Advertisment

Has China Sidelined to Pakistan: ଭଲ ବନ୍ଧୁ ବୋଲି କାହିଁକି ଚୀନର ଏତେ ପ୍ରଚାର କରୁଛି ପାକିସ୍ତାନ ? ହାତ ଛାଡ଼ି ଦେଉଛି କି ଡ୍ରାଗନ ?

ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ‘ତୁମେ ମୋର ଭଲ ବନ୍ଧୁ’ ବୋଲି ବାରମ୍ବାର କହିବାର ଅର୍ଥ କ’ଣ ହୋଇପାରେ ? ହୁଏତ ବନ୍ଧୁତ୍ୱ ଉଜୁଡି ଯାଇଛି । କିମ୍ବା ବନ୍ଧୁତ୍ୱ ଉଜୁଡି ଯିବାର ଆଶଙ୍କା ଭୟଭୀତ କରି ଦେଇଛି । ‘ଦ ଏକ୍ସପ୍ରେସ ଟ୍ରିବ୍ୟୁନ’ରେ ପାକିସ୍ତାନର ଜଣେ ପୂର୍ବତନ ରାଷ୍ଟ୍ରଦୂତ ପାକିସ୍ତାନ-ଚୀନ ବନ୍ଧୁତ୍ୱର ଏତେ ବେଶି ପ୍ରଚାର କରିବା ହୁଏତ ରୁଷିଥିବା ଚୀନକୁ ମନେଇବା ପାଇଁ ହୋଇଥାଇ ପାରେ ବୋଲି ଆଲୋଚନା ହେଉଛି ।

author-image
Minati Mishra
ଅଦ୍ୟତନ ହୋଇଛି
ଚୀନ୍-ପାକ୍ ସଂପର୍କ

ଚୀନ୍-ପାକ୍ ସଂପର୍କ

ସତରେ କ’ଣ ଚୀନ ତାର ପୁରୁଣା ବନ୍ଧୁ ପାକିସ୍ତାନର ହାତ ଛାଡିଦେଲା ? ଭାଙ୍ଗିଗଲା ଉଭୟଙ୍କ ମଧ୍ୟରେ ଥିବା ଜିଗିରି ଦୋସ୍ତି ! ବେଲୁଚିସ୍ତାନରେ ପାକିସ୍ତାନ ସେନାର ବିଫଳତାର ପ୍ରଭାବ ଚୀନ-ପାକିସ୍ତାନ ସମ୍ପର୍କ ଉପରେ ପଡ଼ିଲା କି ? ଏମିତି ଅନେକ ପ୍ରଶ୍ନ ଏବେ ଉଠୁଛି । କାରଣ ପାକିସ୍ତାନୀ ଖବରକାଗଜ ‘ଦ ଏକ୍ସପ୍ରେସ ଟ୍ରିବ୍ୟୁନ’ରେ ପାକିସ୍ତାନ ଭାରତ ଏବଂ ଆମେରିକା ବିରୋଧରେ ଜୋରଦାର ବର୍ଷିଛି । ଖାଲି ଭାରତ-ଆମେରିକା ଉପରେ ବର୍ଷିନି । ଚୀନକୁ ଚୂଳରୁ ମୂଳ ଯାଏ ପ୍ରଶଂସାରେ ପୋତି ପକାଇଛି । ପାକିସ୍ତାନ-ଚୀନ ମଧ୍ୟରେ ଥିବା ସମ୍ପର୍କକୁ ବାରମ୍ବାର ଦୋହରାଇ ଚୀନକୁ ତାର ଅନ୍ତରଙ୍ଗ ବନ୍ଧୁ ବୋଲି କହିଛି । ଖାଲି ସେତିକି ନୁହେଁ, ପାକିସ୍ତାନ ଏବଂ ଚୀନର ସମ୍ପର୍କ ଖୁବ ମଜବୁତ ରହିଛି । ହେଲେ ଶତ୍ରୁ ପକ୍ଷ ଆମର ଏହି ସମ୍ପର୍କକୁ ସହି ପାରୁନାହାନ୍ତି ବୋଲି କୁହାଯାଇଛି ।

Advertisment

ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ‘ତୁମେ ମୋର ଭଲ ବନ୍ଧୁ’ ବୋଲି ବାରମ୍ବାର କହିବାର ଅର୍ଥ କ’ଣ ହୋଇପାରେ ? ହୁଏତ ବନ୍ଧୁତ୍ୱ ଉଜୁଡି ଯାଇଛି । କିମ୍ବା ବନ୍ଧୁତ୍ୱ ଉଜୁଡି ଯିବାର ଆଶଙ୍କା ଭୟଭୀତ କରି ଦେଇଛି । ‘ଦ ଏକ୍ସପ୍ରେସ ଟ୍ରିବ୍ୟୁନ’ରେ ପାକିସ୍ତାନର ଜଣେ ପୂର୍ବତନ ରାଷ୍ଟ୍ରଦୂତ ପାକିସ୍ତାନ-ଚୀନ ବନ୍ଧୁତ୍ୱର ଏତେ ବେଶି ପ୍ରଚାର କରିବା ହୁଏତ ରୁଷିଥିବା ଚୀନକୁ ମନେଇବା ପାଇଁ ହୋଇଥାଇ ପାରେ ବୋଲି ଆଲୋଚନା ହେଉଛି । ଏହା ପଢିଲେ ଯେମିତି ଏହା ଆଲେଖ୍ୟ ନୁହେଁ ପାକିସ୍ତାନର ଏକ ସଫେଇ ବୋଲି ମନେ ହେଉଛି ।

ଖବରକାଗଜର ଓପିନିୟନରେ ପୂର୍ବତନ ରାଷ୍ଟ୍ରଦୂତ ତଥା ପାକିସ୍ତାନ ସେନାର ଅବସରପ୍ରାପ୍ତ ମେଜର ଜେନରାଲ ଡା.ରାଜା ମୁହମ୍ମଦ ଲେଖିଛନ୍ତି, ‘ଚୀନ ଏକ ଅନ୍ତରଙ୍ଗ ବନ୍ଧୁ ପରି ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପାକିସ୍ତାନର ସମର୍ଥନ କରୁଛି । ପାକିସ୍ତାନ ମଧ୍ୟ ଚୀନକୁ ସେପରି ସମର୍ଥନ କରୁଛି । ଆତଙ୍କବାଦ ବିରୋଧୀ ଲଢେଇରେ ପାକିସ୍ତାନର ବଳିଦାନକୁ ଚୀନ ସ୍ୱୀକାର କରେ । ସେହିପରି ପାକିସ୍ତାନ ମଧ୍ୟ ‘ଏକ ଚୀନ’ ନୀତି ଏବଂ ଶିନଜିୟାଙ୍ଗ, ଶିଜାଙ୍ଗ, ହଙ୍କକଂ ଏବଂ ଦକ୍ଷିଣ ଚୀନ ସାଗରରେ ଚୀନର ନୀତିକୁ ସମର୍ଥନ କରେ । ହେଲେ କିଛି ବିଶ୍ୱସ୍ତରୀୟ ଶକ୍ତି ଏହାକୁ ନେଇ ବିରୋଧ କରି ଆସୁଛନ୍ତି ।’

Advertisment

ଡା.ରାଜା ଆହୁରି ଲେଖିଛନ୍ତି, ‘୨୦୨୫ରେ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ବେଜିଂ ଗସ୍ତରେ ଯାଇଥିଲେ ।ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚାଇନା ପାକିସ୍ତାନ ଅର୍ଥନୈତିକ କରିଡର ବା ସିପିଇସିକୁ ନେଇ ବୁଝାମଣା କରାଯାଇଥିଲା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଶିକ୍ଷା, ସଂସ୍କୃତି ପରି ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ବୁଝାମଣା ହୋଇଥିଲା । ହେଲେ ଏପରି ସକରାତ୍ମକ ଘଟଣାକ୍ରମ ପରେ ବି ପଡୋଶୀ ଦେଶ ଏବଂ ବିଦେଶରେ ଥିବା କିଛି ଲୋକ ନିଜ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପାକିସ୍ତାନ-ଚୀନ ସମ୍ପର୍କକୁ ଏକ ନକାରାତ୍ମକ ଭାବେ ଉପସ୍ଥାପନ କରୁଛନ୍ତି ।’

ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଦୁଇ ଦେଶ ମଧ୍ୟରେ ବୁଝାମଣା ଠିକ ରହିଛି, ସମ୍ପର୍କ ମଜବୁତ ରହିଛି ତେବେ ବିଶ୍ୱସ୍ତରୀୟ ଶକ୍ତିଙ୍କ ମତାମତକୁ ଏତେ ଭୟ କାହିଁକି କରୁଛି ପାକିସ୍ତାନ ? ପାକିସ୍ତାନର ଏହି ସମର୍ଥନକୁ ନେଇ ଚୀନ ସନ୍ଦେହ କରୁନି ତ ? ଯଦି ପରସ୍ପର ମଧ୍ୟରେ ଦ୍ୱିପାକ୍ଷିକ ବିକାଶ ପାଇଁ ବୁଝାମଣା କରାଯାଇଛି ତେବେ ପଡୋଶୀ ଦେଶର ନକରାତ୍ମକ ଉପସ୍ଥାପନା ପାକିସ୍ତାନର କି କ୍ଷତି କରିପାରିବ ଯେଉଁଥିପାଇଁ ଏପରି ଏକ ଆଲେଖ୍ୟର ଆବଶ୍ୟକତା ପଡ଼ିଲା ?

ଯଦି ସମ୍ପର୍କ ମଜବୁତ ଅଛି ତେବେ ସଫେଇ କାହିଁକି ?

ସମ୍ପର୍କ ଠିକ ଥିଲେ ସଫେଇର ଆବଶ୍ୟକତା ପଡେନି । ଏହା ସତ୍ତ୍ୱେ, ଡା.ରାଜା ମୁହମ୍ମଦ ଯୁକ୍ତି ଦର୍ଶାଇ ଲେଖିଛନ୍ତି, ଚୀନର ଋଣର ଭୁଲ ନକଲ ପ୍ରସ୍ତୁତ କରି ଏହାକୁ ପ୍ରଚାର କରାଯାଉଛି । ଡିସେମ୍ବର ୫ରେ ଟାଇମସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ, ପାକିସ୍ତାନର ବାହାର ଋଣ କେବଳ ୨୨% ଥିଲା । ଏହାର ଅର୍ଥ ପାକିସ୍ତାନ ଉପରେ ଚୀନର ଋଣ ବୋଝ ସବୁଠାରୁ ଅଧିକ ନାହିଁ । ଏହାବ୍ୟତୀତ ଚୀନର ଋଣ ଯଥେଷ୍ଟ ନରମ । ଋଣ ପରିଶୋଧକୁ ବାରମ୍ବାର ସ୍ଥଗିତ କରାଯାଏ କିମ୍ବା ପୁନଃନିର୍ଦ୍ଧାରଣ କରାଯାଏ । ଏପରିକି ଆମେରିକା ଉପରେ ମଧ୍ୟ ଚୀନର ଏକ ଟ୍ରିଲିୟନରୁ ଅଧିକ ଆମେରିକୀ ଡଲାରର ଋଣ ରହିଛି । ଏସିଆର ଅନେକ ବିକଶିତ ଦେଶ ଏବଂ ଅନ୍ୟଦେଶ ଏଫଡିଆଇ ପରିଯୋଜନା କିମ୍ବା ଋଣ ମାଧ୍ୟମରେ ଆଗକୁ ବଢିଛନ୍ତି । ଏଥିପାଇଁ ପାକିସ୍ତାନ ଉପରେ ଚୀନର ଯଦି ଋଣ ରହିଛି ତେବେ ଏଥିରେ ଚିନ୍ତା କରିବାର କ’ଣ ଅଛି ? ଚାଇନା ପାକିସ୍ତାନ ଅର୍ଥନୈତିକ କରିଡର ବା CPEC ମୁଖ୍ୟତଃ ଏକ ଏଫଡିଆଇ ପରିଯୋଜନା ଅଟେ । ଏହାର କେବଳ ୧୭% ପ୍ରତ୍ୟକ୍ଷ ଋଣ ଅଟେ ।

ଏଥିରୁ ସ୍ପଷ୍ଟ ହେଉଛି ଯେ, ପାକିସ୍ତାନର ପୂର୍ବତନ ରାଜଦୂତ ଏଠାରେ ଚୀନ ଋଣ କଥା କହି ସମ୍ପର୍କକୁ ମଜବୁତ କରିବା ପାଇଁ ଚେଷ୍ଟା କରିଛନ୍ତି । ହେଲେ ସେ ଲେଖି ନାହାନ୍ତି ଚୀନ କେମିତି ପାକିସ୍ତାନର ବିଦେଶ ନୀତିକୁ ବି ପ୍ରଭାବିତ କରୁଛି । ଏ କଥା ବି ଉଠାଇ ନାହାନ୍ତି, CPEC ଦ୍ୱାରା ପାକିସ୍ତାନକୁ କ’ଣ ଲାଭ ମିଳିଛି ।

ଭାରତ ଓ ଆମେରିକା ବିରୋଧରେ ବିଷ ଉଗାଳିଲେ

ଚୀନ ପ୍ରଂଶସାରେ ଶତମୁଖ ପାକିସ୍ତାନ ପୂର୍ବତନ ରାଷ୍ଟ୍ରଦୂତ ଏକଥା ବି ଲେଖିଛନ୍ତି ‘ଆମେରିକା ଓ ତାର ସହଯୋଗୀ ଦେଶ ତଥା ଭାରତ ଚୀନକୁ ସେମାନଙ୍କର କଡା ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାବିଲେ ମଧ୍ୟ ଚୀନ ସେମାନଙ୍କ ସହ ବ୍ୟାବସାୟିକ ସମ୍ପର୍କ ରଖିଛି । ଏସବୁ ଦେଶ ସହ ଅରବ ଡଲାରର ବ୍ୟବସାୟ ଚାଲିଛି । ଏହାର ଏକ ତଥ୍ୟ ମଧ୍ୟ ନିଜ ଆଲେଖ୍ୟରେ ଦେଇଛନ୍ତି । ସେ ଲେଖିଛନ୍ତି, ଚୀନର ୟୁରୋପୀୟ ସଂଘ ସହ ୧୨୧୨ ବିଲିୟନ ଡଲାର, ଆମେରିକା ସହ ୬୬୬ ବିଲିଅନ ଡଲାର, ଜାପାନ ସହ ୨୧୭ ବିଲିୟନ ଡଲାର, ଭାରତ ସହ ୧୩୬ ବିଲିୟନ ଡଲାର, ଅଷ୍ଟ୍ରେଲିଆ ସହ ୨୨୮ ବିଲିୟନ ଡଲାର ଏବଂ ବ୍ରିଟେନ ସହ ୯୮ ବିଲିୟନ ଡଲାରର କାରବାର ଚାଲିଛି । ଯଦିଓ ବ୍ୟାବସାୟିକ ସନ୍ତୁଳନ ଚୀନ ସପକ୍ଷରେ ରହିଛି ତଥାପି ଚୀନ ସହ ଥିବା ଘନିଷ୍ଠତା ପାଇଁ ପାକିସ୍ତାନକୁ ସମାଲୋଚନା କରାଯାଉଛି । ସେ ଆହୁରି ଲେଖିଛନ୍ତି ଯେ "BRI (Belt and Road Initiative) ବିରୋଧୀ ଶକ୍ତିମାନେ BRI ଏବଂ ପାକିସ୍ତାନ-ଚୀନ୍ ସମ୍ପର୍କକୁ ବଦନାମ କରିବା ଉଦ୍ଦେଶ୍ୟରେ ବିଶ୍ୱସ୍ତରୀୟ ଜନମତ ସୃଷ୍ଟି କରିବା ପାଇଁ ଏକ ବିଭ୍ରାନ୍ତିକର ଅଭିଯାନ ଚଳାଇଛନ୍ତି।"

ର‘ ଉପରେ ବର୍ଷିଲେ ପୂର୍ବତନ ରାଷ୍ଟ୍ରଦୂତ

ଏହା ବ୍ୟତୀତ ପୂର୍ବତନ ରାଷ୍ଟ୍ରଦୂତ ଏହି ଆଲେଖ୍ୟରେ ପାକିସ୍ତାନରେ ଆତଙ୍କବାଦ ପାଇଁ ‘ର‘କୁ ଦାୟୀ କରିଛନ୍ତି । ସେ କହିଛନ୍ତି, ପାକିସ୍ତାନରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆତଙ୍କବାଦୀ ଗୋଷ୍ଠୀକୁ ଆର୍ଥିକ ସହାୟତା ଦେବାରେ ର’ର ସଂପୃକ୍ତି ରହିଛି । ଏହାର ଅନେକ ପ୍ରମାଣ ପାକିସ୍ତାନ ହାତରେ ରହିଛି । ଗ୍ୱାଦରସ୍ଥିତ ପର୍ଲ କଣ୍ଟିନେଣ୍ଟାଲ ହୋଟେଲରେ ୨୦୧୯ରେ ହୋଇଥିବା ଆକ୍ରମଣରେ ର’ ସଞ୍ଚାଳକଙ୍କ ଅଡିଓ ରେକର୍ଡିଂ ଏହାର ଏକ ପ୍ରମାଣ । ସେହିପରି ଭାରତୀୟ ବ୍ୟାଙ୍କ ସହାୟତାରେ ର ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଟଙ୍କା କାରବାର , ଆଫଗାନିସ୍ତାନରେ ଟିଟିପି ନେତୃତ୍ୱକୁ ଭାରତ ପକ୍ଷରୁ ଦିଆଯାଇଥିବା ୮୮୨,୦୦୦ ଡଲାର ସହାୟତା ଏବଂ ସିପିଇସିକୁ କ୍ଷତି ପହଞ୍ଚାଇବା ପାଇଁ ପ୍ରଶିକ୍ଷିତ ୭୦୦ ଆତଙ୍କବାଦୀ ନିୟୋଜିତ କରିବା ଏହାର ପ୍ରମାଣ । ସେତିକି ନୁହେଁ, ମାନବୀୟ ସହାୟତା ନାଁରେ ଭାରତ ଦ୍ୱାରା ବଦମାସ ଏବଂ ଆତଙ୍କୀ ଗୋଷ୍ଠୀକୁ ଫଣ୍ଡି କରାଯାଉଥିବା ଠୋସ ପ୍ରମାଣ ଏବେ ସାମ୍ନାକୁ ଆସିଛି ।

ଏହି ଆଲେଖ୍ୟରେ ଡା. ରାଜା ମୁହମ୍ମଦ ଏକଥାର ପ୍ରମାଣ ଦେବାକୁ ଚାହିଁଛନ୍ତି ଯେ, ୟୁରେସିଆକୁ ବିଶ୍ୱ ସହ ସଂଯୋଗ କରିବା ପାଇଁ ପାକିସ୍ତାନ ପାଖରେ ଯଥେଷ୍ଟ ସମ୍ଭାବନା ରହିଛି । ଏ ପ୍ରକାର ସଂଯୋଗୀକରଣ ବାଣିଜ୍ୟ, ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ସାମାଜିକ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ୟୁରେସିଆ ସହିତ ବାଣିଜ୍ୟ କାରବାର ପାଇଁ ସ୍ଥଳପଥରେ ଯୋଗାଯୋଗର ସୁବିଧା ପାକିସ୍ତାନ ମାଧ୍ୟମରେ ଉଠାଇ ପାରନ୍ତା । କିନ୍ତୁ ଯଦି ସେ ଏହି ସୁଯୋଗକୁ ସକାରାତ୍ମକ ଭାବରେ ଗ୍ରହଣ କରେ । ’

ଏହାର ଅର୍ଥ ହେଉଛି ସେ ଚୀନ୍-ପାକିସ୍ତାନ ସମ୍ପର୍କର ଅବନତି ପାଇଁ ଭାରତ ଏବଂ ଆମେରିକାକୁ ଦାୟୀ କରିବାକୁ ଚେଷ୍ଟା କରିଛନ୍ତି। ଏହା ପାକିସ୍ତାନୀ ଲୋକଙ୍କୁ CPECର ଲାଭ ବିଷୟରେ କହିବା ପାଇଁ ଲେଖାଯାଇଛି ବୋଲି ବିଶ୍ୱାସ କରାଯାଏ।

India China Pakistan USA With Bilateral Relations
Advertisment
Advertisment