷ ଟଙ୍କାର ଗହଣା ବ୍ୟାଗଟି ସେ ଶିଶୁ ଦୁଇଜଣଙ୍କୁ ଦେଇଥିବା ଜଣାପଡିଥିଲା । ଏକଥା ଜାଣିବା ପରେ ମହିଳା ଜଣଙ୍କ ସହରର ବିଭିନ୍ନ ସ୍ଥାନରେ ଶିଶୁ ଦୁଇଜଣଙ୍କୁ ଖୋଜିଥିଲେ । ଏହାପରେ ତୁରନ୍ତ ଥାନାରେ ଏତଲା ଦେଇଥିଲେ । ପୋଲିସ ମଧ୍ୟ ଘଟଣାର ତଦନ୍ତ ପାଇଁ ଛାନଭିନ୍ ଆରମ୍ଭ କରିଦେଇଥିଲା । ଏପରିକି ବିଭିନ୍ନ ସ୍ଥାନରେ ସିସିଟିଭିର ଯାଞ୍ଚ କରିଥିଲା । ଶେଷରେ ଶିଶୁ ଦୁଇଜଣଙ୍କୁ ଠାବ କରାଯାଇଥିଲା ।

ପଚରାଉଚରା ପରେ ସେମାନେ ବଡାପାଓ ବ୍ୟାଗ ଟିକୁ ଡଷ୍ଟବିନରେ ଫୋପାଡି ଦେଇଥିବା କହିଥିଲେ । ଡଷ୍ଟବିନ୍ ଖୋଜାଖୋଜି ପରେ ବ୍ୟାଗ ନମିଳିବାରୁ ପୋଲିସ ସିସିଟିଭି ଯାଞ୍ଚ କରିଥିଲା । ଏଥିରେ ମୂଷାପଲ ବ୍ୟାଗଟିକୁ ଡଷ୍ଟବିନରୁ ନାଳକୁ ଟାଣି ଟାଣ ନେଉଥିବା ଦେଖିବାକୁ ମିଳିଥିଲା । ଏହାପରେ ନାଳରୁ ବ୍ୟାଗ ସହ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଉଦ୍ଧାର ହୋଇଥିଲା ।