Advertisment

ପୃଥିବୀ ପ୍ରତି ମାଡ଼ି ଆସିବ କି ବଡ଼ ବିପଦ ?

କାହିଁକି ଭାଙ୍ଗିଲା ସୂର୍ଯ୍ୟଙ୍କର ଏତେ ବଡ଼ ଅଂଶ ?

author-image
Chandan Shishu
Huge chunk of Sun’s surface breaks-off

Huge chunk of Sun’s surface breaks-off

ସୂର୍ଯ୍ୟରୁ ଭାଙ୍ଗି ଅଲଗା ହେଲା ବିରାଟ ଅଂଶ। ପୃଥିବୀ ପ୍ରତି ଆସିବ କି ବଡ଼ ବିପଦ ? ସୂର୍ଯ୍ୟର ବିରାଟ ଅଂଶ ଭାଙ୍ଗି ଅଲଗା ହେଉଥିବାର ଦୃଶ୍ୟ କଏଦ ହୋଇଛି ନାସାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପରେ। ଏବେ ଏହି ଅଂଶ ଉତ୍ତପ୍ତ ସୌରଝଡରେ ପରିଣତ ହୋଇ ସୂର୍ଯ୍ୟ ଚାରିପଟେ ତୀବ୍ର ଗତିରେ ଘୂରି ବୁଲୁଛି।ଅନ୍ତରୀକ୍ଷ ବୈଜ୍ଞାନିକ ଡକ୍ଟର ତମିଥା ସ୍କୋଭ୍ ଟ୍ବିଟ୍ କରି ସେହି ଦୃଶ୍ୟର କିଛି ଝଲକ ସେୟାର କରିଛନ୍ତି। ଆଉ ଜଣେ ବୈଜ୍ଞାନିକ ଏରିକା ପାଲ୍ ମେରିଓ ମଧ୍ୟ ଟ୍ବିଟ୍ ଜରିଆରେ ଏନେଇ ତଥ୍ୟ ଦେଇଛନ୍ତି।

Advertisment

ମହାକାଶ ବୈଜ୍ଞାନିକଙ୍କ ଏଭଳି ସୂଚନା ପରେ ବଢିଛି ଚିନ୍ତା। ବିଶେଷ କରି ପୃଥିବୀ ପ୍ରତି ସୂର୍ଯ୍ୟଙ୍କର ଉତ୍ତପ୍ତ ଅଂଶ ବିପଦ ସୃଷ୍ଟି କରିବା ନେଇ ଆଶଙ୍କା କରାଯାଉଛି। ପୃଥିବୀର ପାଣିପାଗ ସହ ଟେଲି ଯୋଗାଯୋଗ ଉପରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି।

କାହିଁକି ଭାଙ୍ଗିଲା ସୂର୍ଯ୍ୟଙ୍କର ଏତେ ବଡ଼ ଅଂଶ ? ପୃଥିବୀ ଉପରେ କ'ଣ ରହିବ ଏହାର ପ୍ରଭାବ ? ଏ ନେଇ କିଛି ବି ସ୍ପଷ୍ଟ ହୋଇନଥିବା ବେଳେ ଆରମ୍ଭ ହୋଇଛି ନାନା କଳ୍ପନାଜଳ୍ପନା। ମହାକାଶ ବୈଜ୍ଞାନିକ ବି ଲାଗିପଡିଛନ୍ତି ଏହାର କାରଣ ଖୋଜିବାରେ। ଆମେରିକାର ନ୍ୟାସନାଲ ସେଂଟର ଫର୍ ଆଟମୋସଫେରିକ୍ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ, ସୂର୍ଯ୍ୟ ଏକ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡ। ସେଠି ଅନବରତ ଆଣବିକ ପ୍ରକ୍ରିୟା ଚାଲିଛି। ସୂର୍ଯ୍ୟଙ୍କ ଠାରେ ଏଭଳି ପ୍ରକ୍ରିୟା ସ୍ବାଭାବିକ। ପ୍ରତି ସୌରଚକ୍ରରେ ଏଭଳି ଘଟଣା ଦେଖାଯାଇଥାଏ। ତେବେ ଏଥର ଏହା ବଡ ଆକାରରେ ହୋଇଥିବାରୁ ବୈଜ୍ଞାନିକଙ୍କ ଚିନ୍ତା ବଢିଛି। ବିଶ୍ବର ଅନ୍ତରୀକ୍ଷ ବୈଜ୍ଞାନିକ ଏହି ଘଟଣାର ସ୍ପଷ୍ଟ ଚିତ୍ର ଏବଂ ଅଧିକ ତଥ୍ୟ ପାଇବାକୁ ଲାଗିପଡ଼ିଛନ୍ତି।

Advertisment

(ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ସହ ଭୁବନେଶ୍ବରରୁ ନିରଂଜନ ରେଡ୍ଡୀଙ୍କ ରିପୋର୍ଟ)

Advertisment
Advertisment