Advertisment

Indian Airports Suspended: ବିପଦରେ ଭାରତର ଏହି ସବୁ ବିମାନବନ୍ଦର; ୨୭ ଏୟାରପୋର୍ଟ ବନ୍ଦ, ୪୩୦ ଫ୍ଲାଇଟ୍ ବାତିଲ

ଭାରତର ୨୭ ଏୟାରପୋର୍ଟ ବିପଦରେ । ଏଥିପାଇଁ ଏୟାରପୋର୍ଟକୁ ବନ୍ଦ କରି ଦିଆଯାଇଛି। ଏଥିସହ ୪୩୦ ଫ୍ଲାଇଟ୍ ବାତିଲ କରାଯାଇଛି ।

author-image
Tapaswini Nayak
ଅଦ୍ୟତନ ହୋଇଛି
airport

airport

ଏୟାରଷ୍ଟ୍ରାଇକ ପରେ ଭାରତର ୨୭ ବିମାନ ବନ୍ଦର  ବିପଦରେ । ଏଥିପାଇଁ ଏୟାରପୋର୍ଟକୁ ବନ୍ଦ କରି ଦିଆଯାଇଛି। ଏଥିସହ ୪୩୦ ଫ୍ଲାଇଟକୁ ବାତିଲ କରାଯାଇଛି । ମେ’ ୧୦ ତାରିଖ ଯାଏଁ ଉତ୍ତର ଓ ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ବିମାନବନ୍ଦର ବନ୍ଦ କରିଦିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଏହି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର।

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍‌, ମିସାଇଲ୍ ମାଡ଼ରେ ଛାରଖାର୍‌ ଆତଙ୍କୀ ଆଡ୍ଡା

ଶ୍ରୀନଗର, ଜମ୍ମୁ, ଲେହ, ଚଣ୍ଡିଗଡ଼, ଅମୃତସର ବିମାନବନ୍ଦର ବନ୍ଦ ରହିଛି । ସେହିପରି ଲୁଧିଆନା, ପଟିଆଲା, ବଥିଣ୍ଡା, ହଲୱାରା, ପଠାନକୋଟ, ଧର୍ମଶାଳା, ସିମଲା, ଜୈସେଲମେର୍ , ଯୋଦ୍ଧପୁର, ଜାମନଗର, ରାଜକୋଟ, ପୋରବନ୍ଦର, କାଣ୍ଡଲା ଓ ଗ୍ୱାଲିଅର ସମେତ ୨୭  ବିମାନବନ୍ଦରକୁ ବନ୍ଦ କରାଯାଇଛି ।

Advertisment

ସୂଚନାଯୋଗ୍ୟ, ଭାରତର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନର ନିଦ ହଜିଯାଇଛି।  LoCରେ ଗତକାଲିଠୁ କରି ଚାଲିଛି ଗୁଳିବର୍ଷଣ।    ଏୟାର ଷ୍ଟ୍ରାଇକ ପରେ ସୀମାନ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୀମାନ୍ତ ରାଜ୍ୟଗୁଡ଼ିକ ଜରୁରୀ ସାମଗ୍ରୀ ମହଜୁଦ୍ ରଖିବାକୁ କେନ୍ଦ୍ର ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।  

ସେହିଭଳି କୌଣସି ଭାରତ ବିରୋଧୀ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଉପରେ ମଧ୍ୟ ନିଘା ରଖିବା ସହ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି SDRF, ସିଭିଲ ଡିଫେନ୍ସ, ହୋମଗାର୍ଡ ଏବଂ ଏନସିସିକୁ ନିର୍ଦ୍ଦେଶ ଦେଇଛନ୍ତି ଶାହ। 

ଅଧିକ ପଢ଼ନ୍ତୁ:: 'ଅପରେସନ ସିନ୍ଦୂର' ସଫଳ: ପାକିସ୍ତାନରେ ପଶି ହମ୍‌ଲା ପରେ ବିଶ୍ୱକୁ ଜଣାଇଲା ଭାରତ

Airstrike India Pakistan War Operation Sindoor
Advertisment
Advertisment