ମାର୍ଚ୍ଚ ୧ ତାରିଖରେ ସୌରଜଗତ ଦୁଇଟି ଉଜ୍ଜ୍ୱଳତମ ଗ୍ରହ ବୃହସ୍ପତି ଓ ଶୁକ୍ର ଅତି ନିକଟତର ହେବେ। ପଶ୍ଚିମ ଆକାଶରେ ଏମାନେ ଅତି ପାଖାପାଖି ଦେଖାଯିବେ। ସେମନଙ୍କ ମଧ୍ୟରେ
ବ୍ୟବଧାନ ମାତ୍ର ଦଶମିକ ୫ ଡିଗ୍ରୀ ରହିବ।
ଏହା ଏକ ବିରଳ ଜାଗତିକ ଦୃଶ୍ୟ, ଯାହାକି ୨ରୁ ୩ ବର୍ଷ ମଧ୍ୟରେ ଥରେ ଘଟିଥାଏ। ବୃହସ୍ପତି ଓ ଶୁକ୍ର କ୍ରମେ ନିକଟତର ହେଉଥିବା ଦେଖାଦେଇଥିଲା। ଫେବୃଆରୀ ୧ରେ ଏମାନେ ୨୯ ଡିଗ୍ରୀ ଦୂରରେ ରହିଥିଲେ। ଏବେ ଦୁଇଟି ଗ୍ରହ ମଧ୍ୟରେ ବ୍ୟବଧାନ ପ୍ରାୟ ୫ରୁ ୬ ଡିଗ୍ରୀ ଭିତରେ ରହିଛି।
There’s a meetup happening in the western sky: the crescent Moon sits close to Jupiter, with Venus below them. Jupiter and Venus will continue to cozy up until March 1, when they’ll be at their closest.
— NASA (@NASA) February 24, 2023
Have you spotted these three in the sky? Snap a picture and send it to us! pic.twitter.com/8W1iihFz3w
ବର୍ତ୍ତମାନ ପଶ୍ଚିମ ଆକାଶରେ ଦୁଇଟି ଗ୍ରହ ଦେଖାଯାଉଛି। ଧୀରେ ଧୀରେ ବୃହସ୍ପତି ଗ୍ରହ ତଳକୁ ଏବଂ ଶୁକ୍ର ଗ୍ରହ ଉପରକୁ ଗତି କରୁଛି। ମାର୍ଚ୍ଚ ୧’ରେ ଦୁଇଟି ଯାକ ଗ୍ରହ ଅତି ପାଖାପାଖି ହୋଇଯିବେ। ଓଡିଶାରେ ଏହି ଜାଗତିକ ଦୃଶ୍ୟ ଦେଖାଯିବ। ସୂର୍ଯ୍ୟାସ୍ତ ପରେ ପ୍ରାୟ ୧ ଘଣ୍ଟା ଖାଲି ଆଖିରେ ଏହାକୁ ଦେଖିପାରିବେ।