Advertisment

Vigilance Raid on Executive Engineer's Properties: ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ବାହାରୁଛି ବିଡ଼ାବିଡ଼ା ଟଙ୍କା, ପୁଳାପୁଳା ସୁନା

ରାମଚନ୍ଦ୍ରଙ୍କ ସରକାରୀ ବାସଭବନ ସହ ପୈତୃକ ଘରେ ରେଡ୍ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
vigilance

vigilance

କୋଟିପତି ନିର୍ବାହୀ ଯନ୍ତ୍ରୀ। ଘରୁ ବାହାରୁଛି ବିଡ଼ା ବିଡ଼ା ନୋଟ ସହ ପୁଳା ପୁଳା ସୁନା। ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ତାଜୁବ କଲା ଲାଞ୍ଚୁଆ ବାବୁଙ୍କ ଟଙ୍କାର ପାହାଡ଼ ! ଭିଜିଲାନ୍ସ ରେଡ୍ ବେଳେ ମିଳିଲା ଆଖି ଖୋସା ସମ୍ପତ୍ତି

ରାମଚନ୍ଦ୍ରଙ୍କ ସରକାରୀ ବାସଭବନ ସହ ପୈତୃକ ଘରେ ରେଡ୍ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଅନୁଗୋଳ, ଢେଙ୍କାନାଳ, କଟକ ଓ କଳାହାଣ୍ଡିରେ ୯ଟି ସ୍ଥାନରେ ରେଡ୍ ଚାଲିଛି। ଢେଙ୍କାନାଳ ସହରର ଗାୟତ୍ରୀ ନଗରସ୍ଥିତ ବାସଭବନ ସମେତ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ସରକାରୀ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହସ୍ଥିତ ପୈତୃକ ଘର ଓ ଗଁନ୍ଦିଆରେ ରେଡ୍ ଚାଲିଛି ।

Advertisment

ଏହାସହ ସହ କଳାହାଣ୍ଡି ଧର୍ମଗଡ ଓ ଜୁନାଗଡ଼ରେ ଥିବା ଦୁଇ ଝିଅଙ୍କ ଘରେ ବି ଚଢ଼ାଉ କରାଯାଇଛି। ଅଧିକ ତଦନ୍ତ ପାଇଁ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କୁ ଢେଙ୍କାନାଳରୁ ଆଠମଲ୍ଲିକ ନେଇଛି ଭିଜିଲାନ୍ସ ଟିମ୍। ଭିଜିଲାନ୍ସର ୭ ଜଣ ଡିଏସପି, ୧୫ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ବାହାରିଥିଲା ଗଦାଗଦା ଟଙ୍କା; ବାବୁଙ୍କୁ ବାନ୍ଧିନେଲା ଭିଜିଲାନ୍ସ

Vigilance Raid Dhenkanal Vigilance
Advertisment
Advertisment