Advertisment

Naxal Attack in Telangana: ବିସ୍ଫୋରଣରେ ୩ ଯବାନ ସହିଦ

ଛତିଶଗଡ ଓ ତେଲେଙ୍ଗାନା ସୀମାରେ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ଆଇଇଡି ବିସ୍ଫୋରଣ କରିଛନ୍ତି ନକ୍ସଲ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
IED blast

IED blast

ଛତିଶଗଡ ଓ ତେଲେଙ୍ଗାନା ସୀମାରେ ନକ୍ସଲ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ସୁରକ୍ଷାକର୍ମୀଙ୍କ ଗାଡିକୁ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ୩ ସେନା ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଏନେଇ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ମିଳିନାହିଁ । 

Advertisment

ଅଧିକ ପଢ଼ନ୍ତୁ: ଚୀନ ଶରଣରେ ପଶିଥିଲା ପାକିସ୍ତାନ; ଧୋକାଦେଲା ଡୁପ୍ଲିକେଟ୍ ଚାଇନା ମାଲ୍

ତେଲେଙ୍ଗାନା ପୋଲିସର ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ, ମୁଲୁଗୁ ଜିଲ୍ଲାର ବଜିଦୁ-ପେରୁର ଥାନା ଅନ୍ତର୍ଗତ ଜଙ୍ଗଲରେ ନିୟମିତ ଅଭ୍ୟାସ କରୁଥିଲେ ଯବାନ । ସେହି ସମୟରେ ବୀରଭଦ୍ରବରମ୍ ଓ ତଡାପାଲା ପାହାଡିଆ ଅଂଚଳରେ ଆକ୍ରମଣ କରିଥିଲେ ନକ୍ସଲ । ସୂଚନା ମୁତାବକ, ଏହି ଅଂଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସର୍ଚ୍ଚ ଅପରେସନ ଚାଲିଛି । 

Advertisment
Army Jawans Indian Soldiers Martyred Ied Blast In Sukma
Advertisment
Advertisment