• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଳାକାର ବୋଲି ପରିଣତ ବୟସରେ ଦେବାକୁ ପଡ଼ୁଛି ପ୍ରମାଣ । କଳାକାରଙ୍କ ଭିତରେ ହେଉଛି ପ୍ରତିଯୋଗିତା । ସବୁ ଜିଲ୍ଲାର ସବୁ ବ୍ଲକରେ ପ୍ରତିଯୋଗିତା ଚାଲିଛି । ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ଯୋଜନାରେ ମାସିକ ୧୨ ଶହ ଟଙ୍କା ପାଇବା ପାଇଁ ରାଜ୍ୟରେ ମୋଟ୍ ୫୦ ହଜାର କଳାକାର ଏହି ଭତ୍ତା ପାଇବାକୁ ଥିବା ବେଳେ ଚୟନ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନେକ କଳାକାର । ତେବେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, କଳାକାର ପାଇଁ ପ୍ରତିଭା ଦେଖାଇବାକୁ ବୟସ ବାଧକ ନୁହେଁ ।

କେନ୍ଦ୍ରାପଡ଼ା ଗରଦପୁର ବ୍ଲକରେ ବି ଏଭଳି ପ୍ରତିଯୋଗିତା ହୋଇଛି । ଜୀବନବ୍ୟାପୀ କଳା ସାଧନା କରିଥିବା ପରିଣତ ବୟସ୍କ କଳାକାରମାନଙ୍କୁ ଆଜି ମାତ୍ର ୧୨ଶହ ଟଙ୍କା ଭତ୍ତା ପାଇଁ ପ୍ରତିଭାର ପ୍ରମାଣ ଦେବାକୁ ପଡ଼ୁଛି, ପରୀକ୍ଷାର ସାମ୍ନା କରିବାକୁ ପଡ଼ୁଛି । କିଏ ତୁରୀ ବଜାଇଛି, କିଏ ମୃଦଙ୍ଗ , ତ ଆଉ କିଏ ହାରମୋନିୟମ ଆଉ କିଏ ଗାଇଛି ଶାସ୍ତ୍ରୀୟ ସଂଗୀତ ।

ଖାଲି କେନ୍ଦ୍ରାପଡ଼ା କାହିଁକି? ବାଲେଶ୍ୱର, ମୟୂରଭଞ୍ଜ ସମେତ ରାଜ୍ୟର ସବୁ ଜିଲ୍ଲାରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ଲାଗି ଚାଲିଛି ହିତାଧିକାରୀ ଚୟନ । ତେବେ ସାରା ଜୀବନ ନିଜ କଳାକୁ ନେଇ ଯେଉଁମାନେ ଗର୍ବ କରି ଆସିଛନ୍ତି, ପ୍ରଶଂସା ଓ ସମ୍ମାନ ସାଉଁଟିଛନ୍ତି, ସେମାନେ ଏଭଳି ହିତାଧିକାରୀ ଚୟନ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

୨୦୧୮ରେ କଳାକାର ଭତ୍ତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ହିତାଧିକାରୀଙ୍କ ପାଇଁ ସର୍ବନିମ୍ନ ବୟସ ସୀମା ପୁରୁଷଙ୍କ ପାଇଁ ୫୦ ବର୍ଷ ଓ ମହିଳାଙ୍କ ପାଇଁ ୪୦ ବର୍ଷ । ସାରା ରାଜ୍ୟରେ ୫୦ ହଜାର କଳାକାର ଏହି ସହାୟତା ପାଇବେ । ୩୫ ହଜାର ଏଥିଲାଗି ପୂର୍ବରୁ ତାଲିକାଭୁକ୍ତ ହୋଇସାରିଛନ୍ତି । ହଜାର ହଜାର ଆଶାୟୀଙ୍କ ଭିତରୁ ବାକି ୧୫ ହଜାର କଳାକାରଙ୍କୁ ବାଛିବା ପାଇଁ, ଏଭଳି ଚୟନ ପ୍ରକ୍ରିୟା ଜାରି ରଖିଛନ୍ତି । ସରକାର ସଂସ୍କୃତି ମନ୍ତ୍ରୀଙ୍କ କହିବା ଅନୁସାରେ, ଯିଏ କଳାକାର ତାଙ୍କର କଳା ପ୍ରଦର୍ଶନ ଲାଗି ବୟସ ବାଧକ ସାଜିବନି । ସେ ପ୍ରତିଭା ସବୁଠି ସବୁବେଳେ ଦେଖାଇ ପାରିବେ ।