• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ହରିୟାଣାର ଗୁରୁଗ୍ରାମ ହେଉ କି ଭୁବନେଶ୍ୱର ତପସ୍ୱିନୀ ସୋସାଇଟି । ପୋଷା କୁକୁର କାମୁଡ଼ାକୁ ନେଇ ମହାଭାରତ ପରେ ପେଟ ଆନିମାଲ ଗାଇଡଲାଇନ୍ସ ଆଣିବାକୁ ଯାଉଛି ବିଏମ୍‌ସି । ତେବେ ପ୍ରସ୍ତାବିତ ଗାଇଡ୍ଲାଇନ୍ସକୁ ନେଇ ଆରମ୍ଭ ହୋଇଛି ବିତର୍କ । କିଛି ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରିଛନ୍ତି । ମାତ୍ର ଗାଇଡ୍‌ଲାଇନ୍ସରେ କଣ ରହିଛି, ଏବେ ତା ଉପରେ ନଜର ।

କେତେ ଯୁକ୍ତିଯୁକ୍ତ ବିଏମ୍‌ସିର ପ୍ରସ୍ତାବିତ ପେଟ୍ ଆନିମଲ ଗାଇଡଲାଇନ୍ସ ? ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ । ରୂପରେଖ ସ୍ପଷ୍ଟ ହୋଇନଥିଲେ ମଧ୍ୟ କିଛି ନିଷ୍ପତ୍ତିକୁ ବିରୋଧ କରିଥିବା ବେଳେ ଆଉ କିଛି ସମର୍ଥନ କରିଛନ୍ତି । ଆସନ୍ତା ସପ୍ତାହରେ ବିଏମ୍‌ସି ଗାଇଡଲାଇନ୍ସ ଆଣିବା ସମ୍ଭାବନା ରହିଛି । ତେବେ ଏଥିରେ ରହିଛି କଣ ତାକୁ ନେଇ ଆଶଙ୍କାରେ ଡଗ୍ ଲଭର । ସେମାନଙ୍କ ମତ, ବିଏମ୍‌ସି ଏଭଳି କିଛି କଠୋର ନିୟମ ନଆଣୁ ଯାହା ଦ୍ୱାରା ସେମାନଙ୍କୁ ଅସୁବିଧାର ସମ୍ମୁୁଖୀନ ହେବାକୁ ପଡ଼ିବ ।

ବିଏମ୍‌ସି ଯଦି କୁକୁର ରଖିବା ଉପରେ କିଛି କଟକଣା ଲଗାଏ, ତାହା ଉଭୟ ମାଲିକ ଓ କୁକୁରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି କହିଛନ୍ତି ଡଗ୍ ଲଭର ତଥା ପୂର୍ବତନ ସାଂସଦ ତଥାଗତ ସତପଥୀ । ଅନ୍ୟପଟେ ବିଏମସିର ପଦକ୍ଷେପ ବିଳମ୍ବରେ ହେଲେ ମଧ୍ୟ ସ୍ୱାଗତ ଯୋଗ୍ୟ ବୋଲି ମତ ଦେଇଛି ସାମାଜିକ ଅନୁଷ୍ଠାନ ପିପୁଲ ଫର ଆନିମାଲ ।

ଏବେ ଆସନ୍ତୁ ନଜର ପକାଇବା କିଭଳି ହୋଇପାରେ ବିଏମ୍‌ସିର ସମ୍ଭାବ୍ୟ ଗାଇଡ୍‌ଲାଇନ୍ସ ଉପରେ

  • କୁକୁର କିମ୍ଭା ଅନ୍ୟ ଗୃହପାଳିତ ପଶୁ ରଖିବାକୁ ହେଲେ ନେବାକୁ ପଡିବ ବିଏମ୍‌ସିର ଅନୁମତି ।
  • କୁକୁର ରଖିବା ପାଇଁ ପ୍ରଥମେ ବିଏମସିରେ ପଞ୍ଜିକରଣ କରିବାକୁ ହେବ ।
  • ଗୃହପାଳିତ ପଶୁ ରଖିବା ଲାଗି ଘରର ପରିବେଶ ଉପଯୁକ୍ତ ନା ନାହିଁ କର୍ତ୍ତୃପକ୍ଷ ତା’ର ତଦାରଖ କରିବେ ।
  • କୁକୁରକୁ ଆବଶ୍ୟକୀୟ ଭ୍ୟାକ୍ସିନ ବା ଆଣ୍ଟିରାବିଜ ଲଗାଇବା ବାଧ୍ୟତାମୂଳକ ହେବ ।
  • କୁକୁର ହେଉ କି ଅନ୍ୟ କିଛି ପେଟ୍, ଏହା ଯେଭଳି ଅନ୍ୟ କାହାକୁ କ୍ଷତି ନପହଞ୍ଚାଇବ ସେନେଇ ବିଏମ୍‌ସି ନିକଟରେ ଅଣ୍ଡରଟେକିଂ ଦେବାକୁ ପଡିବ ।
  • ଉଲ୍ଲଘଂନକାରୀଙ୍କ ଲାଗି ଗାଇଡ୍‌ଲାଇନରେ ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିପାରେ ।
  • ଯଦି ଘରୁ କୁକୁରକୁ ଅନ୍ୟତ୍ର ନେଉଛନ୍ତି, ସେତେବେଳେ କି ସତର୍କତା ଅବଲମ୍ବନ କରିବେ ତାହା ବି ଗାଇଡଲାଇନରେ ଉଲ୍ଲେଖ ରହିବ ।

ଆନିମଲ ୱେଲଫେୟାର ବୋର୍ଡ ଅଫ ଇଣ୍ଡିଆ ନିର୍ଦ୍ଦେଶ ଅନୁସାରେ ଡ୍ରାଫ୍ଟ ରୁଲ ପ୍ରସ୍ତୁତ କରିଛି ବିଏମ୍‌ସି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମନିଟରିଂ ସେଲ୍ ମଧ୍ୟ ଗଠନ କରାଯିବ ।

(ରିପୋର୍ଟ- ଭୁବନେଶ୍ୱରରୁ ଜଗଦୀଶ ଦାସ, ସୌମ୍ୟ ରଞ୍ଜନ ସାହୁ)