Advertisment

ଐଶ୍ୱର୍ଯ୍ୟାଙ୍କ ଏହି ୫ ଫଟୋ ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରମାଣ କରେ

ଝିଅର ମା’ ହେବା ପରେ ବି କମିନି ଐଶ୍ୱର୍ଯ୍ୟାଙ୍କ ଚମକ। ଆଜି ବି ସେ ରେଡ୍ କାର୍ପେଟ୍‌ରେ ଚାଲିଗଲେ ବିଚାରକଙ୍କ ହୋସ୍ ଉଡିଯାଏ। ଆପଣ ବି ଯଦି ତାଙ୍କର ଏହି ଫଟୋଗୁଡିକୁ ଦେଖନ୍ତି ତେବେ ତାଙ୍କ ସୌନ୍ଦର୍ଯ୍ୟର ପ୍ରମାଣ ପାଇଯିବେ।

author-image
Pramod Behera
Aishwarya Rai Bachchan’s 5 most beautiful photos

Aishwarya Rai Bachchan’s 5 most beautiful photos

ନୂଆଦିଲ୍ଲୀ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍ ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦର ଓ ଆକର୍ଷଣ ଦେଖାଯାଉଥିବା ତାରକାମାନଙ୍କ ମଧ୍ୟରୁ ଜଣେ। ଏହି ଅଭିନେତ୍ରୀ ତାଙ୍କର ସୌନ୍ଦର୍ଯ୍ୟ ଓ ପ୍ରତିଭା ଦ୍ୱାରା ନିଜକୁ ଇଣ୍ଡଷ୍ଟ୍ରିର ଜଣେ ପ୍ରମୁଖ ଅଭିନେତ୍ରୀ ଭାବରେ ପ୍ରତିଷ୍ଠିତ କରି ପାରିଛନ୍ତି। ତାଙ୍କର ଅଭିନୟ ଓ ସୌନ୍ଦର୍ଯ୍ୟ ଲୋକଙ୍କୁ ପାଗଳ କରିଦିଏ।

Advertisment

'ହମ୍ ଦିଲ୍ ଦେ ଚୁକେ ସନମ୍'ର ଏହି ଅଭିନେତ୍ରୀ ଇଣ୍ଡଷ୍ଟ୍ରିର ଅନ୍ୟତମ ଷ୍ଟାଇଲିସ୍ ଲୁକ୍ ଷ୍ଟାର୍ ହୋଇଥିବା ବେଳେ ସେ ନିଜ ଚେହେରାର ଆକର୍ଷଣ ନେଇ ସବୁବେଳେ ରେଡ୍ କାର୍ପେଟରେ ହଇଚଇ ସୃଷ୍ଟି କରନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ପ୍ରତ୍ୟେକ ଲୁକ୍ ଭିନ୍ନ ଓ ଆକର୍ଷଣ ହୋଇଥାଏ। ସେ ପାଶ୍ଚାତ୍ୟ ହେଉ ବା କିମ୍ବା ଭାରତୀୟ ପାରମ୍ପରିକ ପୋଷାକ ସବୁଥିରେ ସେ ଅପସରା ପରି ଦେଖାଯାଆନ୍ତି। ତେବେ ଆସନ୍ତୁ ତାଙ୍କର ୫ଟି ସୁନ୍ଦର ଫଟୋ ଉପରେ ନଜର ପକାଇବା।

Advertisment

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ମାଆ ହୋଇସାରିଛନ୍ତି। ଏହା ପରେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟାରେ କୌଣସି ପ୍ରଭାବ ପଡି ନାହିଁ। ବରଂ ତାଙ୍କ ସୌନ୍ଦର୍ଯ୍ୟ ବଢି ବଢି ଚାଲିଛି। ବର୍ତ୍ତମାନ ଯଦି ଆପଣ ଏହି ସୁନ୍ଦରୀଙ୍କ ଅଫ୍ ସୋଲ୍ଡର ଗାଉନ୍‌ର ଲୁକ୍ ଦେଖିବେ ତେବେ ତାଙ୍କ ସୌନ୍ଦର୍ଯ୍ୟ ଉପରୁ ନଜର ହଟେଇ ପାରିବେ ନାହିଁ। କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଐଶ୍ୱର୍ଯ୍ୟା ଏହି ଧଳା ଫୁଲପକା ଗାଉନ୍ ପିନ୍ଧିଥିଲେ। ଏହି ସୁସଜ୍ଜିତ ପୋଷାକରେ ଅଭିନେତ୍ରୀ ସିଣ୍ଡ୍ରେଲା ପରି ଦେଖାଯାଉଛନ୍ତି।

ଐଶ୍ୱର୍ଯ୍ୟାଙ୍କ ଆଉ ଏକ ଫଟୋ ବି ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରମାଣିତ କରେ। ଏହି ସୁନ୍ଦର ମିରର୍ କାମ ଲେହେଙ୍ଗାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟ ପୁଣି ଥରେ ପ୍ରମାଣ କରିଛି ଯେ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ତାଙ୍କର କାହା କୌଣସି ମୁକାବିଲା ନାହିଁ। ଐଶ୍ୱର୍ଯ୍ୟାଙ୍କୁ ବ୍ଲୁ ରଙ୍ଗ ଡିଜାଇନ୍‌ର ଏହି ଲେହେଙ୍ଗାରେ ଦେଖିଲେ ଲାଗେ ସତେ ଯେପରି ଅପସରା ମାଟିକୁ ଓହ୍ଲେଇ ଆସିଛନ୍ତି। ଏହି ପୋଷାକ ସହିତ ସେ ଏକ ଛୋଟ ମଥାଟିକା, ଝୁମୁକା ଓ ବ୍ରେସ୍‌ଲେଟ୍ ପିନ୍ଧିଥିବା ନଜର ଆସନ୍ତି।

ଐଶ୍ୱର୍ଯ୍ୟାଙ୍କ ଆଉ ଏକ ଫଟୋ ଦେଖିଲେ ଲାଗେ ସେ ହେଉଛନ୍ତି ସୌନ୍ଦର୍ଯ୍ୟର ରାଣୀ। ଏହି ଫଟୋରେ ସେ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଏକ ସୁନ୍ଦର କଳା ଓ ଧଳା ଫୁଲ ପକା ଶାଢି ପିନ୍ଧିଥିବା ଦେଖାଯାଏ। ଶାଢୀର ଟ୍ରେଣ୍ଡି ଓ ବର୍ଡର ଡିଜାଇନିଂ ଏହାର ସୌନ୍ଦର୍ଯ୍ୟକୁ ବଢେଇ ଦିଏ। ଏଥିରେ ସେ ଖୁବ୍ କମ ମେକଅପ୍ ନେଇଥିବା ଦେଖାଯାଏ। ଏହି ଫଟୋରେ ତାଙ୍କର କଥା କୁହା ଆଖି ତାଙ୍କ ଅନ୍ତଃ ସୌନ୍ଦର୍ଯ୍ୟକୁ ପ୍ରକାଶ କରେ।

ଐଶ୍ୱର୍ଯ୍ୟା ଜଣେ ଫ୍ୟାଶନିଷ୍ଟ ଓ ତାଙ୍କର ରେଡ୍ କାର୍ପେଟ୍ ଲୁକ ପ୍ରାୟତଃ ତାଙ୍କ ପ୍ରଶଂସକମାନଙ୍କୁ ନିରବ କରିଦିଏ। ଏହି ଫଟୋରେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ନଜର ଆସିଛନ୍ତି। ଏଥିରେ ସେ ଏକ ଗୋଲ୍ଡେନ୍ ଷ୍ଟନିଂ ଡ୍ରେସ୍‌ରେ ଖୁବ ଆକର୍ଷଣ ଲାଗୁଛନ୍ତି। ଏହି ଫଟୋରେ ଐଶ୍ୱର୍ଯ୍ୟାଙ୍କ ଆଉଟ୍‌ଫିଟ୍ ଏବଂ ତାଙ୍କର ଉଜ୍ଜ୍ୱଳ ଚେହେରା ଯେ କେହିକୁ ବି ପାଗଳ କରିଦେବା ଭଳି।

ଖାଲି ଯେ ପାରମ୍ପରିକ ପୋଷାକ ତାହା ନୁହେଁ ଐଶ୍ୱର୍ଯ୍ୟା ମଧ୍ୟ ପାଶ୍ଚାତ ପୋଷାକରେ ଖୁବ ସୁନ୍ଦର ଦେଖାଯାଆନ୍ତି। ଯଦି ଆପଣ ଐଶ୍ୱର୍ଯ୍ୟାଙ୍କ ଏହି ଫଟୋକୁ ଦେଖନ୍ତି, ତେବେ ଜାଣିପାରିବେ ଯେ ତାଙ୍କ ସୌନ୍ଦର୍ଯ୍ୟ ଆଜିକାଲିର ତରୁଣୀ ଅଭିନେତ୍ରୀଙ୍କୁ ବି ପଛରେ ପକେଇ ଦେବ। ବ୍ଲୁ ଡେନିମ୍, ବ୍ଲାକ୍ ଟପ୍ ଓ ଲାଲ୍ ରଙ୍ଗର ଲମ୍ବା ଓଭରକୋଟ୍ ତାଙ୍କ ଚେହେରାକୁ ଚମକଉଛି।

Bollywood
Advertisment
Advertisment