Advertisment

ଅନ୍‌ଲାଇନ୍‌ରେ ଲିକ୍ ହେଲା 'ରାଧେ ଶ୍ୟାମ' ଓ 'ଦ କାଶ୍ମୀର ଫାଇଲ୍‌'

ଫିଲ୍ମଗୁଡିକର ଅନ୍‌ଲାଇନ୍ ଲିକ୍ ଅନେକ ସମୟରେ ନିର୍ମାତାମାନଙ୍କୁ ମହଙ୍ଗା ପଡେ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଫିଲ୍ମଗୁଡିକ ଅନ୍‌ଲାଇନରେ ଲିକ୍ ହେତୁ ନିର୍ମାତାଙ୍କୁ ବହୁ କ୍ଷତିର ସମ୍ମୁଖୀନ ହେବାକୁ ପଡେ। ଏବେ 'ରାଧେ ଶ୍ୟାମ' ଓ 'ଦ କାଶ୍ମୀର ଫାଇଲ୍‌' ଲିକ୍ ହୋଇଛି।

author-image
Pramod Behera
Radhe Shyam and The Kashmir files leaks online

Radhe Shyam and The Kashmir files leaks online

ମୁମ୍ବାଇ: ପ୍ରଭାସ ଓ ପୂଜା ହେଗଡେଙ୍କ ଫିଲ୍ମ 'ରାଧେ ଶ୍ୟାମ' ଏବଂ ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କାଶ୍ମୀର ଫାଇଲ୍‌' ରିଲିଜ ହେବାର କିଛି ସମୟ ପରେ ଅନ୍‌ଲାଇନ୍‌ରେ ଲିକ ହୋଇଯାଇଛି। ଫିଲ୍ମ ଲିକ୍ ହେବା ପରେ ନିର୍ମାତାମାନଙ୍କୁ ଏକ ବଡ ଝଟକା ଲାଗିଛି। ଏହାର ପ୍ରଭାବ ଆଗାମୀ ଦିନରେ ବକ୍ସ ଅଫିସ୍‌ ରୋଜଗାରରେ ଦେଖା ଦେବ। କୁହାଯାଉଛି ଯେ ଫିଲ୍ମଟିର ଏଚ୍‌ଡି କ୍ୱାଲିଟି ଲିକ୍ ହୋଇଛି।

Advertisment

'ରାଧେ ଶ୍ୟାମ' ମାର୍ଚ୍ଚ ୧୧ରେ ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ ଓ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିଛି। ଏହି ଫିଲ୍ମର ପ୍ରଶଂସକମାନେ ବହୁତ ଦିନ ଧରି ଅପେକ୍ଷା କରିଥିଲେ। ସୂଚନାନୁସାରେ, ପୁରା ଚଳଚ୍ଚିତ୍ର ଅନେକ ଟୋରେଣ୍ଟ ସାଇଟ୍‌ରେ ଲିକ୍ ହୋଇଛି। ୩୫୦ କୋଟି ଟଙ୍କାର ବିପୁଳ ବଜେଟ୍‌ରେ ଏହି ଫିଲ୍ମ ନିର୍ମାଣ ହୋଇଥିବାରୁ ଫିଲ୍ମ ନିର୍ମାତାମାନଙ୍କ ପାଇଁ ଏହା ଏକ ବଡ ପ୍ରତିବନ୍ଧକ ସାଜିଛି। ହାଇଦ୍ରାବାଦ ବ୍ୟତୀତ ଇଟାଲୀ ଏବଂ ଜର୍ଜିଆରେ ମଧ୍ୟ 'ରାଧେ ଶ୍ୟାମ'ର ସୁଟିଂ କରାଯାଇଛି।

ବିବେକ ଅଗ୍ନିହୋତ୍ରୀଙ୍କ 'କାଶ୍ମୀର ଫାଇଲ୍‌' ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମରେ ଲିକ୍ ହୋଇଛି। ଏହି ଫିଲ୍ମରେ ୯୦ ଦଶକରେ କାଶ୍ମୀର ଘଟିଥିବା କାଶ୍ମୀର ପଣ୍ଡିତ ଓ ହିନ୍ଦୁଙ୍କ ନରସଂହାର ଏବଂ ନିର୍ଯାତନାର କାହାଣୀ ଦର୍ଶାଯାଇଛି। ଏଥିରେ ଅନୁପମ ଖେରଙ୍କ ସହ ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଏବଂ ପଲ୍ଲବୀ ଯୋଶୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟୋରେଣ୍ଟ୍‌, ତାମିଲ ରକର୍ସ, ମୁଭୀ ରୁଲ୍ସ, ଟେଲିଗ୍ରାମ ଭଳି ସାଇଟ୍‌ରେ ‘ରାଧେ ଶ୍ୟାମ’ ଏବଂ ‘କାଶ୍ମୀର ଫାଇଲ୍‌’ ଲିକ୍‌ ହୋଇଛି। ଫିଲ୍ମଟି ଏଚ୍‌ଡି କ୍ୱାଲିଟିରେ ଲିକ୍ ହୋଇଥିବା ନିର୍ମାତାମାନଙ୍କ ଭିତରେ ଭାଳେଣୀ ପଡିଯାଇଛି।

ଆଜିର ଦିନରେ ପାୟରେସୀ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ ସମସ୍ୟା ଭାବେ ଠିଆହୋଇଛି। ଏହାପୂର୍ବରୁ ଅନେକ ଫିଲ୍ମ ମଧ୍ୟ ଡ ପାୟରେସୀର ଶିକାର ହୋଇଛି। ଏହାପୂର୍ବରୁ 'ଗଙ୍ଗୁବାଇ କାଠିଆୱାଡି', 'ଗହରାଇୟାଁ', 'ଅତରଙ୍ଗୀ ରେ' ଏବଂ 'ସୂର୍ଯବଂଶୀ' ଭଳି ଅନେକ ଫିଲ୍ମ ମଧ୍ୟ ଲିକ୍ ହୋଇଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଫିଲ୍ମଗୁଡିକ ଅନ୍‌ଲାଇନରେ ଲିକ୍ ହେତୁ ନିର୍ମାତାଙ୍କୁ ବହୁ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି।

Bollywood
Advertisment
Advertisment