Advertisment

ଏକାଠି ଆସୁଛନ୍ତି ଅମିତାଭ – ଅଜୟ; କମ୍ପିବ ପ୍ରେକ୍ଷାଳୟ

ପୁଣି ଥରେ ଏକାଠି ନଜର ଆସିବେ ବଲିଉଡ୍‌ ଆଙ୍ଗ୍ରୀ ୟଙ୍ଗ୍‌ ମ୍ୟାନ୍ ଅମିତାଭ ବଚ୍ଚନ ଓ ଆକ୍ସନ ହୀରୋ ଅଜୟ ଦେବଗନ। 'ରନ୍‌ୱେ ୩୪'ରେ ଦର୍ଶକଙ୍କୁ ଦେବେ ଢେର ମନୋରଂଜନର ଖୋରାକ୍। ଉତ୍ସାହରେ ଅନେଇ ବସିଛନ୍ତି ଦର୍ଶକେ।

author-image
Pramod Behera
Ajay Devgn-Amitabh Bachchan’s Runway-34 motion posters and release date unveiled

Ajay Devgn-Amitabh Bachchan’s Runway-34 motion posters and release date unveiled

ମୁମ୍ବାଇ: ବଲିଉଡ୍‌ ଆଙ୍ଗ୍ରୀ ୟଙ୍ଗ୍‌ ମ୍ୟାନ୍ ଅମିତାଭ ବଚ୍ଚନ ଓ ଆକ୍ସନ ହୀରୋ ଅଜୟ ଦେବଗନ ଆଗାମୀ ଫିଲ୍ମ 'ରନ୍‌ୱେ ୩୪'ରେ ପୁଣି ଥରେ ଏକାଠି ନଜର ଆସିବେ। ଉଭୟ ଅଭିନେତା ଡ୍ରାମା ମିଷ୍ଟ୍ରୀ ଫିଲ୍ମରେ ଅଭିନୟ ସହିତ ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ। ଷ୍ଟାର୍‌କାଷ୍ଟ୍‌ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଦୁଇଟି ମୋସନ୍‌ ପୋଷ୍ଟର୍‌ ଶେୟାର କରି 'ରନ୍‌ୱେ ୩୪'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି।

Advertisment

‘ରନ୍‌ୱେ ୩୪’ର କାଷ୍ଟ୍‌ ଏବଂ ନିର୍ମାତାମାନେ ସେମାନଙ୍କର ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ଆଗାମୀ ଚଳଚ୍ଚିତ୍ରର ଦୁଇଟି ମୋସନ୍‌ ପୋଷ୍ଟର୍‌ ଉନ୍ମୋଚନ କରିଛନ୍ତି। ଏହି ମୋସନ୍‌ ପୋଷ୍ଟର୍‌ଗୁଡ଼ିକରେ ଅଭିନେତାଙ୍କ ଭୂମିକାର ଝଲକ ଦେଖିବାକୁ ମିଳେ। ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ଜଣେ ସରକାରୀ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ। ପୋଷ୍ଟରରେ ଥିବା ତ୍ରିରଙ୍ଗାକୁ ଦେଖି ସେ ନୀଳ ରଙ୍ଗର ସୁଟ୍‌ରେ ଠିଆ ହୋଇଥିବା ଦେଖିବାକୁ ମିଳିବେ।

ଆଉ ଏକ ଫଟୋରେ ଅମିତାଭ ରନ୍‌ୱେରେ ବସିଥିବା ନଜର ଆସିଛନ୍ତି। ମୋସନ୍‌ ପୋଷ୍ଟର୍‌ର ବ୍ୟାକ୍‌ଗ୍ରାଉଣ୍ଡରେ ବିଗ୍ ବି ଏହା କହୁଥିନା ଶୁଣିବାକୁ ମିଳେ ଯେ "ଅଗର, ମଗର, ସାୟଦ, ଲେକିନ୍। ମୁଁ ମୋର ୧୫୦ ଯାତ୍ରୀଙ୍କ ସୁରକ୍ଷାକୁ ଏହି ୪ଟି ଶବ୍ଦ ଉପରେ ଛାଡି ଦେଇଛି।" ତେବେ ଏହି ଚଳଚ୍ଚିତ୍ରଟି ଏପ୍ରିଲ୍ ୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

Advertisment

ଅନ୍ୟ ଏକ ମୋସନ୍‌ ପୋଷ୍ଟର୍‌ରେ ଅଜୟ ଦେବଗନ୍ ଏବଂ ରକୁଲ୍‌ ପ୍ରୀତ ଏହି ଫିଲ୍ମରେ ନଜର ଆସିଛନ୍ତି। ଏଥିରୁ ଜଣାପଡିଛି ଯେ ଉଭୟ କଳାକାର ଏହି ଫିଲ୍ମରେ ସହ-ପାଇଲଟ୍ ଭୂମିକାରେ ନଜର ଆସିବେ। ୩୦ ସେକେଣ୍ଡର ଏହି ଟିଜର୍‌ରେ ଏକ ଉଡ଼ନ୍ତା ବିମାନରେ ବଜ୍ରପାତ ହେଉଥିବା ଦେଖିବାକୁ ମିଳେ। ଅଜୟ ଦେବଗନ୍ ତାଙ୍କ ଭଏସ୍ ଓଭରରେ କହିଛନ୍ତି, "ପ୍ରତ୍ୟେକ ଦୁର୍ଘଟଣାର ଦୁଇଟି ପାର୍ଶ୍ୱ ଅଛି। କ’ଣ ହେଲା ଏବଂ କିପରି ହେଲା? କ’ଣ ଏବଂ କିପରି ଭିତରେ ଯାହା ଅଛି ସେଇଠି ଲୁଚି ରହିଛି ସତ୍ୟ।"

ବାସ୍ତବ ଘଟଣା ଉପରେ ଆଧାରିତ ‘ରନ୍‌ୱେ ୩୪’ ହେଉଛି ଏକ ଡ୍ରାମା ମିଷ୍ଟ୍ରୀ ଫିଲ୍ମ। ୨୦୧୫ରେ ଘଟିଥିବା ଏକ ବାସ୍ତବ ଜୀବନର ଘଟଣାରୁ ଏହି ଫିଲ୍ମରେ ଦେଖେଇବାକୁ ଚେଷ୍ଟା କରାଯାଇଛି। ଫିଲ୍ମର ପୋଷ୍ଟର୍‌ରେ ଲେଖାଅଛି ଯେ ମାଟିରୁ ୩୫,୫୦୦ ଫୁଟ ଉଚ୍ଚରେ ସତ୍ୟ ଲୁଚି ରହିଛି। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଅଜୟ ଦେବଗନ ଏବଂ ରକୁଲ ପ୍ରୀତ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିବ।

Bollywood
Advertisment
Advertisment