Advertisment

Subhadra Yojana: ‘ସୁଭଦ୍ରା ୨ୟ କିସ୍ତିରେ ବାଦ୍ ପଡ଼ିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ମହିଳା’

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ। ଦ୍ବିତୀୟ କିସ୍ତିରେ ୯୮ ଲକ୍ଷ ୮୨ ହଜାର ୯୨ ଜଣ ଟଙ୍କା ପାଇଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Subhadra Yojana

Subhadra Yojana

ସୁଭଦ୍ରାରୁ ୧ ଲକ୍ଷ ୮୩ ହଜାର ୭୮୫ ବାଦ୍। ଦ୍ବିତୀୟ କିସ୍ତିରୁ ଏତେ ସଂଖ୍ୟକ ହିତାଧିକାରୀ ବାଦ ପଡିଛନ୍ତି। ବିଧାନସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

Advertisment

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ। ଦ୍ବିତୀୟ କିସ୍ତିରେ ୯୮ ଲକ୍ଷ ୮୨ ହଜାର ୯୨ ଜଣ ଟଙ୍କା ପାଇଛନ୍ତି। ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ଦେଇଛନ୍ତି। ଦ୍ବିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ପ୍ରଦାନ କରିଛନ୍ତି। 

ପୂର୍ବରୁ କହିଥିଲେ ଯେ, ରାସନକାର୍ଡ ଓ ଇନକମରେ ତାଳମେଳ ଅଭାବରୁ ଏପରି ସ୍ଥିତି ଉପୁଜିଛି। ତେବେ ମାର୍ଚ୍ଚ 31 ତାରିଖ ପରେ ୱାନ୍ ଟୁ ୱାନ୍ ସର୍ଭେ କରାଯାଇ ବଞ୍ଚିତ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ବାକି ଟଙ୍କା ମିଳିବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ।

Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କ ଖାତାକୁ ଆସିନି କି ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ? ଜାଣନ୍ତୁ କାହିଁକି...

ଯେମିତିକି କିଛି ଲୋକ ରାସନ୍ କାର୍ଡ ଫେରାଇଛନ୍ତି, ଯାହାର ଅର୍ଥ ସେମାନେ ସୁଭଦ୍ରା ପାଇଁ ଥିବା ଧାର୍ଯ୍ୟସୀମା ପାର୍ କରିଛନ୍ତି। ସେହିପରି କିଛି ପରିବାର ୟା ଭିତରେ ଚାରି ଚକିଆ ଗାଡ଼ି କିଣିଛନ୍ତି ତ ଆଉ କାହାର 5 ଏକର ଚାଷ ଜମି ନଥାଇ ବି ଧାର୍ଯ୍ୟସୀମାଠୁ ଅଧିକ ଧାନ ବିକିଛନ୍ତି। ତେଣୁ ଏହିସବୁ କାରଣରୁ ଏମାନଙ୍କ ଖାତାକୁ ଦ୍ବିତୀୟ କିସ୍ତି ଟଙ୍କା ଯାଇନାହିଁ। ୟାର ଅର୍ଥ ନୁହେଁ, ସେମାନଙ୍କ ଭିତରୁ ଆଉ କେହି ପାଇବେନି। କାରଣ ସରକାର ଏନେଇ ମାର୍ଚ୍ଚ 31ରୁ ୱାନ୍ ଟୁ ୱାନ୍ ସର୍ଭେ କରିବେ। ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀପୂର୍ଣ୍ଣିମାରେ ବାକି ଥିବା ଦ୍ବିତୀୟ କିସ୍ତି ଟଙ୍କା ଦିଆଯିବ ବୋଲି କହିଥିଲେ।

ସୂଚନା ଅନୁସାରେ ସେପ୍ଟେମ୍ବର ୧୭ରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ଭୁବନେଶ୍ୱରର ଜନତା ମୈଦାନରେ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପ୍ରଥମ ଦଫାରେ ପ୍ରାୟ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଟଙ୍କା ଯାଇଥିଲା ।

ଅଧିକ ପଢ଼ନ୍ତୁ: ସୁଭଦ୍ରାର ପଞ୍ଚମ ପର୍ଯ୍ୟାୟ ୮ରେ ମିଳିବ ଦ୍ବିତୀୟ କିସ୍ତି, ବଞ୍ଚିତ ମହିଳାଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ

Women Subhadra Pravati Parida
Advertisment
Advertisment