• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କାୟା ମେଲାଇଲାଣି ଡେଙ୍ଗୁ । ଦ୍ରୁତ ଗତିରେ ଅଞ୍ଚଳକୁ ଅଞ୍ଚଳ ମାଡି ଚାଲିଛି । ଡେଙ୍ଗୁ ପାଇଁ ୩ ମହାନଗର ନିଗମର ଅବସ୍ଥା ବେହାଲ ହେଲାଣି । ଗୋଟିଏ ପଟେ ଜନ ସଚେତନତା ଅନ୍ୟପଟେ ନିରାକରଣ ବ୍ୟବସ୍ଥା ସହ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ପ୍ରଶାସନ । ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ୱାର୍ଡ ସହ ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା ଚାଲିଛି । ତଥାପି ରାଜଧାନୀ ଭୁବନେଶ୍ୱରରେ ଅଣାୟତ ଡେଙ୍ଗୁ ସ୍ଥିତି । ଏଯାଏଁ ଦେଢଶହ ଜଣ ଆକ୍ରାନ୍ତ ହେଲେଣି ଡେଙ୍ଗୁରେ ।

ଡେଙ୍ଗୁ ଆଁରେ ୩ ମହାନଗର ନିଗମ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ହେଲେ ହଟସ୍ପଟ୍ ପାଲଟିଛି ରାଜଧାନୀ । ଭୁବନେଶ୍ୱର ୟୁନିଟ-୩ ସ୍ଥିତ ରାଜ୍ୟ ହାଉସିଂ ବୋର୍ଡ ଅଫିସର ପାର୍କିଂ ସ୍ଥଳ । ଏଠି ନାଳ ପାଣି ନୁହେଁ ବରଂ ୭ ଦିନରୁ ଅଧିକ ସମୟ ଧରି ଜମା ହୋଇଥିବା ବର୍ଷା ଜଳରେ ମଶା ଭଣ ଭଣ । ଠିକ୍ ଏଭଳି ଭାବେ ରାଜଧାନୀର ଭିଭିଆଇପି ଅଞ୍ଚଳ ନୟାପଲ୍ଲୀର ଆଇଆରସି ଭିଲେଜ, ସାଲିଆସାହି ବସ୍ତି, ପୋଖରୀପୁଟ, ୟୁନିଟ -୯,  ୟୁନିଟ-୩ ଓ ଜୟଦେବ ବିହାର ଅଞ୍ଚଳ ପାଲଟିଛି ଡେଙ୍ଗୁ ଉତ୍ପତ୍ତିସ୍ଥଳ । ଲୋକଙ୍କୁ ସଚେତନ କରିବା ସହ ପ୍ରତି ଗୁରୁବାର ଓ ଶନିବାର ଡ୍ରାଏ ଡେ ପାଳନ କରୁଛି ବିଏମସି । ହେଲେ କମିବାର ନାଁ ନେଉନି ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀରେ ଏଯାଏଁ ୧୪୮ ଜଣ ଡେଙ୍ଗୁରେ ଆକ୍ରାନ୍ତ ହେଲେଣି।

ବର୍ଷା ଆରମ୍ଭରୁ କଟକରେ ବି କାୟା ମେଲାଇ ଚାଲିଛି ଡେଙ୍ଗୁ । ଘରକୁ ଘର ବୁଲି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଲିଫଲେଟ ଦେଇ ଲୋକଙ୍କୁ ଡେଙ୍ଗୁ ସଂପର୍କରେ 

ବୁଝାଉଛନ୍ତି ସ୍ୱାସ୍ଥ୍ୟକର୍ମୀ । ଡେଙ୍ଗୁ ହଟସ୍ପଟ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ମାଷ୍ଟରପ୍ଲାନ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏସସିବି ମେଡିକାଲରେ ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲା ଯାଇଥିବା ବେଳେ ୮୦ଟି ବେଡ୍ ପ୍ରସ୍ତୁତ ରଖାଯାଇଛି । ସେପଟେ ବ୍ରହ୍ମପୁରରେ ସ୍ଥିତି ବିଗିଡିବାକୁ ବସିଲାଣି । ସହରର ଅନେକ ସ୍ଥାନରେ ବର୍ଷା ଜଳ ନିଷ୍କାସନ ହେଉନଥିବାରୁ ଡେଙ୍ଗୁ ଭୟ ଦେଖାଦେଲାଣି । 

ଘର ଛାତରେ ଫୁଲକୁଣ୍ଡ ହେଉ ଅବା କ୍ୟାମ୍ପସରେ ଗାଡି ଟାୟାର, ଭୋଗ କୁଡୁଆ ଏବଂ ଭଙ୍ଗା ପାତ୍ର। ବର୍ଷା ପାଣି ଜମିଲା ମାତ୍ରେ ସୃଷ୍ଟି ହେଉଛନ୍ତି ଏଡିସ ମଶା । ନାଳ ନର୍ଦ୍ଦମାର ଦୂଷିତ ପାଣି ନୁହେଁ ବରଂ ୭ ଦିନରୁ ଅଧିକ ସମୟ ଧରି ଜମି ରହୁଥିବା ବର୍ଷା ଜଳ ହିଁ ଡେଙ୍ଗୁ ମସା ପାଇଁ ଭୂସ୍ୱର୍ଗ ପାଲଟିଛି । ତେଣୁ ଏଥିପ୍ରତି ସଚେତନ ରହିବା ଜରୁରୀ ।

  • Reported by:
  • DEBASHISH MOHANTY , JAGANATH SAHU , CHANDAN PAIKRAY