Advertisment

ଅଜବ ଘଟଣା ! ହଠାତ୍‌ ଶୁଖିଗଲା ନଦୀର ପାଣି, ଭୟଭୀତ ଲୋକେ...

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପ୍ରବାହିତ ପ୍ରସିଦ୍ଧ ନଦୀ ବ୍ରେଙ୍ଗୀ(Brengi)ର ଜଳପ୍ରବାହ ହଠାତ୍‌ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ଏହାସହ ଏକ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Brengi River

Brengi River

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପ୍ରବାହିତ ପ୍ରସିଦ୍ଧ ନଦୀ ବ୍ରେଙ୍ଗୀ(Brengi)ର ଜଳପ୍ରବାହ ହଠାତ୍‌ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି। ଏହାସହ ଏକ ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି। ଏହି ଗର୍ତ୍ତ ମଧ୍ୟକୁ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଫଳରେ ନଦୀର ୫୦୦ ମିଟର ଦୂର ପର୍ଯ୍ୟନ୍ତ ପାଣି ଶୁଖି ଯାଇଥିବା ସୂଚନା ମିଳିଛି। ଏହାଦ୍ୱାରା ହଜାର ହଜାର ସଂଖ୍ୟକ Trout ମାଛ ପାହାଡ଼ର ପଥର ଖୋଲରେ ଫସି ରହିଛନ୍ତି।  ଏଭଳି ବିରଳ ପ୍ରାକୃତିକ ଘଟଣା ଯୋଗୁ ପାହାଡ଼ୀ ଇଲାକରେ ଥିବା ଏହି ନଦୀକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅନେକ ଆଶଙ୍କା ସୃଷ୍ଟି ହୋଇଛି। 

Advertisment

ନଦୀର ପାଣି ଅଚାନକ୍‌ ଏଭଳି ଶୁଖିଯିବା ପରେ ପରିସ୍ଥିତିର ଅନୁଧ୍ୟାନ ସହ ମାଛମାନଙ୍କର ସୁରକ୍ଷା ପାଇଁ ଜିଲ୍ଲା ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ଜଣାଇଥିଲେ। ସୃଷ୍ଟି ହୋଇଥିବା ଗର୍ତ୍ତର ଆକାର ଯଦି ଆହୁରି ବଡ଼ ହୋଇଯାଏ, ତା’ହେଲେ ନଦୀରେ ପ୍ରବାହିତ ପାଣି ଏକ ପ୍ରକାର ବନ୍ଦ ହୋଇ ଯାଇପାରେ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏହାଦ୍ୱାରା Trout ମାଛଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। ଏତଦ୍‌ବ୍ୟତୀତ ଆହୁରି ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। କେବଳ ମିଠା ଓ ଥଣ୍ଡା ପାଣିରେ Trout ମାଛ ବସବାସ କରିଥାନ୍ତି। ଯାହାକି ବ୍ରେଙ୍ଗୀ ନଦୀରେ ମିଳିଥାଏ। ତେଣୁ ଏହି ମାଛକୁ ଧରିବା ଲାଗି ପ୍ରତିବନ୍ଧକ ଲଗା ଯାଇଛି। 

ନଦୀରେ ପାଣି ଶୁଖି ଯିବା ଯୋଗୁ ସ୍ଥାନୀୟ ଲୋକ ପାହାଡ଼ର ପଥର ଖୋଲରେ ଫସି ରହିଥିବା ମାଛ ଗୁଡ଼ିକୁ ଧରିଥିବା ଦେଖିବାକୁ ମିଳିଛି। ଅନନ୍ତନାଗ ଜିଲ୍ଲାର ମତ୍ସ୍ୟ ବିଭାଗ ଏବେ ଏହି ଦୁର୍ଲଭ Trout ମାଛମାନଙ୍କୁ ରକ୍ଷା କରିବା ଲାଗି ପ୍ରୟାସ ଆରମ୍ଭ କରିଛି। ଅଧିକାଂଶ ମାଛକୁ ପୁଣିଥରେ ନଦୀ ଭିତରକୁ ଛଡ଼ା ଯାଇଛି। ଏସବୁ ସତ୍ତ୍ୱେ ମଧ୍ୟ ଅଧିକାଂଶ ସଂଖ୍ୟକ Trout ମାଛ ମୃତ୍ୟୁବରଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। 

Advertisment

ଏକ୍ସପର୍ଟଙ୍କ କହିବା ଅନୁସାରେ, ସମ୍ପୂର୍ଣ୍ଣ ଭାବେ ଏହା ପ୍ରାକୃତିକ ଘଟଣା। ତେଣୁ ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସମ୍ପୃକ୍ତ ଅଞ୍ଚଳରେ ମାଟି ତଳେ ଥିବା ଚୂନର ଚଟାଣ ଗୁଡ଼ିକ ଧୋଇ ଯିବା ଯୋଗୁ ଏହି ବିରାଟକାୟ ଗର୍ତ୍ତ ସୃଷ୍ଟି ହୋଇଛି। ୨୭ ବର୍ଷ ପୂର୍ବେ ଏହି ସ୍ଥାନରେ ଏଭଳି ଘଟଣା ଘଟିଥିଲା ବୋଲି କିଛି ଲୋକ କହିଛନ୍ତି। 

Brengi River
Advertisment
Advertisment