• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବିଜେଡି ଦେହରେ ପାଣ୍ଡିଆନ୍‌ ଘା’ । ମଲମ ବଦଳରେ ବବି ମାରୁଛନ୍ତି ଜିରାଗୁଣ୍ଡ । ନା ଘା’ ଶୁଖୁଛି... ନା ଦଳର ଯନ୍ତ୍ରଣା କମୁଛି । ବବି ସାଜୁଛନ୍ତି ଭୂତ, ବବି ବି ସାଜୁଛନ୍ତି ଗୁଣିଆ । ଭୂତ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଆପେ ଆପେ ଝାଡ଼ୁଛନ୍ତି । ସୋମବାର ଦିନ ପାଣ୍ଡିଆନ୍‌ଙ୍କୁ ନେଇ ନବୀନ ନିବାସରେ କଡ଼ା ବିରୋଧ ହେବା ପରେ ବିଜେଡି କରିଥିଲା ପ୍ରେସମିଟ୍‌ । ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ନେଇ ସମସ୍ତେ ଦେଇଥିଲେ ମତ । ଉପସ୍ଥିତ ଥିଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରତାପ ଜେନା, ସଞ୍ଜୟ ଦାସ ବର୍ମା ଓ ପ୍ରଣବ ପ୍ରକାଶ ଦାସ ଓରଫ ବବି । ସାମ୍ବାଦିକ ସମ୍ମିଳନୀରେ ବବି ଥିଲେ ମଧ୍ୟ ପାଟିରୁ ତାଙ୍କର ଗୋଟିଏ ଶବ୍ଦ ବାହାରିନଥିଲା ।

ସେମିତି ମଙ୍ଗଳବାରର ଘଟଣା । ନବୀନ ନିବାସରେ ହାଜର ହୋଇଥିଲେ ବବି ଦାସ । ସୋମବାର ଦିନ ପାଣ୍ଡିଆନ୍‌ଙ୍କୁ ନେଇ ନବୀନ ନିବାସରେ ଦଳୀୟ ନେତା ଓ କର୍ମଙ୍କ ମଧ୍ୟରେ ଦୃଢ଼ ଅସନ୍ତୋଷ ଦେଖାଦେବା ବେଳେ ଦେଖାନଥିଲେ ବବି । ହେଲେ ସ୍ଥିତି ନିୟନ୍ତ୍ରଣାଧୀନ ହେବା ପରେ ନବୀନଙ୍କ ନିକଟରେ ହାଜର ହେଇଯାଇଥିଲେ ବବି ଦାସ । 

Also Read

ଅଧିକ ପଢ଼ନ୍ତୁ: ଦି' ଫାଳ ବିଜେଡି; ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀ

ଏମିତି କି ସୋମବାର ପାଣ୍ଡିଆନ୍‌ ନାରା ଦେଉଥିବା ଲୋକମାନଙ୍କ ମଧ୍ୟରେ ବବିଙ୍କ ଲୋକ ଥିବା ମଧ୍ୟ ଆଲୋଚନା ହେଉଛି । ଯଦି ସତରେ ଏଭଳି କିଛି ହୋଇଥାଏ ତେବେ ପ୍ରଶ୍ନ ଉଠୁଛି.... ପରଦା ପଛରେ ରହି ଦୋ ମୁହାଁ ନୀତି ଆପଣାଉଛନ୍ତି କି ବବି ? ବିଜେଡିରେ ପୁଣି କ୍ଷମତା ହାତେଇବାକୁ କରୁଛନ୍ତି କି ପ୍ଲାନ୍‌ ? ନା ବବିଙ୍କ ପଲିଟିକ୍ସ ରୋଡ୍‌ ମ୍ୟାପରେ ଅନ୍ୟ କ’ଣ ରହିଛି ? 

ବେଶ୍‌ କିଛି ଦନର ନିରବତା ପରେ ଏବେ କ୍ୟାମେରା ସାମ୍‌ନାକୁ ଆସିଛନ୍ତି ବବି । ରାଜନୀତି ବି ବେଶ୍‌ ସରଗରମ ରହିଛି । ପାଣ୍ଡିଆନ୍‌କୁ ନେଇ ବଢ଼ୁଛି ଚର୍ଚ୍ଚା, ବବି ମାରୁଛନ୍ତି ଏଣ୍ଟ୍ରି । ତେବେ ଆଗକୁ ବିଜେଡିରେ ବବିଙ୍କ କ’ଣ ଭୂମିକା ରହୁଛି ? ଆଉ ବବିଙ୍କ କ୍ଷମତାକୁ ନେଇ କ’ଣ ପରିବର୍ତ୍ତନ ହେବାକୁ ଯାଉଛି ତା’ ଦେଖିବାକୁ ବାକି ରହିଲା । ତେବେ ଏ ସଂପର୍କରେ ବବିଙ୍କ ପ୍ରତିକ୍ରିୟା ମିଳିନି।

ଅଧିକ ପଢ଼ନ୍ତୁ: ନବୀନ ନିବାସରେ ପହଞ୍ଚିଲେ ବଡ଼ ନେତା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା