/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647077816.jpg)
masroom malai recipe
ଛତୁର ବିଭିନ୍ନ ରେସିପି ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ଆଗରୁ ଆମେ ଛତୁର ଭିନ୍ନ ଭିନ୍ନ ରେସିପି ବିଷୟରେ ଆପଣଙ୍କୁ କହିଛୁ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ମଲାଇ ମସରୁମ୍’ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
ମଲାଇ ମସରୁମ୍’ ବନେଇବା ପାଇଁ ସାମଗ୍ରୀ:
ବଟନ ଛତୁ, କଟା ପିଆଜ, ଟମାଟୋ ପ୍ୟୁରି, କାଜୁ ବଟା, ଅଦା-ରସୁଣ ବଟା, କସ୍ତୁରୀ ମେଥି, ଗରମ ମସଲା, ଫ୍ରେଶ୍ କ୍ରିମ୍, ଗୋଲମରିଚ ଗୁଣ୍ଡ, ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଛତୁକୁ ଭାଜି ଦିଅନ୍ତୁ।
- ଏହା ପରେ କରେଇରେ ଆଉ ଥରେ ତେଲ ଗରମ କରନ୍ତୁ।
- ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜକୁ ପକାଇ ଭାଜନ୍ତୁ।
- ପିଆଜର ରଙ୍ଗ ବାଦାମୀ ହୋଇ ଆସିଲା ପରେ ସେଥିରେ ଅଦା-ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ କଷନ୍ତୁ।
- ମସଲା ଟିକେ କଷି ହୋଇଗଲେ ସେଥିରେ ଟମାଟୋ ପ୍ୟୁରି ପକାଇ ଦିଅନ୍ତୁ।
- ପରେ କାଜୁ ବଟା ପକାଇ ଅଳ୍ପ ସମୟ କଷନ୍ତୁ।
- ଏହାପରେ ଭଜା ହୋଇ ରହିଥିବା ଛତୁକୁ ପକାଇ ଗୋଳାଇ ଦିଅନ୍ତୁ।
- କିଛି ସମୟ ପରେ ସେଥିରେ ଅଳ୍ପ ପାଣି, ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ କସ୍ତୁରୀ ମେଥି ପକାଇ ଗୋଳାଇ ଦିଅନ୍ତୁ।
- ତାକୁ ୪ରୁ ୫ ମିନିଟ୍ ଆଞ୍ଚରେ ବସାଇବାକୁ ଦିଅନ୍ତୁ। ପରେ ସେଥିରେ ଫ୍ରେଶ୍ କ୍ରିମ୍ ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ।
- କରେଇକୁ ଆଞ୍ଚରୁ ଓହ୍ଲାଇ ଛତକୁ ପ୍ଲେଟକୁ କାଢ଼ି ସେଥିରେ ଅଳ୍ପ କ୍ରୀମ୍ ପକାଇ ସଜାଇ ଦିଅନ୍ତୁ।
- ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମଲାଇ ମସରୁମ୍।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)