Advertisment

ଭୋର୍ ୩.୩୦ରୁ ସନ୍ଧ୍ୟା ୫ଟା କିପରି ଥିଲା ଗାନ୍ଧୀଙ୍କ ଶେଷ ଦିନ

ସବୁଦିନ ଭଳି ସେଦିନ ବି ଗାନ୍ଧିଜୀ ଭୋରୁଥିଲେ। ମୃତ୍ୟୁଜନିତ ଅନେକ ସଂକେତ ବି ଦେଇଥିଲେ। ବଲ୍ଲଭଭାଇ ପଟେଲଙ୍କ ସହ ଅନେକ ଆଲୋଚନା ବି କରିଥିଲେ। ଅନେକଙ୍କୁ ଚିଠିର ଜବାବ ବି ଦେଇଥିଲେ।

author-image
Pramod Behera
How was the last day of gandhiji life

How was the last day of gandhiji life

ମହାତ୍ମା ଗାନ୍ଧୀଙ୍କ ଜୀବନର ଶେଷ ଦିନ ସାଧାରଣ ଭାବେ ଆରମ୍ଭ ହୋଇଥିଲା। ସେ ସବୁଦିନ ଭଳି ସେଦିନ ମଧ୍ୟ ଭୋରୁ ଉଠିଥିଲେ। ସେଦିନ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା। ତାଙ୍କର କାଶ ହେଉଥିଲା। ତଥାପି ସେ ବହୁତ କାମ କରିଥିଲେ। ସର୍ଦ୍ଦାର ଭଲଭଭାଇ ପଟେଲଙ୍କ ସହ ତାଙ୍କର ଗମ୍ଭୀର ପରାମର୍ଶ ମଧ୍ୟ ହୋଇଥିଲା। ତେବେ ଆସନ୍ତୁ ଜାଣିବା ସେଦିନ ଗାନ୍ଦୀଙ୍କ ଦିନ କିପରି ଥିଲା।

Advertisment

ଭୋର୍ ୩.୩୦:

ସବୁଦିନ ଭଳି ସେଦିନ ବି ଗାନ୍ଧିଜୀ ଭୋର୍ ୩.୩୦ରେ ଉଠିଥିଲେ। ଦିଲ୍ଲୀର ତୁଷାରପାତ ଏତେ ଭୟଙ୍କର ଯେ ଲୋକେ ସକାଳ ନା ଶୁଣିଲେ ଥରନ୍ତି। କିନ୍ତୁ ଗାନ୍ଧିଜୀଙ୍କ ଉଠିବା ସମୟ ଏହା ହିଁ ଥିଲା। ଏଥିରେ କେବେ ବି ଏପଟ ସେପଟ ହୋଇ ନଥିଲା।

ଭୋର ୩.୩୦ରୁ ୮ଟା:

ସେଦିନ ଯେତେବେଳେ ମନୁବେନ୍ କିଛି ସମୟ ଡେରି ଯାଏ ଶୋଇଗଲେ, ସେତେବେଳେ ସେ ତାଙ୍କ ଉପରେ ରାଗିଗଲେ। ଅସନ୍ତୋଷରେ କହିଲେ, ଭଗବାନ ନ କରନ୍ତୁ ଏସବୁ ଦେଖିବା ପାଇଁ ମୋତେ ଅଧିକ ଦିନ ଆଉ ବଞ୍ଚିବାକୁ ପଡୁ। ସେଦିନ ସେ ଅନେକ ଅଜାଣତ ଭୟର ଶିକାର ହୋଇଥିଲେ। ଯେତେବେଳେ ମନୁବେନ୍ ତାଙ୍କୁ କେଉଁ ପ୍ରାର୍ଥନା କରିବେ ବୋଲି ପଚାରିଲେ, ଗାନ୍ଧୀ ସେହି ଗୁଜରାଟୀ ପ୍ରାର୍ଥନା କରିବାକୁ କହିଥିଲେ। ଏହା ତାଙ୍କ ଆତ୍ମାର ଅସ୍ଥିରତା ଏବଂ ଚିନ୍ତା ବ୍ୟକ୍ତ କରୁଥିଲା। ଗାନ୍ଧିଜୀ କ୍ରମାଗତ ଭାବରେ କାଶୁଥିଲେ। ଯେତେବେଳେ ମନୁବେନ୍ ତାଙ୍କୁ ପେନ୍‌ସିଲିନ୍ ନେବାକୁ କହିଲେ, ସେ ପୁନର୍ବାର ମୃତ୍ୟୁ ବିଷୟରେ କହିବା ଆରମ୍ଭ କଲେ।

Advertisment

ଦିନ ୧୦.୩୦:

ସାଢେ ଦଶଟା ପରେ ଗାନ୍ଧୀ ତାଙ୍କ ସଚିବଙ୍କୁ କହିଲେ- “ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆଣ, ମୁଁ ଆଜି ସେମାନଙ୍କୁ ଉତ୍ତର ଦେବି, କିଏ ଜାଣେ କାଲିକୁ ମୁଁ ବଞ୍ଚିଥିବି କି ନାହିଁ।” ଏହାର କିଛି ଘଣ୍ଟା ଭିତରେ ଚତୁର୍ଥ କିମ୍ବା ପଞ୍ଚମ ଥର ପାଇଁ ଗାନ୍ଧୀଜୀ ମୃତ୍ୟୁ ଆଡକୁ ଇସାରା କରୁଥିଲେ।

ପରବର୍ତ୍ତୀ ତିନି ଘଣ୍ଟା:

ମଗେଇଥିବା ସେହିସବୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରଗୁଡିକ ଉପରେ ନଜର ପକଉଥିଲେ। ସଚିବଙ୍କ ଦ୍ୱାରା ସମସ୍ତ ଚିଠିର ଉତ୍ତର ଲେଖୁଥିଲେ। ଠିକ ଏହି ସମୟରେ କିଛି ଲୋକ ତାଙ୍କୁ ଭେଟିବାକୁ ମଧ୍ୟ ଆସୁଥିଲେ।

ଅପରାହ୍ନ ୪ଟା:

ଅପରାହ୍ନ ୪ଟା ବେଳେ ବଲ୍ଲଭଭାଇ ପଟେଲ ତାଙ୍କ ଝିଅ ସହିତ ତାଙ୍କୁ ଭେଟିବାକୁ ଆସିଥିଲେ। ପଟେଲଙ୍କ ସହ ତାଙ୍କର ଏକ ଦୀର୍ଘ ଏବଂ ଭାବପ୍ରବଣ ଆଲୋଚନା ହୋଇଥିଲା। ମଝିରେ ଥରେ ମନୁବେନ ଗାନ୍ଧୀଜୀଙ୍କୁ ଭେଟିବାକୁ ଚାହୁଁଥିବା କାଠିଆୱାଡାରୁ କଂଗ୍ରେସ ନେତାଙ୍କ ଆଗମନ ବିଷୟରେ କହିବା ନେଇ କୋଠରୀକୁ ଆସିଥିଲେ। ଗାନ୍ଧୀ କହିଥିଲେ ଯେ ତାଙ୍କୁ କୁହ, ପ୍ରାର୍ଥନା ସଭା ପରେ ଚାଲିବା ସମୟରେ ସେମାନେ ମୋ ସହିତ କଥା ହୋଇପାରିବେ। ଯଦି ସେପର୍ଯ୍ୟନ୍ତ ମୁଁ ବଞ୍ଚିଥାଏ।

ସନ୍ଧ୍ୟା ୫ଟା:

ପଟେଲ ଓ ଗାନ୍ଧିଜୀଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ସମୟ ପାଞ୍ଚଟା ହୋଇଗଲା। ପ୍ରାର୍ଥନା ସଭାର ସମୟ ଆସିଗଲା। ପଟେଲ ଓ ତାଙ୍କ ଝିଅ ବିର୍ଲା ଭବନରୁ ଚାଲିଗଲେ ଓ ଗାନ୍ଧିଜୀ ପ୍ରାର୍ଥନା ସଭା ଅଭିମୁଖେ।

ଶେଷ ଘଣ୍ଟା:

ଗାନ୍ଧିଜୀ ମାତ୍ର ଛଅ କିମ୍ବା ସାତ ପାଦ ଚାଲିଥିବେ। ସେ ସମସ୍ତଙ୍କୁ ନମସ୍କାର କରି ଅଭିବାଦନ ଜଣାଇଲେ। ଠିକ୍ ସେତିକି ବେଳେ ସବୁଜ ସ୍ୱେଟର୍ ଉପରେ ଖାକି ଜ୍ୟାକେଟ୍ ପିନ୍ଧିଥିବା ଜଣେ ବ୍ୟକ୍ତି ଅନ୍ୟମାନଙ୍କୁ ଠେଲି ଆଗକୁ ଆସିଲେ। ଏହି କାରଣରୁ ମନୁବେନ୍‌ଙ୍କ ହାତରେ ଥିବା ଚଷମା, ଜପମାଳା, ନୋଟ୍‌ବୁକ୍ ଏବଂ ପିକଦାନୀ ଗଳିପଡିଲା। ବ୍ୟକ୍ତି ଜଣକ ଗାନ୍ଧିଜୀଙ୍କ ସାମ୍ନାରେ ନଇଁ ପଡିଲା। ତାଙ୍କ ହାତ ରିଭଲଭର ଦବାଇବା ନେଇ ଯୋଡି ହୋଇଗଲା।

ତିନୋଟି ବିସ୍ଫୋରଣ ଆଉ ସବୁକିଛି ଶେଷ:

ମନୁବେନ ବିରକ୍ତି ହୋଇ କହିଲେ, ଭାଇ ବାପୁଜୀଙ୍କର ପ୍ରାର୍ଥନାକୁ ଯିବାନେଇ ବିଳମ୍ବ ହୋଇସାରିଛି, ଆପଣ ତାଙ୍କୁ କାହିଁକି ଅସୁବିଧାରେ ପକାଉଛନ୍ତି? ସେ ତାଙ୍କ କଥା ପୂରଣ କରି ନାହାନ୍ତି ଗୋଟିଏ ପରେ ଗୋଟିଏ ତିନୋଟି ବିସ୍ଫୋରଣ ଶୁଣାଗଲା। ତିନୋଟି ଯାକ ଗୁଳି ଗାନ୍ଧୀଜୀଙ୍କୁ ଲାଗିଲା। ହେ ରାମ, ହେ ରାମ, ହେ ରାମ ତାଙ୍କ ପାଟିରୁ ବାହାରୁଥିଲା। ଯେତେବେଳେ ଗାନ୍ଧୀ ଖସିପଡୁଥିଲେ, ତାଙ୍କ ହାତ ନମସ୍କାରଙ୍କ ଅବସ୍ଥାରେ ଯୋଡି ହୋଇଯାଇଥିଲା।

Knowledge
Advertisment
Advertisment