/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743250820.jpg)
Endangered Wildlife Species Rescued
ବିମାନ ଯୋଗେ ଚାଲୁଥିଲା ଜୀବଜନ୍ତୁ ତସ୍କରୀ । ଭୁବନେଶ୍ବର ଏୟାରପୋର୍ଟରୁ ଆଜି ଏକ ଆନ୍ତରାଷ୍ଟ୍ରୀୟ ଜୀବଜନ୍ତୁ ତସ୍କରୀ ଗ୍ୟାଙ୍ଗକୁ ଧରିଛି କଷ୍ଟମ ବିଭାଗ । ବ୍ୟାଂକକରୁ ଭାୟା ଭୁବନେଶ୍ବର ଦେଇ ଚେନ୍ନାଇ ଚାଲାଣ ହେଉଥିଲା ସ୍ବତନ୍ତ୍ର ଧରଣର ସାପ, କଇଁଛ ଓ ଝିଟିପିଟି ।
Advertisment
ତାମିଲନାଡୁର ଜଣେ ଲୋକ ବ୍ୟାଗରେ ଏସବୁ ନେଇ ଯାଉଥିବା ବେଳେ, କଷ୍ଟମ ବିଭାଗ ଉଦ୍ଧାର କରିଛି । ସେ ମଧ୍ୟରେ ୨ଟି ପ୍ରଜାତିର ୯ଟା ସାପ, ୧୦ଟି କଇଁଛ ଓ ୧୨ଟି ଝିଟିପିଟି ଅଛନ୍ତି । ମାମଲାରେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ । ଏନେଇ ବନବିଭାଗକୁ ଖବର ଦିଆଯାଇଥିବା ବେଳେ, ଛାନବିନ୍ ଆରମ୍ଭ ହୋଇଛି । ଉଦ୍ଧାର ଜୀବଜନ୍ତୁ ସବୁ ନନ୍ଦନକାନନରେ ରଖାଯିବା ବୋଲି କଷ୍ଟମ ଅଧିକାରୀ ସୂଚନା ଦେଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)