ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ବୃଦ୍ଧି ପାଉଥିବା ବେଳେ ଭାରତର ଏୟାର ଷ୍ଟ୍ରାଇକ ଯୋଗୁଁ ଭୟଭୀତ ଅବସ୍ଥାରେ ଅଛନ୍ତି ପାକିସ୍ତାନର ଲୋକେ । ଚାରିଆଡେ ଆତଙ୍କ ଖେଳୁଥିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ଶୁଭିଛି ପାକିସ୍ତାନର ଲାହୋରରେ । ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଖବର ମୁତାବକ, ଗୁରୁବାର ସକାଳେ ଏହି ବିସ୍ଫୋରଣ ଶୁଣିବାକୁ ମିଳିଛି । ଏହା ପରେ ସାଇରନ ବାଜିଥିଲା ଏବଂ ଲୋକମାନେ ଘରୁ ବାହାରକୁ ପଳାଇଥିଲେ ।
ୱାଲଟନ ବିମାନବନ୍ଦର ନିକଟ ଗୋପାଳ ନଗର ଓ ନଶିରାବାଦରେ ଏହି ବିସ୍ଫୋରଣ ଶୁଣାଯାଇଥିଲା । ଯାହା ପରେ କରାଚୀ, ଲାହୋର ଏବଂ ସିଆଲକୋଟରେ ଅସ୍ଥାୟୀ ଭାବେ ବିମାନ ସେବା ବନ୍ଦ କରାଯାଇଛି ।ପାକିସ୍ତାନର ଏୟାରସ୍ପେସ୍ ସମ୍ପୂର୍ଣ୍ଣ ବନ୍ଦ ରହିଛି । କିନ୍ତୁ ଏହି ବିସ୍ଫୋରଣ କାରଣ ଅସ୍ପଷ୍ଟ ରହିଛି ।
Also Read
ଅଧିକ ପଢ଼ନ୍ତୁ: ଚୀନ ଶରଣରେ ପଶିଥିଲା ପାକିସ୍ତାନ; ଧୋକାଦେଲା ଡୁପ୍ଲିକେଟ୍ ଚାଇନା ମାଲ୍
ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତ । ଗତ କାଲି ରାତି ୧ଟା ସୁଦ୍ଧା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତ । ଭାରତୀୟ ସେନା ପକ୍ଷରୁ ଦୃଢ ଜବାବ ମିଳିଥିଲା ପାକିସ୍ତାନକୁ ।
‘ଅପରେସନ ସିନ୍ଦୂର’ କରାଯାଇ ୨୬ ଜଣ ଭାରତୀୟଙ୍କ ମୃତ୍ୟୁର ପ୍ରତିଶୋଧ ନେଇଥିଲା ଭାରତ । ଏ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ, ‘‘ଭାରତ ତାର କାର୍ଯ୍ୟକଳାପରେ କେନ୍ଦ୍ରୀଭୂତ ଅଛି । ପାକିସ୍ତାନର ସଶସ୍ତ୍ର ବାହିନୀ ଉପରେ ଟାର୍ଗେଟ କରାଯାଇନାହିଁ କିମ୍ବା ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରାଯିବନାହିଁ । ଭାରତ ତାର ଲକ୍ଷ୍ୟ ପୂରଣ ଦିଗରେ ସଂଯମତା ରକ୍ଷା କରିଛି ।’’
ସେପଟେ ଉତେଜନା ଆଗକୁ ଆହୁରି ବୃଦ୍ଧି ଡପାଇବା ସମ୍ଭାବନା ଥିବାରୁ୨୭ ବିମାନବନ୍ଦର ବନ୍ଦ କରିବା ସହିତ୪୩୦ ବିମାନ ଉଡାଣ ବାତିଲ କରିଛ ଭାରତ । ଉତର, ପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ବିମାନବନ୍ଦର ବନ୍ଦ ରହିଛି ।
ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍, ମିସାଇଲ୍ ମାଡ଼ରେ ଛାରଖାର୍ ଆତଙ୍କୀ ଆଡ୍ଡା