/odishatv-khabar/media/post_attachments/uploadimage/library/16_9/16_9_0/Love_Story_1668786898.jpg)
Love Story
ପ୍ରେମ ଶାଶ୍ୱତ ଆଉ ଚିରନ୍ତନ । ଥରେ ଯିଏ ଯାହାକୁ ମନ ଦେଇଛି ତାକୁ ଭୁଲିବା ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନି । କଥାରେ ଅଛି ବିବାହ ସାତଜନ୍ମର । ବିବାହ ମନର ମିଳନ । ୧୦ ଦିଗପାଳ ଓ ଅଗ୍ନିଙ୍କୁ ସାକ୍ଷୀ ରଖି ହିନ୍ଦୁ ଧର୍ମରେ ହୁଏ ବାହାଘର । ହେଲେ ଏମିତି ବାହାଘର କେବେ ଆପଣ ଦେଖିନଥିବେ ।
ପ୍ରେମ କେତେ ପବିତ୍ର ଏହି କାହଣା ହିଁ ବୟାନ କରୁଛି । ୭ ବର୍ଷ ପ୍ରେମରେ ବାଧକ ସାଜିପାରିନି ଦିବ୍ୟାଙ୍ଗ । ପଣ୍ଡିତଙ୍କ ବେଦମନ୍ତ୍ର ଉଚ୍ଚାରଣ ହେଉଛି ଦେବସ୍ମିତାଙ୍କ ମଥାରେ ସିନ୍ଦୁର ଦେଉଛନ୍ତି ଶୁଭ୍ରାଂଶୁ । କନିଆ ବେକରେ ବରଣମାଳାର ଅଦଳବଦଳ ବି ହେଉଛି, ଆଉ ଶେଷରେ ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ଶୁଭ୍ରାଂଶୁ ୭ ଫେରା ନେଉଛନ୍ତି । ଆଉ ହ୍ୱିଲ ଚେୟାରରେ ବସିଛନ୍ତି ଦେବସ୍ମିତା ।
ହ୍ୱିଲ ଚେୟାରରେ ବସି ପଡିଲା ହାତଗଣ୍ଠି#Odisha#SpecialStory#OTVpic.twitter.com/fbO6Ba3pHe
— ଓଟିଭି (@otvkhabar) November 18, 2022
କୌଣସି କାରଣରୁ ହଠାତ୍ ଦେବସ୍ମିତାଙ୍କ ଗୋଡ ଆଉ ଚାଲିଲା ନାହିଁ, ହେଲେ ଶୁଭ୍ରାଂଶୁ ତାଙ୍କ ହାତ ଛାଡିନଥିଲେ । ଏବେ ସେହି ହାତ ଧରି ୭ ଜନ୍ମ ପାଇଁ ଏକ ହୋଇ ଚାଲିବାକୁ ଉଭୟ ନିଷ୍ପତ୍ତି ନେଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)