Advertisment

ପୃଥିବୀ ସହ ଧକ୍କା ହେବ କି ବିଶାଳକାୟ ପଥର ? ଆକାର ଜାଣିଲେ ଆପଣ ବି ଚିନ୍ତାରେ ପଡ଼ିଯିବେ...

ଆମେରିକା ମହାକାଶ ଏଜେନ୍ସି ନାସା ଦୀର୍ଘ ଦିନ ଧରି ଏକ ବିଶାଳକାୟ ପଥର(ଆଷ୍ଟ୍ରଏଡ୍‌)କୁ ଟ୍ରାକ୍‌ କରୁଛି। ଏବେ ଜଣାପଡ଼ିଛି ଯେ, ଏହି ପଥର ପୃଥିବୀର କକ୍ଷପଥରେ ପ୍ରବେଶ କରିପାରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kilometer-Wide Asteroid To Hit Earth's Atmosphere

A Big Size Asteroid May Crash In Earth Orbit In Next Week

ମହାକାଶରେ ଏମିତି ଅନେକ ଘଟଣା ଘଟିଥାଏ, ଯାହା ମଣିଷକୁ ଚକିତ କରିଥାଏ। ହେଲେ ବୈଜ୍ଞାନିକମାନେ ସମସ୍ତ ଘଟଣାକୁ ନେଇ ଚିନ୍ତା ପ୍ରକଟ କରନ୍ତି ନାହିଁ। କାରଣ ସେମାନଙ୍କୁ ଜଣାଥାଏ କେଉଁସବୁ ଘଟଣା ପୃଥିବୀବାସୀଙ୍କ ପାଇଁ ବିପଦ ଓ କେଉଁଟା ନୁହେଁ। ହେଲେ ବୈଜ୍ଞାନିକମାନେ ଏକ ବିଶାଳକାୟ ପଥର/ଆଷ୍ଟ୍ରଏଡ୍‌କୁ ନେଇ ଏମିତି କିଛି ଘୋଷଣା କରିଛନ୍ତି, ଯାହାକୁ ନେଇ ସମସ୍ତେ ଚିନ୍ତିତ। ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ, ଏହା ଘଟିବ ନା ନାହିଁ।

Advertisment

ଅଧିକ ପଢ଼ନ୍ତୁ: ନାସାକୁ ମିଳିଲା ଦ୍ୱିତୀୟ ପୃଥିବୀ; ଅମ୍ଳଜାନ ସହ ଗଚ୍ଛିତ ରହିଛି ଜଳ...!

ଡେଲି ଷ୍ଟାର ନ୍ୟୁଜ୍ ୱେବ୍‌ସାଇଟ ରିପୋର୍ଟ ଅନୁସାରେ, ଆମେରିକା ମହାକାଶ ଏଜେନ୍ସି ନାସା(NASA) ଦୀର୍ଘ ଦିନ ଧରି ଏକ ବିଶାଳକାୟ ପଥର(ଆଷ୍ଟ୍ରଏଡ୍‌)କୁ ଟ୍ରାକ୍‌ କରୁଛି। ଏବେ ଜଣାପଡ଼ିଛି ଯେ, ଏହି ପଥର ପୃଥିବୀର କକ୍ଷପଥରେ ପ୍ରବେଶ କରିପାରେ। ଏପରିକି ଏହା ପୃଥିବୀର ଅତି ନିକଟତର ହୋଇ ଏହାସହ ଧକ୍କା ମଧ୍ୟ ହୋଇପାରେ। ଏହି ବିଶାଳକାୟ ଆଷ୍ଟ୍ରଏଡ୍‌ର ନାଁ 199145 (2005 YY128) ରଖାଯାଇଛି। ଏହି ଆଷ୍ଟ୍ରଏଡ୍‌ର ଚଉଡ଼ା ପାଖାପାଖି ୧ କି.ମି.। ବୈଜ୍ଞାନିକଙ୍କ କହିବା ଅନୁସାରେ, ଆସନ୍ତା ସପ୍ତାହ ସୁଦ୍ଧା ଏହି ଆଷ୍ଟ୍ରଏଡ୍‌ ପୃଥିବୀ କକ୍ଷପଥରେ ଧକ୍କା ହୋଇପାରେ।

Advertisment

ପୃଥିବୀ ନିକଟତର ଦେଇ ଗତି କରିବ ଆଷ୍ଟ୍ରଏଡ୍‌...

ଏହି ଆଷ୍ଟ୍ରଏଡ୍‌ ୧୮୭୦ରୁ ୪୨୬୫ ଫୁଟ୍‌ ପର୍ଯ୍ୟନ୍ତ ବଡ଼ ବୋଲି କୁହାଯାଉଛି। NASAର ପୂର୍ବାନୁମାନ ଅନୁସାରେ, ଫେବୃଆରୀ ୧୬ ପର୍ଯ୍ୟନ୍ତ ଏହି ପଥର କିମ୍ବା ଆଷ୍ଟ୍ରଏଡ୍‌ ୪୫ ଲକ୍ଷ କି.ମି. ଦୂରରେ ପହଞ୍ଚି ଯାଇପାରେ। ହେଲେ ଏହା ପୃଥିବୀ କକ୍ଷପଥରେ ଧକ୍କା ହେବ କି ନାହିଁ ? ଏହାର ପ୍ରଭାବ ପୃଥିବୀ ଉପରେ ପଡ଼ିବ କି ନାହିଁ, ଏସବୁ ସ୍ପଷ୍ଟ ଭାବେ ଜଣାପଡ଼ିନି। ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ନାସା ପକ୍ଷରୁ କୁହାଯାଇଛି।

କିଛି ଦିନ ପୂର୍ବେ ଅତିକ୍ରମ କରିଥିଲା ଏକ ଆଷ୍ଟ୍ରଏଡ୍‌...

ସୂଚନାଥାଉ କି, ଅନ୍ୟ ଏକ ଆଷ୍ଟ୍ରଏଡ୍‌ କିଛିଦିନ ପୂର୍ବେ ପୃଥିବୀ ନିକଟ ଦେଇ ଅତିକ୍ରମ କରିଥିଲା। ରିପୋର୍ଟ ଅନୁସାରେ, 2023 BU କୁ ଜାନୁଆରୀ ୨୧ରେ ଠାବ କରାଯାଇଥିଲା। ଏହା ଜାନୁଆରୀ ୨୭ରେ ଦକ୍ଷିଣ ଆମେରିକା ମହାକାଶରେ ରାତି ସାଢ଼େ ୧୨ଟାରେ ଅତିକ୍ରମ କରିଥିଲା। ହେଲେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା। କାରଣ ଏହି ଆଷ୍ଟ୍ରଏଡ୍‌ର ଆକାର ୧୧ ଫୁଟରୁ ୨୮ ଫୁଟ୍‌ ପର୍ଯ୍ୟନ୍ତ ଥିଲା। ୮୨ ଫୁଟ୍‌ରୁ ଛୋଟ ଆଷ୍ଟ୍ରଏଡ୍‌ ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ହିଁ ଜଳି ଯାଇଥିଲା। 

NASA Asteroid Earth
Advertisment
Advertisment