• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଦଳିଲା NPS ନିୟମ । NPS ବା ନେସନାଲ୍‌ ପେନ୍‌ସନ୍ ସିଷ୍ଟମ୍ ନିୟମରେ କେନ୍ଦ୍ର ସରକାର ପରିବର୍ତ୍ତନ ଆଣିଛନ୍ତି । ଯାହାକି ଏହି ଫେବ୍ରୁଆରୀ ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । PFRDA ଅନୁଯାୟୀ, NPSର ନୂତନ ନିୟମ ଆସିବାକୁ ଯାଉଛି । କୁହାଯାଇଛି ଯେ, ବର୍ତ୍ତମାନ କେହି NPS ଆକାଉଣ୍ଟରୁ ୨୫ ପ୍ରତିଶତରୁ ଅଧିକ ଅର୍ଥ ଉଠାଇ ପାରିବେନାହିଁ ।

ଦିଆଯାଇଥିବା ସୂଚନା ଅନୁସାରେ ନିବେଶ ଅବଧି ମଧ୍ୟରେ NPS ଗ୍ରାହକମାନେ କେବଳ ତିନିଥର ପ୍ରତ୍ୟାହାର କରିପାରିବେ । ଯଦି ଆଂଶିକ ପ୍ରତ୍ୟାହାର କରୁଛନ୍ତି, NPSଧାରୀମାନେ ଏଥିରେ ଅତି କମରେ ତିନି ବର୍ଷ ପାଇଁ ବିନିଯୋଗ ହେବା ଉଚିତ୍ । ଏହାର ଅର୍ଥ ହେଉଛି ତିନି ବର୍ଷ ପରେ ଯେକୌଣସି ସମୟରେ ରାଶିର ୨୫ ପ୍ରତିଶତ ପ୍ରତ୍ୟାହାର କରାଯାଇପାରିବ ।

ଏହି ସବୁ କାର୍ଯ୍ୟ ପାଇଁ ଟଙ୍କା ଉଠାଇପାରିବେ...

ପିଲାମାନଙ୍କ ଶିକ୍ଷା ଖର୍ଚ୍ଚ, ବିବାହ, ଘର ତିଆରି କିମ୍ବା କୌଣସି ଜରୁରୀକାଳୀନ ଚିକିତ୍ସା ଉଦ୍ଦ୍ୟେଶ୍ୟରେ ଟଙ୍କା ଉଠାଇପାରିବେ ।

ଯଦି NPSଧାରୀଙ୍କ ପିଲାମାନେ ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ରହିଥା’ନ୍ତି ତେବେ ପିଲାମାନଙ୍କ ପଢ଼ା ଖର୍ଚ୍ଚ ବାବଦକୁ ଟଙ୍କା ଉଠାଇ ହେବ ।

ପିଲାମାନଙ୍କର ବିବାହ ପାଇଁ ଏହି ରାଶି ମଧ୍ୟ ପ୍ରତ୍ୟାହାର କରାଯାଇପାରିବ ।

ଘର କିଣିବା, ଗୃହଋଣ ପରିଶୋଧ, ଗୁରୁତର ଅସୁସ୍ଥତା, ଚିକିତ୍ସା ଏବଂ ଅନ୍ୟାନ୍ୟ ଚିକିତ୍ସା ଖର୍ଚ୍ଚ ପାଇଁ ମଧ୍ୟ ଏହି ରାଶି ପ୍ରତ୍ୟାହାର କରାଯାଇପାରିବେ।

ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ୨୫ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ପ୍ରତ୍ୟାହାର କରାଯାଇପାରିବ ।

ଆପଣଙ୍କ ଏହି ଟଙ୍କାକୁ ଆପଣ ଯେକୌଣସି ପ୍ରକାରର ବ୍ୟବସାୟ କିମ୍ବା ଷ୍ଟାର୍ଟଅପ୍ ଆରମ୍ଭ ପାଇଁ ମଧ୍ୟ ବ୍ୟବହୃତ କରିପାରିବେ ।

ଟଙ୍କା ଉଠାଇବାକୁ କ’ଣ ରହିଛି ସର୍ତ୍ତ ?

ଖାତା ଖୋଲିବା ଦିନଠାରୁ ଗ୍ରାହକ ତିନି ବର୍ଷ ପର୍ଯ୍ୟନ୍ତ ସଦସ୍ୟ ରହିଥିବା ଆବଶ୍ୟକ ।

ଏହି ଖାତାରୁ ଆପଣ ୨୫ ପ୍ରତିଶତରୁ ଅଧିକ ଅର୍ଥ ପ୍ରତ୍ୟାହାର କରିପାରିବେ ଆହିଁ ।

NPS ଆକାଉଣ୍ଟଧାରୀମାନଙ୍କୁ ଆକାଉଣ୍ଟରୁ ସର୍ବାଧିକ ତିନିଥର ଅର୍ଥ ପ୍ରତ୍ୟାହାର କରିପାରିବେ ।