• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜଳ...ସ୍ଥଳ...ଆକାଶା ସବୁ ଦିଗରୁ ସୁରକ୍ଷା, ସବୁ ଦିଗରେ ପଇଁନ୍ତରା । ଜି-୨୦ ସମ୍ମିଳନୀ ପାଇଁ ପୁରା ଦିଲ୍ଲୀ ଏବେ ସୁରକ୍ଷା ଛାଉଣୀରେ ପରିଣତ ହୋଇଯାଇଛି । କୋଣ ଅନୁକୋଣରେ ପୋଲିସ, ସୁରକ୍ଷାକର୍ମୀ ଜଗି ରହିଛନ୍ତି । ପ୍ରଗତି ମଇଦାନ ହାଇସିକ୍ୟୁରିଟି ଜୋନରେ ପରିଣତ ହୋଇଛି । ଦିଲ୍ଲୀ ପୋଲିସ, ଏସପିଜି, ଏନସଜି କମାଣ୍ଡୋଙ୍କ ସହ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ପାରାମିଲିଟାରୀ ଫୋର୍ସ ସଜାଗ ରହିଛନ୍ତି ।

ଭାରତୀୟ ସେନା ପକ୍ଷରୁ ବି ସୁରକ୍ଷା ଯୋଗାଇ ଦିଆଯାଉଛି । ପ୍ରଗତି ମଇଦାନରୁ ଅତିଥି ରହୁଥିବା ହୋଟେଲ, ଜାମା ମସଜିଦରୁ ଗାନ୍ଧି ସ୍ମୃତି ପୀଠ ରାଜଘାଟ ଯାଏଁ ସୁରକ୍ଷାକର୍ମୀ ରହିଛନ୍ତି ତୈନାତ । ସବୁ ସ୍କୁଲ କଲେଜ୍ ଅଫିସ୍ ଛୁଟି ଘୋଷଣା ହୋଇଥିବାରୁ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ କୌଣସି କାମରେ ସମ୍ମିଳନୀ ହେଉଥିବା ସ୍ଥାନରେ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି ।

ଦିଲ୍ଲୀ ଯମୁନା ନଦୀରେ ବି ଦିଲ୍ଲୀ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି । ୨୪ ଘଣ୍ଟିଏ ପହରା ଏଠି ବି ଦିଆଯିବ । DRDO ପକ୍ଷରୁ ଦୂର ଯାଏଁ ଆକାଶରେ ସର୍ଭିଲାନ୍ସ ପାଇଁ ସ୍ୱତନ୍ତ୍ର ଦୂରବିକ୍ଷଣକୁ ଖଞ୍ଜା ଯାଇଛି । ଯାହା ସ୍ନାଇପରକୁ ଖୋଜିବା ସହ ସନ୍ଦିଗ୍ଧ ଗତିବିଧିକୁ ପରଖି ଆଗୁଆ ସୂଚନା ଦେବ ।

ସେପଟେ ଭାରତ ମଣ୍ଡପମରେ ଏବେ ଶୋଭା ବଢ଼ାଉଛି ନଟରାଜ ପ୍ରତିମୂର୍ତ୍ତି । ମହାଦେବଙ୍କ ଏହି ରୂପର ମୂର୍ତ୍ତିକୁ ଅଷ୍ଟଧାତୁରେ ନିର୍ମାଣ କରାଯାଇଛି । ୨୭ ଫୁଟ୍ ଉଚ୍ଚ ଓ ୧୮ ଟନ୍ ଓଜନ ରହିଛି ଏହାର । ଦୀର୍ଘ ସାତ ମାସର ପରିଶ୍ରମ ପରେ ପ୍ରସିଦ୍ଧ ସ୍ଥପତି ରାଧାକ୍ରିଷ୍ଣା ଶତପଥୀ ଏହାର ନିର୍ମାଣ ସାରିଛନ୍ତି । ଚୌଳ ସାମଜ୍ୟ ସମୟରେ ଏପରି ନଟରାଜଙ୍କ ପ୍ରତିମୂର୍ତ୍ତି ବୀରତ୍ୱ ଓ ସ୍ଥାପତ୍ୟର ପ୍ରତୀକ ଥିଲା । ତେଣୁ ଭବ୍ୟ ଭାରତମଣ୍ଡପମ୍ ସମ୍ମୁଖରେ ହିଁ ଏହାକୁ ରଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନିଜର ସୋସିଆଲ୍ ମିଡିଆ ପେଜ୍ Xରେ ସେୟାର କରିଛନ୍ତି । ତାସହ ନିଜ କଭର୍ ପେଜ୍ ବି କରିଛନ୍ତି ।

ଅନ୍ୟପଟେ ଜି ୨୦ ଆୟୋଜକ ଭାରତକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ । ବ୍ରିଟିଶ ପିଏମ ହେବା ପରେ ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି ଋଷି । ସେ କହିଛନ୍ତି ମୁଁ ଏଠାରେ ପହଞ୍ଚିବା ମୋ ପାଇଁ ଭାଗ୍ୟର କଥା । ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ସେ ପ୍ରଶଂସା କରିଛନ୍ତି । ଏହି ସମ୍ମିଳନୀରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ରୁଷ-ୟୁକ୍ରେନ ଯୁଦ୍ଧ ନେଇ ମଧ୍ୟ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି ।