Advertisment

Daily Horoscope 2 April 2022 : ଜାଣନ୍ତୁ ଆଜିର ରାଶିଫଳ..

ଆଜି ୨୦୨୨ ମସିହା ଅପ୍ରେଲ ତା ୨ ରିଖ ଶନିବାର ମୀନ ୧୯ ଦିନ ଚୈତ୍ର ମାସ, ଶୁକ୍ଳପକ୍ଷ ପ୍ରତିପଦା ତିଥି, ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଦିନ ଘ ୧୧ଟା ୨୪ ମିନିଟ୍ ପର୍ଯ୍ୟନ୍ତ ଭୋଗ ହେବ । ତାପରେ ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର ଭୋଗ ହେବ ।

author-image
Otv Khabar Bureau
Daily Horoscope 25 March 2022

Daily Horoscope

ଆଜି ୨୦୨୨ ମସିହା ଅପ୍ରେଲ ତା ୨ ରିଖ ଶନିବାର ମୀନ ୧୯ ଦିନ ଚୈତ୍ର ମାସ, ଶୁକ୍ଳପକ୍ଷ ପ୍ରତିପଦା ତିଥି, ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଦିନ ଘ ୧୧ଟା ୨୪ ମିନିଟ୍ ପର୍ଯ୍ୟନ୍ତ ଭୋଗ ହେବ । ତାପରେ ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର ଭୋଗ ହେବ ।  

Advertisment

ଘାତ ବାର:- ବୃଷ, ସିଂହ ଓ କନ୍ୟା  ରାଶିର
ଘାତ ଚନ୍ଦ୍ର:- ଧନୁ  ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର ଦିବା୧୧ଟା ୨୪ମିନିଟ୍ ପରେ ମେଷ ରାଶିର ଘାତ ଚନ୍ଦ୍ର
ଆଜିର ନିଷେଧ ଖାଦ୍ୟ- ପାଣି କଖାରୁ ଓ ବୋଇତି କଖାରୁ

ଆଜି- ସୃଷ୍ଟିର ପ୍ରଥମ ଦିବସ, ତେଲୁଗୁ ନୂତନ ବର୍ଷ -୨୦୭୯ ସମ୍ବତ ପ୍ରବେଶ,ଦ୍ୱିତିୟା ଚନ୍ଦ୍ର ଦର୍ଶନ
ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ଆସନ୍ତୁ ଜାଣିବା ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...

Advertisment

ମେଷ:-
ଆଜି  ସାଧାରଣ କଥାକୁ ବଡ଼ କରି ନିକଟସ୍ଥ କେହି ଜଣେ ବ୍ୟକ୍ତି କଳହ ସୃଷ୍ଟି କରିପାରେ।
ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ। 
ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। 
ପ୍ରତିକାର:- ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ

ବୃଷ:-
ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ଆକୃଷ୍ଟ କରିବ।
ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି।
ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ।
ପ୍ରତିକାର:- ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

ମିଥୁନ:-
ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ । ବରଂ ଓଲଟି ନିନ୍ଦାଗାନ କରିବେ।
ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। 
ମାଲିମକଦ୍ଦମା,ଜମିଜମା ସମସ୍ୟା, ଦୂର ହୋଇଯିବ।
ପ୍ରତିକାର:- ନୃସିଂହ କବଚ ପାଠ କରନ୍ତୁ।

କର୍କଟ:-
ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ।  
ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଦେଖାଦେଇପାରେ।  
ପ୍ରତିକାର:- ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ।

ସିଂହ:-
ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରିବେ।
ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ।
ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ସନ ଲାଗି ରହିବ।
ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ପ୍ରତିକାର:- ଲାଲ୍ ଫୁଲ ଲାଲ ଚନ୍ଦନ ପ୍ରଭୁ ଗଣେଶଙ୍କୁ ଚଢାନ୍ତୁ।

କନ୍ୟା:-
ଆଜି ବନ୍ଧୁଙ୍କ ସହ ମନାନ୍ତର କାରଣରୁ ମନ ଭାରାକ୍ରାନ୍ତ ରହିବ।
କୌଣସି କାମରେ ମନ ଲାଗିବ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ।
ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ। 

ପ୍ରତିକାର:- ପ୍ରବେଶ ଦ୍ୱାରରେର ଡାହାଣ ପଟେ ପୂର୍ଣ୍ଣ କୁମ୍ଭଟିଏ ସ୍ଥାପନ କରି ତାକୁ ଦର୍ଶନ କରନ୍ତୁ।

ତୁଳା:-
ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅସମ୍ଭବ କାର୍ଯ୍ୟକୁ ତ୍ୱରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ।
ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ। 
ବିଳାସବ୍ୟସନ ଦ୍ରବ୍ୟକ୍ରୟ କରିବେ ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ।
ପ୍ରତିକାର:- ଅରୁଆ ଚାଉଳ କଳାବିରି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।

ବିଛା:-
ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ।
ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କିଛିଟା ସାମୟିକ ସମସ୍ୟା ଦେଖାଦେଇପାରେ।
କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।
ପ୍ରତିକାର:- ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ ପ୍ରଭୁଙ୍କୁ ଦର୍ଶନ କରି ଯାତ୍ରା କରନ୍ତୁ।

ଧନୁ:-
ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ଦେଖାଦେବ।
ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ।
ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।
ପ୍ରତିକାର:- ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।

ମକର:-
ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବ।
ଯେକୌଣସି କାମ କରିବେ, ସେଥିରେ ସଫଳତା ମିଳିବ। 
ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ପ୍ରତିକାର:- ଶିବ ଦର୍ଶନ କରିବା ସହିତ ସାତଟି ତ୍ରିଶାଖା ବେଲ ପତ୍ର ମହା ମୃତ୍ୟୁଞ୍ଜୟ ମନ୍ତ୍ରରେ ଶିବଲିଙ୍ଗ ଉପରେ ଚଢାନ୍ତୁ।

କୁମ୍ଭ:-
ଆଜି ଅର୍ଥ, ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିବ। 
ବିଳାସବ୍ୟସନରେ ଦିନଟି କାଟିବେ,ବହୁ ଦିନର ବକେୟା ପ୍ରାପ୍ୟ ମିଳିବ। 
ମାଙ୍ଗଳିକ କାମରେ ଯୋଗଦାନ କରିବେ।
ପ୍ରତିକାର:- କଞ୍ଚା କ୍ଷୀରରେ କଳାରାଶି ମିଶାଇ ଅଶ୍ବତ୍ଥ ବୃକ୍ଷ ମୂଳରେ ଢାଳନ୍ତୁ।

ମୀନ:-
ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ। 
କର୍ମ କ୍ଷେତ୍ରରେ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।
ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହେବେ।
ପ୍ରତିକାର:- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ

Daily Horoscope
Advertisment
Advertisment