Advertisment

Indian Cricket Coaching Changes: ଟ୍ରଫି ଜିତିବା ସତ୍ତ୍ବେ କୋଚଙ୍କୁ ବିଦା କରିବ ବିସିସିଆଇ, ଚାମ୍ପିୟନ୍ସ ଟ୍ରଫି ଦଳରେ ସାମିଲ ଥିଲେ

ନିକଟରେ ଦଳ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ବିଜୟୀ ହୋଇଥିଲା। ତେବେ କୋଚିଙ୍ଗ ଷ୍ଟାଫଙ୍କ ପ୍ରଦର୍ଶନରେ ବିସିସିଆଇର ଟପ ଅଧିକାରୀ ମାନେ ଖୁସି ନ ଥିବା କୁହାଯାଇଛି। ଏହା ସହିତ ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସିସିଆଇ ପକ୍ଷରୁ ୩ ଜଣ କୋଚଙ୍କୁ ବିଦା କରିବାକୁ ନିଷ୍ପତ୍ତି ନେଇଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
bcci

bcci

ଭାରତୀୟ ଦଳର କୋଚିଂ ଷ୍ଟାଫରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ। ୩ ଜଣ କୋଚିଙ୍ଗ ଷ୍ଟାଫଙ୍କୁ ବିଦା କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ଭାରତୀୟ ଦଳ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଅଧୀନରେ ଭଲ ପ୍ରଦର୍ଶନ ଜାରି ରଖିଛି। ନିକଟରେ ଦଳ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ବିଜୟୀ ହୋଇଥିଲା। ତେବେ କୋଚିଙ୍ଗ ଷ୍ଟାଫଙ୍କ ପ୍ରଦର୍ଶନରେ ବିସିସିଆଇର ଟପ ଅଧିକାରୀ ମାନେ ଖୁସି ନ ଥିବା କୁହାଯାଇଛି। ଏହା ସହିତ ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସିସିଆଇ ପକ୍ଷରୁ ୩ ଜଣ କୋଚଙ୍କୁ ବିଦା କରିବାକୁ ନିଷ୍ପତ୍ତି ନେଇଛି।

Advertisment

ଅଧିକ ପଢନ୍ତୁ:ସୁପର ଓଭରରେ ଜିତିଲା କ୍ୟାପିଟାଲ୍ସ, କୋଟଲାରେ ପ୍ରଥମ ବିଜୟ

ଆସନ୍ତା ଇଂଲଣ୍ଡ ସିରିଜ ପୂର୍ବରୁ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ। ବର୍ତ୍ତମାନ ଦଳରେ ଆସିଷ୍ଟାଣ୍ଟ କୋଚ ରହିଥିବା ଅଭିଷେକ ନାୟାର, ଫିଲ୍ଡିଙ୍ଗ କୋଚ ଟି. ଦିଲୀପ ଓ ଷ୍ଟ୍ରେନ୍ଥ ଓ କଣ୍ଡିସନିଙ୍ଗ କୋଚ ସୋହମ ଦେଶାଇଙ୍କୁ ବିଦା କରାଯିବ। ଏହି ୩ ଜଣଙ୍କ କଣ୍ଟ୍ରାକ୍ଟ ଆସନ୍ତା ଜୁନ ମାସରେ ଶେଷ ହେବ। ତେବେ ଏମାନଙ୍କ ସହିତ ଚୁକ୍ତି ନବୀକରଣ ନ କରିବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ। ସୋହମ ଦେଶାଇଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଆଡ୍ରିଆନ ଲି ରକ୍ସଙ୍କୁ ନିଯୁକ୍ତି ମିଳିବ। ତେବେ ଅନ୍ୟ ୨ ସ୍ଥାନରେ କାହାକୁ ନିଯୁକ୍ତି ମିଳବ ନାହିଁ।

ଅଭିଷେକ ନାୟାରଙ୍କ ସ୍ଥାନରେ ସୀତାଂଶୁ କୋଟାକ ସହକାରୀ କୋଚ ଦାୟିତ୍ବ ନିର୍ବାହ କରିବେ। ସେହିପରି ବର୍ତ୍ତମାନର ବ୍ୟାଟିଂ କୋଚ ରହିଥିବା ରାୟାନ ଟେନ ଡୋଶ୍ଚାଟେ ଅତିରିକ୍ତ ଭାବେ ଫିଲ୍ଡିଂ କୋଚ ଦାୟିତ୍ବରେ ନଜର ଆସିବେ। ଉଲ୍ଲେଖଯୋଗ୍ୟ ଯେ, ଟି୨୦ ବିଶ୍ବକପରେ ବିଜୟ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତି ମିଳିଥିବା ବେଳେ ତାଙ୍କ ସହିତ ଅଭିଷେକ ନାୟାର ସହକାରୀ କୋଚ, ରାୟାନ ଟେନ ଡୋଶ୍ଚାଟେ ବ୍ୟାଟିଂ କୋଚ ଓ ମର୍କେଲ ବୋଲିଂ କୋଚ ଭାବେ ନିଯୁକ୍ତି ପାଇଥିଲେ।

Advertisment

ବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପାଇଁ ନାୟାରଙ୍କୁ ଦାୟୀ କରାଯାଉଛି। ଗମ୍ଭୀରଙ୍କ ପରାମର୍ଶରେ ହିଁ ନାୟାରଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ବ୍ୟାଟରଙ୍କ ବିଫଳତା ପରେ ସୀତାଂଶୁ କୋଟାକଙ୍କୁ ନିଯୁକ୍ତ କରିଥିଲେ ଗମ୍ଭୀର। ତେବେ ନାୟାରଙ୍କ ବିଦା ହେବା ଏଯାଏ ସ୍ପଷ୍ଟ ହୋଇ ନାହିଁ। ନାୟାର ବିଦା ହେଲେ ତାଙ୍କୁ ପୁନର୍ବାର କୋଲକାତା ନାଇଟ ରାଇଡର୍ସ ସହ ଦେଖିବାକୁ ମିଳିବ। ଅନ୍ୟ ପକ୍ଷରେ ଟି ଦୀଲିପ ଆନ୍ଧ୍ରପ୍ରଦେଶ ରଣଜୀ ଦଳକୁ କୋଚିଂ ଦେବାର ସମ୍ଭାବନା ରହିଛି।

ଅଧିକ ପଢନ୍ତୁ:ଇଣ୍ଟରନେଟରେ ହୃଦୟ ଜିତିଲେ ଶ୍ରେୟସ ଆୟର, ଫ୍ୟାନଙ୍କ ସହିତ ନେଲେ ସେଲଫି

BCCI Gautam Gambhir
Advertisment
Advertisment