• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ଘରେ ବନାନ୍ତୁ ‘ପ୍ଲମ୍‌ କେକ୍’

ଖ୍ରୀଷ୍ଟମାସ ସେଲିବ୍ରେସନ ହେବ ପୁଣି କେକ୍ ତିଆରି ହେବନି । ଖ୍ରୀଷ୍ଟମାସ ଆସିଲେ ଘରେ ତିଆରି ହୋଇଥାଏ କେକ୍ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ସୁନ୍ଦର ଓ ସୁଆଦିଆ କେକ୍ ତିଆରି କରିବୁ । ଏହି କେକ୍ ର ନାଁ ହେଉଛି ‘ପ୍ଲମ୍‌ କେକ୍’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ପ୍ଲମ୍‌ କେକ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ମଇଦା, ଅନ୍‌ସଲ୍ଟେଡ୍‌ ବଟର, ଡ୍ରାଏଡ୍‌ ପ୍ଲମ୍‌, ଭ୍ୟାନିଲା ଏସେନ୍ସ, ବାଦାମ, ଅଖରୋଟ୍‌, ବ୍ରାଉନ୍‌ ସୁଗାର(ବାଦାମୀ ରଙ୍ଗର ଚିନି), ୧ କପ୍‌ କ୍ଷୀର, ଡାଲ୍‌ଚିନି ଗୁଣ୍ଡ, ଖାଇବା ସୋଡ଼ା ଓ ଅଣ୍ଡା।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଏକ ବଡ଼ ପାତ୍ରରେ ମଇଦା ଓ ଖାଇବା ସୋଡ଼ାକୁ ଚାଲୁଣିରେ ଛାଣି ଦିଅନ୍ତୁ।
  • ଏବେ ଆଉ ଏକ ପାତ୍ରରେ ଚିନି ଓ ବଟର ମିଶାନ୍ତୁ।
  • ଚିନି ସମ୍ପୂର୍ଣ୍ଣ ଭାବେ ମିଶିବା ଯାଏ ଏହାକୁ ଗୋଳାନ୍ତୁ।
  • ଏବେ ଏଥିରେ ଅଣ୍ଡାକୁ ଭାଙ୍ଗି ପକାଇ ଭଲ ଭାବେ ଫେଣ୍ଟନ୍ତୁ।
  • ଏବେ ଅଳ୍ପ ଅଳ୍ପ କରି ମଇଦାକୁ ଏହି ମିଶ୍ରଣରେ ପକାନ୍ତୁ।
  • ଧ୍ୟାନ ରଖନ୍ତୁ ଏହା ଯେପରି ଗୋଟା ଗୋଟା ନରହି ସଂପୂର୍ଣ୍ଣ ମିଶିଯିବା ଦରକାର।
  • ଭଲ ଭାବେ ମିଳାଇଗଲା ପରେ ଏଥିରେ ଡ୍ରାଏଡ୍ ପ୍ଲମ୍, କଟା ବାଦାମ, କଟା ଅଖରୋଟ୍‌, କ୍ଷୀର ଓ ଭ୍ୟାନିଲା ଏସେନ୍ସ ପକାଇ ଭଲ ଭାବେ ମିକ୍ସ କରନ୍ତୁ।
  • ଏହାପରେ ଡାଲଚିନି ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ ଓ ୧୦ ମିନିଟ୍‌ ଯାଏ ଛାଡ଼ି ଦିଅନ୍ତୁ।
  • ୧୦ ମିନିଟ୍‌ ପରେ ଏହି ମିଶ୍ରଣକୁ କେକ୍‌ ଛାଞ୍ଚରେ ଭଲଭାବେ ବଟର୍‌ ଲଗାଇ ଏହା ଉପରେ ଢାଳି ଓଭନ୍‌ରେ ୧୮୦ ଡିଗ୍ରୀରେ ଏକ ଘଣ୍ଟା ପର୍ଯ୍ୟନ୍ତ ରଖିଦିଅନ୍ତୁ।
  • ଏବେ କେକ୍‌ ସିଝିଲାଣି କି ନାହିଁ ଏଥିରେ ଛୁରୀ ପୂରାଇ ଚେକ୍‌ କରନ୍ତୁ।
  • ଯଦି କେକ୍‌ ବ୍ୟାଟର ଛୁରୀରେ ନ ଲାଗେ, ତେବେ ଜାଣିବେ ଏହା ଭଲ ଭାବେ ସିଝି ଯାଇଛି।
  • ଏବେ ଏହାକୁ ବାହାରକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ 'ପ୍ଲମ୍ କେକ୍'। ଏହି କେକ୍ ର ରେସିପିଟିକୁ ଘରେ ବନେଇ  ଖ୍ରୀଷ୍ଟମାସକୁ କରନ୍ତୁ ଖାସ୍ । ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

'Plum Cake' 'Plum Cake'