Advertisment

ଆସନ୍ତାକାଲିଠୁ ବିଶ୍ୱମଞ୍ଚରେ ହେବ ମନ୍ଥନ; ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏକାଠି ହେବେ ବିଶ୍ୱର ବଡ଼ ବଡ଼ ନେତା । ଦୁଇ ଦିନିଆ ସମ୍ମିଳନୀରେ ଜାତିସଂଘର ମହାସଚିବ ଗୁଣ୍ଟେରସଙ୍କଠାରୁ ଆରମ୍ଭ କରି ୩୦ ଜଣ ରାଷ୍ଟ୍ରମୁଖ୍ୟ କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

G20 Summit 2023

ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଜି-୨୦ ଶିଖର ସମ୍ମିଳନୀ । ଏହି ଦୁଇ ଦିନିଆ ସମ୍ମିଳନୀରେ ବିଶ୍ୱର ପ୍ରମୁଖ ପ୍ରସଙ୍ଗ ଉପରେ ହେବ ଆଲୋଚନା । ଏଥିପାଇଁ ପହଞ୍ଚିବାରେ ଲାଗିଛନ୍ତି ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟ ଓ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ । କିଛି ସମୟ ତଳେ ପହଞ୍ଚିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ଭାରତର ଅଧ୍ୟକ୍ଷତାରେ ହେଉଥିବା ଏହି ସମ୍ମିଳନୀରେ ନିଜର ଐତିହ୍ୟ, ସଂସ୍କୃତି, ଗର୍ବ ଗୌରବ ପ୍ରଦର୍ଶନ ସହିତ ବିଶ୍ୱ ନେତାଙ୍କୁ ନିଜର ସମୃଦ୍ଧି, କ୍ଷମତା ଦେଖାଇବାର ଅପୂର୍ବ ସୁଯୋଗ ପାଇଛି ଭାରତ । ବିଶ୍ବନେତାଙ୍କୁ ସ୍ବାଗତ କରିବାକୁ ନବ ବଧୂ ପରି ସଜେଇ ହୋଇଛି ନୂଆଦିଲ୍ଲୀ ।

Advertisment

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏକାଠି ହେବେ ବିଶ୍ୱର ବଡ଼ ବଡ଼ ନେତା । ଦୁଇ ଦିନିଆ ସମ୍ମିଳନୀରେ ଜାତିସଂଘର ମହାସଚିବ ଗୁଣ୍ଟେରସଙ୍କଠାରୁ ଆରମ୍ଭ କରି ୩୦ ଜଣ ରାଷ୍ଟ୍ରମୁଖ୍ୟ କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି । ଗୋଟିଏ ଧାଡ଼ିରେ କହିବାକୁ ଗଲେ ଗୋଟିଏ ମଞ୍ଚରେ ଏକାଠି ହେବେ ଜି-ଟ୍ୱେଣ୍ଟି ଓ ସହଯୋଗୀ ପରିବାର । ଯାହାକି ଏହାର ଥିମ୍ ବସୁଧୈବ କୁଟୁମ୍ବକମ୍ ର ଯଥାର୍ଥତାକୁ ପ୍ରତିପାଦନ କରୁଛି । ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ।

ଏହା ହିଁ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଦୁଇ ଦିନ ଧରି ବିଶ୍ବର ପ୍ରମୁଖ ପ୍ରସଙ୍ଗ ଉପରେ ଭାରତ ମଣ୍ଡପମ୍ ରେ ହେବ ମାନସ ମନ୍ଥନ। ଜି-୨୦ ର ସେରପା ଅମିତାଭକାନ୍ତ କହିଛନ୍ତି, ନୂଆଦିଲ୍ଲୀର ଏହି ଜି-୨୦ ସମ୍ମିଳନୀର ଘୋଷଣାନାମା ଗ୍ଲୋବାଲ ସାଉଥ୍ ବା ବିକାଶଶୀଳ ଦେଶର ସ୍ୱରକୁ ପ୍ରତିଫଳିତ କରିବ । ଶାଣିତ ହେବ ଏପରି ଦେଶଙ୍କ ସ୍ୱର । ଦ୍ୱିତୀୟରେ ଫୋକସରେ ରହିବ ସସଟେନେବୁଲ ଡଭଲପମେଣ୍ଟ ଗୋଲ୍ । କାରଣ ୧୬୯ରୁ ମାତ୍ର ୧୨ଟି ଲକ୍ଷ୍ୟ ଟ୍ରାକରେ ଚାଲିଛି । ବାକି ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । ମୋଟାମୋଟି ଭାବେ କହିବାକୁ ଗଲେ ଜି-୨୦ ୨୦୨୩ର ଫୋକସ୍ ହେଲା ସାଧାରଣ ଲୋକଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବା ।

Advertisment

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ନୂଆଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି ସବୁ ବଡ଼ ବଡ଼ ନେତା । ଆମେରିକା ରାଷ୍ଟ୍ରପତି ବାଇଡେନଙ୍କଠୁ ଆରମ୍ଭ କରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସହିତ ଜାତିସଂଘର ମହାସଚିବ, ୟୁରୋପୀୟ ସଂଘର ମୁଖ୍ୟ, ଆଇଏମଏଫ୍ ମୁଖ୍ୟ, ଇଟାଲି, ଆର୍ଜେଣ୍ଟିନା, ବାଂଲାଦେଶର ରାଷ୍ଟ୍ରମୁଖ୍ୟ, ଆଫ୍ରିକୀୟ ସଂଘର ସଭାପତି ସମେତ ଅନ୍ୟ ରାଷ୍ଟ୍ରମୁଖ୍ୟ ଓ ବିଭିନ୍ନ ସଂଗଠନର ମୁଖ୍ୟ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ସମସ୍ତ ଅତିଥିଙ୍କୁ ନାଚ ଗୀତ ସହିତ ଭବ୍ୟ ସ୍ୱାଗତ କରାଯାଇଛି ।

କାହାକୁ ଡାଲଖାଇ ତ କାହାକୁ ବିହୁ ତ କାହାକୁ ଭାରତ ନାଟ୍ୟମରେ ସ୍ୱାଗତ କରାଯାଇଛି । ଭାରତର ଆୟୋଜନକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନାକ ଭୁରି ଭୁରି ପ୍ରଶଂସା କରିଛନ୍ତି । କିନ୍ତୁ ରୁଷ ରାଷ୍ଟ୍ରପତି ପୁଟିନ୍ ଓ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିନ୍ ନୂଆଦିଲ୍ଲୀ ଆସିବେନି । ପୁଟିନଙ୍କ ବଦଳରେ ରୁଷର ବୈଦେଶିକ ସଚିବ ସରଗେଇ ଲାଭରୋଭ ଓ ଜିଙ୍ଗପିନଙ୍କ ବଦଳରେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଯୋଗ ଦେବେ । ପୁଟିନ ଓ ଜିନପିଙ୍ଗଙ୍କ ଅନୁପସ୍ଥିତି କିଛି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଜର୍ମାନୀର ରାଷ୍ଟ୍ରଦୂତ ।

ଆଜି, ଆସନ୍ତାକାଲି ଓ ରବିବାର, ଏହି ତିନି ଦିନରେ ମୋଟ ୧୫ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଭେଟିଛନ୍ତି । ପରେ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନଟ୍ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ । ଜି-୨୦ ପାଇଁ ନୂଆଦିଲ୍ଲୀ ମିନି ବିଶ୍ୱରେ ପରିଣତ ହୋଇଥିବା ବେଳେ, ପୂରା ସହରବଧୂ ବେଶରେ ସଜେଇ ହୋଇଛି । କେଉଁଠି ନୂଆ ମୂର୍ତ୍ତି ଶୋଭା ପାଉଛି, ତ ଆଉ କେଉଁଠି ଜଳଫୁଆରା ।

କେଉଁଠି ଆଲୋକସଜ୍ଜା, ତ ଆଉ କେଉଁଠି ଫୁଲରେ ସାଜସଜ୍ଜା । ଏହା ସହିତ ପୁରା ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେନା ସହିତ ଦିଲ୍ଲୀ ପୋଲିସ, ଏସପିଜି, ଏନସଜି କମାଣ୍ଡୋଙ୍କ ଓ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ପାରାମିଲିଟାରୀ ଫୋର୍ସ ସଜାଗ ରହିଛନ୍ତି । କୌଣସି ପ୍ରକାର ଡ୍ରୋନକୁ ଖସାଇବାକୁ ଡିଆରଡିଓର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ତନ୍ନ ତନ୍ନ କରି ଗାଡ଼ି ମୋଟର୍ ଯାଞ୍ଚ ସହ ତନଖି କରାଯାଉଛି ।

PM Modi US President
Advertisment
Advertisment